୨୦୨୫ ଏମ୍ଏସ୍ଙ୍କ ଶେଷ ଆଇପିଏଲ! ଟି-ଶାର୍ଟରେ ସଙ୍କେତ ଦେଲେ ଧୋନି
ଚେନ୍ନାଇ ୨୭/୦୨: ଭାରତୀୟ କ୍ରିକେଟର ଲିଜେଣ୍ଡ । ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । କ୍ୟାପଟେନ୍ କୁଲ୍ ସର୍ବଦା ନଜର ଆସନ୍ତି କୁଲ୍ ଅନ୍ଦାଜରେ । ସର୍ବଦା ଚୁପ୍ ଚାପ୍ ରହୁଥିବା ଧୋନୀ ଦିନେ ସମସ୍ତଙ୍କୁ ଚକିତ କରି ହଠାତ୍ ନେଇଥିଲେ ଅବସର । ଅଷ୍ଟ୍ରେଲିଆ ଟୁର୍ରେ ଅଧାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମାହୀ । ୨୦୨୦ ସ୍ୱାଧୀନତା ଦିବସରେ ସେ ହଠାତ୍ ସୋଶାଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ହେଁ ଧୋନି ଆଇପିଏଲ ଖେଳିବା ଜାରି ରଖିଛନ୍ତି। View this post on InstagramA post shared by MS Dhoni / Mahi 7781 [100k????] (@fandom.msdhoni)ଆଇପିଏଲର ବି ସେ ଖେଳିସାରିଲେଣି ଗୁଡାଏ ସଂସ୍କରଣ । ତାଙ୍କ ଅବସରକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହୁଏ । କିନ୍ତୁ ଏଥର ଲାଗୁଛି ଧୋନି ଖେଳିବେ ଶେଷ ଆଇପିଏଲ୍ । ସେ ଖୋଲାଖୋଲି ନକହିଲେ ବି ପରୋକ୍ଷରେ ଦେଇଛନ୍ତି ଇଙ୍ଗିତ । ଆଇପିଏଲ ୨୦୨୫ ତାଙ୍କର ଶେଷ ସଂସ୍କରଣ ବୋଲି ଧୋନି ଫ୍ୟାନ୍ସଙ୍କୁ ଜଣାଇ ଦେଇଛନ୍ତି। କହିବାକୁ ଗଲେ ଧୋନି ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ଆସିଛନ୍ତି । ସେ ପିନ୍ଧିଥିବା ଟି-ଶାର୍ଟରେ ହିଁ ତାଙ୍କ ଅବସରର ସଙ୍କେତ ଦେଇଛନ୍ତି । ଧୋନି ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାକୁ ଜଣେ ସାଧାରଣ
ଚେନ୍ନାଇ ୨୭/୦୨: ଭାରତୀୟ କ୍ରିକେଟର ଲିଜେଣ୍ଡ । ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । କ୍ୟାପଟେନ୍ କୁଲ୍ ସର୍ବଦା ନଜର ଆସନ୍ତି କୁଲ୍ ଅନ୍ଦାଜରେ । ସର୍ବଦା ଚୁପ୍ ଚାପ୍ ରହୁଥିବା ଧୋନୀ ଦିନେ ସମସ୍ତଙ୍କୁ ଚକିତ କରି ହଠାତ୍ ନେଇଥିଲେ ଅବସର । ଅଷ୍ଟ୍ରେଲିଆ ଟୁର୍ରେ ଅଧାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମାହୀ । ୨୦୨୦ ସ୍ୱାଧୀନତା ଦିବସରେ ସେ ହଠାତ୍ ସୋଶାଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ହେଁ ଧୋନି ଆଇପିଏଲ ଖେଳିବା ଜାରି ରଖିଛନ୍ତି।
ଆଇପିଏଲର ବି ସେ ଖେଳିସାରିଲେଣି ଗୁଡାଏ ସଂସ୍କରଣ । ତାଙ୍କ ଅବସରକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହୁଏ । କିନ୍ତୁ ଏଥର ଲାଗୁଛି ଧୋନି ଖେଳିବେ ଶେଷ ଆଇପିଏଲ୍ । ସେ ଖୋଲାଖୋଲି ନକହିଲେ ବି ପରୋକ୍ଷରେ ଦେଇଛନ୍ତି ଇଙ୍ଗିତ । ଆଇପିଏଲ ୨୦୨୫ ତାଙ୍କର ଶେଷ ସଂସ୍କରଣ ବୋଲି ଧୋନି ଫ୍ୟାନ୍ସଙ୍କୁ ଜଣାଇ ଦେଇଛନ୍ତି।
କହିବାକୁ ଗଲେ ଧୋନି ଚେନ୍ନାଇ ସୁପର କିଙ୍ଗସର ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ଆସିଛନ୍ତି । ସେ ପିନ୍ଧିଥିବା ଟି-ଶାର୍ଟରେ ହିଁ ତାଙ୍କ ଅବସରର ସଙ୍କେତ ଦେଇଛନ୍ତି । ଧୋନି ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ଉଲ୍ଲେଖ କରିଛନ୍ତି । କିନ୍ତୁ ଏହାକୁ ଜଣେ ସାଧାରଣ ଲୋକ ଦେଖିଲେ ଜାଣି ପାରିବ ନାହିଁ। କାରଣ ଧୋନି ନିଜ ଷ୍ଟାଇଲରେ ନିଜର ଅବସର ସମ୍ପର୍କରେ ସଙ୍କେତ ଦେଇଛନ୍ତି। ସେ Morse codeକୁ ନିଜ ଟି-ଶାର୍ଟରେ ଉଲ୍ଲେଖ କରିଛନ୍ତି ।
Morse code ହେଉଛି ଏକ ବ୍ୟବସ୍ଥା ଯେଉଁଥିରେ କେବଳ ଡଟ୍ ଓ ଡ୍ୟାସ ବ୍ୟବହାର ହୋଇଥାଏ। ଏହାକୁ ସାଧାରଣ ଭାଷାରେ କୋଡ ୱାର୍ଡ ମଧ୍ୟ କୁହାଯାଏ। ଏହାକୁ ବୁଝିବା ପାଇଁ ଚ୍ୟାଟଜିପିଟିର ସହାୟତା ନିଆଯାଇଥାଏ। ଧୋନିଙ୍କ ଟି-ଶାର୍ଟ ଦେଖି ପ୍ରଥମେ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ଅବସର ଚର୍ଚ୍ଚା କରିଥିଲେ। ଏହାପରେ ତାଙ୍କ ଟି-ଶାର୍ଟରେ ଥିବା ଡଟ ଓ ଡ୍ୟାସକୁ ଓପନ ଏଆଇର ଚ୍ୟାଟଜିପିଟିରେ ଡିକୋଡ କରାଯାଇଛି।
ଧୋନି ପିନ୍ଧିଥିବା ଟି-ଶାର୍ଟରେ ଏମିତି କିଛି ସଙ୍କେତ ରହିଥିଲା
ଧୋନି ନିଜ ଟି-ଶାର୍ଟରେ ୱାନ ଲାଷ୍ଟ ଟାଇମ ବା ଶେଷ ଥର ପାଇଁ ବୋଲି ଉଲ୍ଲେଖ କରିଛନ୍ତି। Morse codeରେ ୱାନ ଲାଷ୍ଟ ଟାଇମ କେମିତି ଡି-କୋଡ ହୋଇଥାଏ ।
ONE | --- -. .
LAST | .-.. .- ... -
TIME | - .. -- .
୨୦୦୮ରୁ ଚେନ୍ନାଇ ପାଇଁ ଆଇପିଏଲ ଖେଳି ଆସୁଛନ୍ତି ୪୩ ବର୍ଷୀୟ ଧୋନି । ସେ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ଥର ଚାମ୍ପିୟନ ହୋଇଛି। ୨ ମାସ ଧରି ଆଇପିଏଲ ପାଇଁ ନିଜକୁ ଫିଟ ରଖିବା ପାଇଁ ଧୋନିଙ୍କୁ ୬ରୁ ୮ ମାସ ଅଭ୍ୟାସ କରିବାକୁ ପଡ଼ୁଛି।
୨୦୨୫ ଜୁଲାଇରେ ଧୋନି ୪୪ ବର୍ଷରେ ପାଦ ଦେବେ। ତଥାପି ସେ ନିଜର ଫିଟନେସକୁ ମ୍ୟାଚ୍ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ୨୦୨୪ ଆଇପିଏଲରେ ସେ ସମସ୍ତ ୧୪ଟି ଯାକ ମ୍ୟାଚ ଖେଳିଥିଲେ। ୨୨୦ ଷ୍ଟ୍ରାଇକ ରେଟରେ ତାଙ୍କ ବ୍ୟାଟରୁ ୧୬୧ ରନ ବାହାରିଥିଲା।