୨୦୨୪ରେ ୯୦୦୦ ପ୍ରବାସୀଙ୍କ ମୃତ୍ୟୁ ହୋଇଛି, ଏସିଆରେ ସର୍ବାଧିକ: ଜାତିସଂଘ ରିପୋର୍ଟ
ନୂଆଦିଲ୍ଲୀ: ୨୦୨୪ରେ ବିଭିନ୍ନ ଦେଶରେ ସୀମା ପାର କରିବାକୁ ଚେଷ୍ଟା କରୁଥିବା ପ୍ରାୟ ୯,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଜାତିସଂଘର ପ୍ରବାସୀ ଉପରେ ନଜର ରଖୁଥିବା ସଂସ୍ଥା ଏହି ସୂଚନା ଦେଇଛି। ସୁରକ୍ଷା ଏବଂ ଏକ ଭଲ ଜୀବନ ସନ୍ଧାନରେ ହଜାର ହଜାର ଲୋକେ ଜୀବନକୁ ବିପଦରେ ପକାଇ କିଭଳି ବିପଜ୍ଜନକ ଯାତ୍ରା ବାଛୁଛନ୍ତି ଏହି ମୃତ୍ୟୁ ସଂଖ୍ୟା ତାହା ଦର୍ଶାଉଛି ବୋଲି ଜାତିସଂଘ କହିଛି। ଆନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM) ଅନୁଯାୟୀ, ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୮,୯୩୮ହୋଇଥିବା ବେଳେ ଅନେକ ମୃତ୍ୟୁ ରିପୋର୍ଟ କରାଯାଇ ନଥିବାରୁ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। IOMର ନିଖୋଜଥିବା ପ୍ରବାସୀ ପ୍ରକଳ୍ପ ସଂଯୋଜକ ଜୁଲିଆ ବ୍ଲାକ୍ ସମ୍ବାଦ ସଂସ୍ଥା ଆସୋସିଏଟେଡ୍ ପ୍ରେସକୁ ପ୍ରତିକ୍ରିୟା ଦେଇ କିହିଛନ୍ତି "ମୃତ୍ୟୁ ସଂଖ୍ୟା ବୃଦ୍ଧି ଖୁବ୍ ଭୟଙ୍କର, କିନ୍ତୁ ପ୍ରତିବର୍ଷ ହଜାର ହଜାର ଲୋକ ଚିହ୍ନଟ ନହେବା ଆହୁରି ଦୁଃଖଦ।" ପଢନ୍ତୁ -ଟାରିଫ ଧମକ ଦେଉଥିବା ଟ୍ରମ୍ପ ଏବେ ଚେତିଲେ, ଅଣ୍ଡା ପାଇଁ ଛଟପଟ ହେଉଛି ଆମେରିକାପ୍ରବାସୀ ମୃତକଙ୍କ ମଧ୍ୟରୁ ଏସିଆରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ଏସିଆରେ ୨,୭୮୮ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ତା’ ପଛକୁ ଭୂମଧ୍ୟସାଗରରେ ୨,୪୫୨ ଏବଂ ଆଫ୍ରିକାରେ ୨,୨୪୨ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। କେରବିଆନରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଘଟିଛି। ଏଠାରେ ୩୪୧
ନୂଆଦିଲ୍ଲୀ: ୨୦୨୪ରେ ବିଭିନ୍ନ ଦେଶରେ ସୀମା ପାର କରିବାକୁ ଚେଷ୍ଟା କରୁଥିବା ପ୍ରାୟ ୯,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଜାତିସଂଘର ପ୍ରବାସୀ ଉପରେ ନଜର ରଖୁଥିବା ସଂସ୍ଥା ଏହି ସୂଚନା ଦେଇଛି। ସୁରକ୍ଷା ଏବଂ ଏକ ଭଲ ଜୀବନ ସନ୍ଧାନରେ ହଜାର ହଜାର ଲୋକେ ଜୀବନକୁ ବିପଦରେ ପକାଇ କିଭଳି ବିପଜ୍ଜନକ ଯାତ୍ରା ବାଛୁଛନ୍ତି ଏହି ମୃତ୍ୟୁ ସଂଖ୍ୟା ତାହା ଦର୍ଶାଉଛି ବୋଲି ଜାତିସଂଘ କହିଛି।
ଆନ୍ତର୍ଜାତୀୟ ପ୍ରବାସ ସଂଗଠନ (IOM) ଅନୁଯାୟୀ, ସରକାରୀ ଭାବେ ମୃତକଙ୍କ ସଂଖ୍ୟା ୮,୯୩୮ହୋଇଥିବା ବେଳେ ଅନେକ ମୃତ୍ୟୁ ରିପୋର୍ଟ କରାଯାଇ ନଥିବାରୁ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। IOMର ନିଖୋଜଥିବା ପ୍ରବାସୀ ପ୍ରକଳ୍ପ ସଂଯୋଜକ ଜୁଲିଆ ବ୍ଲାକ୍ ସମ୍ବାଦ ସଂସ୍ଥା ଆସୋସିଏଟେଡ୍ ପ୍ରେସକୁ ପ୍ରତିକ୍ରିୟା ଦେଇ କିହିଛନ୍ତି "ମୃତ୍ୟୁ ସଂଖ୍ୟା ବୃଦ୍ଧି ଖୁବ୍ ଭୟଙ୍କର, କିନ୍ତୁ ପ୍ରତିବର୍ଷ ହଜାର ହଜାର ଲୋକ ଚିହ୍ନଟ ନହେବା ଆହୁରି ଦୁଃଖଦ।"
ପଢନ୍ତୁ -ଟାରିଫ ଧମକ ଦେଉଥିବା ଟ୍ରମ୍ପ ଏବେ ଚେତିଲେ, ଅଣ୍ଡା ପାଇଁ ଛଟପଟ ହେଉଛି ଆମେରିକା
ପ୍ରବାସୀ ମୃତକଙ୍କ ମଧ୍ୟରୁ ଏସିଆରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ଏସିଆରେ ୨,୭୮୮ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ତା’ ପଛକୁ ଭୂମଧ୍ୟସାଗରରେ ୨,୪୫୨ ଏବଂ ଆଫ୍ରିକାରେ ୨,୨୪୨ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। କେରବିଆନରେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଚିନ୍ତାଜନକ ବୃଦ୍ଧି ଘଟିଛି। ଏଠାରେ ୩୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁରୋପରେ ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।
କଲମ୍ବିଆ ଏବଂ ପାନାମା ମଧ୍ୟରେ ଥିବା ରେନ ଫରେଷ୍ଟ ଡାରିନ୍ ଗ୍ୟାପ୍ ମଧ୍ୟ ୧୭୪ ଜଣଙ୍କ ମୃତ୍ୟୁ ଏକ ନୂଆ ସର୍ବୋଚ୍ଚ ରେକର୍ଡ କରିଛି। ଯାହା ଏହି ଅଞ୍ଚଳରେ କେବେ ହୋଇ ନଥିଲା।
ପଢନ୍ତୁ- World Happiness Report: ଯୁଦ୍ଧଗ୍ରସ୍ତ ଦେଶର ଲୋକଙ୍କ ଠାରୁ ବି ଦୁଃଖୀ ଭାରତୀୟ, ତାଲିକାରେ କେଉଁଠି ଅଛି ଜାଣନ୍ତୁ
ଏହି ରିପୋର୍ଟ ପ୍ରକାଶ ପାଇବା ପରେ IOM ଘୋଷଣା କରିଛି ଯେ ଆମେରିକା ନେତୃତ୍ୱରେ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଯୋଗୁଁ, ବିଶ୍ୱବ୍ୟାପୀ ଅନେକ ଜୀବନ ରକ୍ଷାକାରୀ କାର୍ଯ୍ୟକ୍ରମ ସ୍ଥଗିତ ରହିବ ଏବଂ ଶହ ଶହ କର୍ମଚାରୀଙ୍କୁ ଛଟେଇ କରାଯିବ। ଏହି କଟକଣା ଯୋଗୁ ସାରା ବିଶ୍ୱରେ ପ୍ରବାସୀମାନଙ୍କ ସଂକଟ ଆହୁରି ବଢ଼ିଯିବ, ଯାହା ସୀମା ପାର ଉଦ୍ୟମ ଓ ପ୍ରବାସର ପ୍ରୟାସରେ ଅଧିକ ଲୋକଙ୍କର ମୃତ୍ୟୁ ହେବ। ସହଯୋଗ ଆବଶ୍ୟକ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ନାନା ହଇରାଣ ହେବ ବୋଲି ଜାତିସଂଘ ସଂସ୍ଥା କହିଛି।