୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ…

ନୂଆଦିଲ୍ଲୀ,୧୮।୧ : ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଆକ୍ସନ ମୋଡ୍‌କୁ ଆସିଛି। ଗୋଟିଏ ପଟେ କଂଗ୍ରେସ ପାର୍ଟି ନେତୃତ୍ୱାଧିନ ଇଣ୍ଡିଆର ସହଯୋଗୀ ଦଳ ପ୍ରାୟ ୩୦୦ ଟି ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୪ ର ଲଢ଼େଇରେ ଭାଜପା ୪୫୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ୨୦୧୯ ନିର୍ବାଚନ ଫଳାଫଳରେ ଭାଜପା ୩୦୩ ଟି ଆସନ ଜିତିଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ୪୩୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା […] The post ୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ… appeared first on Dharitri Odia News.

୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ…

ନୂଆଦିଲ୍ଲୀ,୧୮।୧ : ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଆକ୍ସନ ମୋଡ୍‌କୁ ଆସିଛି। ଗୋଟିଏ ପଟେ କଂଗ୍ରେସ ପାର୍ଟି ନେତୃତ୍ୱାଧିନ ଇଣ୍ଡିଆର ସହଯୋଗୀ ଦଳ ପ୍ରାୟ ୩୦୦ ଟି ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୪ ର ଲଢ଼େଇରେ ଭାଜପା ୪୫୦ରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା କରିଛି। ୨୦୧୯ ନିର୍ବାଚନ ଫଳାଫଳରେ ଭାଜପା ୩୦୩ ଟି ଆସନ ଜିତିଥିଲା।

୨୦୧୯ ଲୋକସଭା ନିର୍ବାଚନରେ ଭାଜପା ୪୩୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୩୦୩ ଟି ଆସନ ଜିତି ୩୭.୭ପ୍ରତିଶତ ଭୋଟ ପାଇ ୨୨.୯ କୋଟି ଭୋଟ ହାସଲ କରିଥିଲା। ତେବେ ୨୦୨୪ ନିର୍ବାଚନରେ ଭାଜପା ୨୦୧୯ର ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଛି।

ଭାଜପା ଅନୁଭବ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ଜମ୍ମୁ-କଶ୍ମୀରରେ ଧାରା ୩୭୦ ରଦ୍ଦ, ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଏବଂ ଦେଶର ବିକାଶ କାର୍ଡକୁ ଆଧାର କରି ଦଳ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି।

The post ୨୦୨୪ରେ ୪୫୦ରୁ ଅଧିକ ଆସନରେ ଲଢ଼ିବ ଭାଜପା: ୨୦୧୯ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ… appeared first on Dharitri Odia News.