ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା
ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ ନିଆଁରେ ପୋଡି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୭୯ଜଣ ପ୍ରାଣ ହରାଇଥିବାବେଳେ କେବଳ ଦୁଇଜଣ ଲୋକ ବଞ୍ଚିଛନ୍ତି। ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ଏବଂ ବନ୍ଧୁମାନେ ବିମାନବନ୍ଦରରେ ଏକାଠି ହେବା ଆରମ୍ଭ କରିଥିଲେ। ଅନେକ […] The post ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା appeared first on Dharitri Odia News.
ସିଓଲ,୨୯।୧୨: ରବିବାର ସକାଳେ ଦକ୍ଷିଣ କୋରିଆରେ ଦୁଃଖ ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ଏଠାରେ ୧୮୧ଜଣଙ୍କୁ ନେଇ ଏକ ବିମାନ ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ରନୱେରୁ ଖସି ଯାଇ ଏକ କାନ୍ଥକୁ ଧକ୍କା ଦେଇ ନିଆଁରେ ପୋଡି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୭୯ଜଣ ପ୍ରାଣ ହରାଇଥିବାବେଳେ କେବଳ ଦୁଇଜଣ ଲୋକ ବଞ୍ଚିଛନ୍ତି।
ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ଏବଂ ବନ୍ଧୁମାନେ ବିମାନବନ୍ଦରରେ ଏକାଠି ହେବା ଆରମ୍ଭ କରିଥିଲେ। ଅନେକ ପରିବାର ନିଜ ପ୍ରିୟଜନଙ୍କ ସନ୍ଧାନରେ ହତାଶ ଦେଖାଯାଉଥିଲେ। ଏହି ବିମାନରେ ଜଣେ ବ୍ୟକ୍ତି ମଧ୍ୟ ଥିଲେ ଯିଏ ତାଙ୍କ ମୃତ୍ୟୁକୁ ଜାଣି ସାରିଥିଲେ। ସେ ବିମାନ ଭିତରୁ ଏପରି ବାର୍ତ୍ତା ପଠାଇଥିଲେ, ପଢିବା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେମାନେ ବିମାନବନ୍ଦରକୁ ଦୌଡି ଯାଇଥିଲେ।
ବାସ୍ତବରେ ବିମାନ ବନ୍ଦରରେ ଉପସ୍ଥିତ ଥିବା ଏକ ପରିବାର କହିଛନ୍ତି ଯେ ଦୁର୍ଘଟଣାର କିଛି ମିନିଟ ପୂର୍ବରୁ ସେମାନେ ବିମାନରେ ଥିବା ବ୍ୟକ୍ତିଙ୍କଠାରୁ ଏକ ବାର୍ତ୍ତା ପାଇଥିଲେ, ଯେଉଁଥିରେ ଲେଖାଥିଲା ଯେ, ଏକ ପକ୍ଷୀ ବିମାନର ପକ୍ଷରେ ଅଟିକି ଯାଇଛି। ବିମାନ ଦୁର୍ଘଟଣାର ଠିକ ପୂର୍ବରୁ ସକାଳ ୯ଟାରେ ପଠାଯାଇଥିବା ଏହି ବାର୍ତ୍ତାରେ ସେ ଲେଖିଥିଲେ, ‘ପକ୍ଷୀଟି ବିମାନ ଡେଣାରେ ଅଟକି ରହିଛି ଏବଂ ଆମେ ଅବତରଣ କରିପାରୁ ନାହୁଁ।
ଦି କୋରିଆ ଟାଇମ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ ଏହି ବ୍ୟକ୍ତିଙ୍କୁ ପଚରାଯାଇଥିଲା ଯେ ଏହା କେତେ ସମୟ ପୂର୍ବରୁ ଘଟିଥିଲା, ସେ ପ୍ରାୟ ଏକ ମିନିଟ ପରେ ଉତ୍ତର ଦେଲେ, ବର୍ତ୍ତମାନ … ମୁଁ ମୋର ଇଚ୍ଛା ପ୍ରକାଶ କରିବା ଉଚିତ କି ବୋଲି ସେ ପ୍ରଶ୍ନ ବି କରିଥିଲେ।
The post ମୃତ୍ୟୁ ନିଶ୍ଚିତ ବୋଲି ଜାଣିନେଇଥିଲେ ଯାତ୍ରୀ! ବିମାନରୁ ପଠାଇଥିଲେ ଶେଷ ବାର୍ତ୍ତା appeared first on Dharitri Odia News.