୨୦୨୫ରେ ଆରମ୍ଭ ହେବ ‘Soldier-2’ ସୁଟିଂ, କନଫର୍ମ କଲେ ନିର୍ମାତା ରମେଶ ତୌରାନି

ମୁମ୍ଵାଇ ୧୭।୦୭: ବଲିଉଡ୍‌ର ସବୁଠୁ ଷ୍ଟାଇଲିଶ୍‌ ଓ ଥ୍ରିଲର ଫିଲ୍ମ ‘ସୋଲଜର୍‌’ର ସିକ୍ୱେଲ  ହେବ । ଫିଲ୍ମର ପ୍ରଯୋଜକ ରମେଶ ତୌରାନି ଏହି ସୁପର୍‌ହିଟ୍‌ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରିଛନ୍ତି । ସିକ୍ୱେଲକୁ ନେଇ ସେ ସବୁ ଯୋଜନା  କରିସାରିଛନ୍ତି । ଏବେ ଷ୍ଟାର୍‌କାଷ୍ଟ ଚୟନ ଉପରେ କାମ କରିବେ । କିଛି ଦିନ ତଳେ ‘ସୋଲଜର୍‌’ ଷ୍ଟାର୍‌ ବବି ଦେଓଲ ଏହାର ସିକ୍ୱେଲ ବିଷୟରେ  ସଙ୍କେତ ଦେଇ କହିଥିଲେ, ତୌରାନି ଏହାର ୨ୟ ଭାଗ ନିର୍ମାଣ କରନ୍ତୁ ବୋଲି  ସେ ଚାହାନ୍ତି। ନିକଟରେ ନିଜର ଅନ୍ୟ ଏକ ପୁରୁଣା ଫିଲ୍ମ ‘ଇଶ୍କ ଭିଶ୍କ’ର   ସିକ୍ୱେଲ ଆଣିଥିବା ରମେଶ ତୌରାନି ଏବେ ‘ସୋଲଜର୍‌-୨’କୁ ନେଇ ନୂଆ  ତଥ୍ୟ ଦେଇଛନ୍ତି । କହିଛନ୍ତି, ଆମେ ନିଶ୍ଚିତ ଭାବେ ‘ସୋଲଜର୍‌’ର ସିକ୍ୱେଲ  ନିର୍ମାଣ କରିବାକୁ ଯାଉଛୁ । ଆର ବର୍ଷକୁ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଆସିବ । ଫିଲ୍ମ ନିର୍ମାଣ ଖବର ସ୍ପଷ୍ଟ ହେବା ପରେ ଫ୍ୟାନ୍‌ଙ୍କ ନଜର ଷ୍ଟାର୍‌କାଷ୍ଟ୍‌ଙ୍କ ଉପରେ  ରହିଛି । ମୂଳ ଫିଲ୍ମ ଭଳି ସିକ୍ୱେଲରେ ବବି ଦେଓଲ ଓ ପ୍ରୀତି ଜିଣ୍ଟା ପୁଣି  ବଡ଼ ପରଦାକୁ ଆସିବେ ନା ସେମାନଙ୍କ ସ୍ଥାନରେ ଅନ୍ୟ କଳାକାରଙ୍କୁ ଚୟନ   କରାଯିବ, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଏହାର ଜବାବରେ  ତୌରାନି କହିଛନ୍ତି, ଏବେ କାଷ୍ଟ୍‌କୁ ନେଇ ସେମାନେ କିଛି ସ୍ଥିର କରିନାହାନ୍ତି ।  କାହାଣୀର ଗତିଶୀଳତା ଉପରେ ଏହା ନିର୍ଭର  କରିବ । କାହାଣୀର ଆବଶ୍ୟକତା  ହିସାବରେ ସେମ

୨୦୨୫ରେ ଆରମ୍ଭ ହେବ ‘Soldier-2’ ସୁଟିଂ, କନଫର୍ମ କଲେ ନିର୍ମାତା ରମେଶ ତୌରାନି

ମୁମ୍ଵାଇ ୧୭।୦୭: ବଲିଉଡ୍‌ର ସବୁଠୁ ଷ୍ଟାଇଲିଶ୍‌ ଓ ଥ୍ରିଲର ଫିଲ୍ମ ସୋଲଜର୍‌ର ସିକ୍ୱେଲ  ହେବ । ଫିଲ୍ମର ପ୍ରଯୋଜକ ରମେଶ ତୌରାନି ଏହି ସୁପର୍‌ହିଟ୍‌ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରିଛନ୍ତି । ସିକ୍ୱେଲକୁ ନେଇ ସେ ସବୁ ଯୋଜନା  କରିସାରିଛନ୍ତି । ଏବେ ଷ୍ଟାର୍‌କାଷ୍ଟ ଚୟନ ଉପରେ କାମ କରିବେ । କିଛି ଦିନ ତଳେ ସୋଲଜର୍‌’ ଷ୍ଟାର୍‌ ବବି ଦେଓଲ ଏହାର ସିକ୍ୱେଲ ବିଷୟରେ  ସଙ୍କେତ ଦେଇ କହିଥିଲେତୌରାନି ଏହାର ୨ୟ ଭାଗ ନିର୍ମାଣ କରନ୍ତୁ ବୋଲି  ସେ ଚାହାନ୍ତି। 

ନିକଟରେ ନିଜର ଅନ୍ୟ ଏକ ପୁରୁଣା ଫିଲ୍ମ ଇଶ୍କ ଭିଶ୍କର   ସିକ୍ୱେଲ ଆଣିଥିବା ରମେଶ ତୌରାନି ଏବେ ସୋଲଜର୍‌-୨କୁ ନେଇ ନୂଆ  ତଥ୍ୟ ଦେଇଛନ୍ତି । କହିଛନ୍ତିଆମେ ନିଶ୍ଚିତ ଭାବେ ସୋଲଜର୍‌ର ସିକ୍ୱେଲ  ନିର୍ମାଣ କରିବାକୁ ଯାଉଛୁ । ଆର ବର୍ଷକୁ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଆସିବ । ଫିଲ୍ମ ନିର୍ମାଣ ଖବର ସ୍ପଷ୍ଟ ହେବା ପରେ ଫ୍ୟାନ୍‌ଙ୍କ ନଜର ଷ୍ଟାର୍‌କାଷ୍ଟ୍‌ଙ୍କ ଉପରେ  ରହିଛି । ମୂଳ ଫିଲ୍ମ ଭଳି ସିକ୍ୱେଲରେ ବବି ଦେଓଲ ଓ ପ୍ରୀତି ଜିଣ୍ଟା ପୁଣି  ବଡ଼ ପରଦାକୁ ଆସିବେ ନା ସେମାନଙ୍କ ସ୍ଥାନରେ ଅନ୍ୟ କଳାକାରଙ୍କୁ ଚୟନ   କରାଯିବଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ତେବେ ଏହାର ଜବାବରେ  ତୌରାନି କହିଛନ୍ତିଏବେ କାଷ୍ଟ୍‌କୁ ନେଇ ସେମାନେ କିଛି ସ୍ଥିର କରିନାହାନ୍ତି ।  କାହାଣୀର ଗତିଶୀଳତା ଉପରେ ଏହା ନିର୍ଭର  କରିବ । କାହାଣୀର ଆବଶ୍ୟକତା  ହିସାବରେ ସେମାନେ ବବି  ଓ ପ୍ରୀତିଙ୍କୁ କାଷ୍ଟ୍‌ କରିବା  କଥା ଚିନ୍ତା କରିବେ ।  କିଛି ଦିନ ତଳେ ବବି  ଦେଓଲ ସୋଲଜର୍‌-୨’   ବିଷୟରେ ଇଙ୍ଗିତ  କରି କହିଥିଲେଲମ୍ବା  ସମୟ ବିତିଗଲାଣି ।

 

ଆନିମଲ୍‌’ ପରେ  ତୌରାନି ମୋ ସହ  ସୋଲଜର୍‌-୨’ ନିର୍ମାଣ  ବିଷୟରେ ଚିନ୍ତା କରିବେ  ବୋଲି ମୁଁ ଆଶା   କରୁଛି । ଆନିମଲ’  ପରେ ଭିଲେନ୍‌ ଭୂମିକା   ପାଇଁ ବବିଙ୍କ ଡିମାଣ୍ଡ  ବଢ଼ିଯାଇଛି । ଖୁବ୍‌ଶୀଘ୍ର ସେ  ତାମିଲ ଷ୍ଟାର ସୂର୍ଯ୍ୟାଙ୍କ ପାନ୍‌  ଇଣ୍ଡିଆ ଫିଲ୍ମ କଙ୍ଗୁୱାରେ ଭିଲେନ୍‌  ଭୂମିକାରେ ନଜର ଆସିବେ ।  ରିପୋର୍ଟ ଅନୁସାରେୟଶ ରାଜ  ଫିଲ୍ମସର ସ୍ପାଇ ୟୁନିଭର୍ସରେ  ମଧ୍ୟ ବବିଙ୍କ ଏଣ୍ଟ୍ରି ହେବାକୁ  ଯାଉଛି । ସେ ଆଲିୟା ଭଟ୍ଟ  ଓ ଶର୍ଭରୀ ୱାଗଙ୍କ ସ୍ପାଇ  ଫିଲ୍ମ ଆଲ୍‌ଫାରେ   ଭିଲେନ୍‌ ଭୂମିକା ନିର୍ବାହ  କରିବେ ।