୨୦୨୫ରେ ପୁନର୍ଗଠନ ହେବ ଏନ୍ଟିଏ
ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି। ଆସନ୍ତାବର୍ଷ ଏନ୍ଟିଏ ପୁନର୍ଗଠିତ ହେବା ସହ ନୂଆ ପଦବୀ ସୃଷ୍ଟି ହେବ। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତବର୍ଷ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି)ରେ ପ୍ରଶ୍ନପତ୍ର ଲିକ୍ ହେବା ଓ […] The post ୨୦୨୫ରେ ପୁନର୍ଗଠନ ହେବ ଏନ୍ଟିଏ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୧୨(ପି.ଟି.): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୨୦୨୫ରୁ ସବୁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବ ନାହିଁ। ଏହା କେବଳ ଉଚ୍ଚତର ଶିକ୍ଷା ପ୍ରବେଶିକା ପରୀକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଘୋଷଣା କରିଛନ୍ତି। ଆସନ୍ତାବର୍ଷ ଏନ୍ଟିଏ ପୁନର୍ଗଠିତ ହେବା ସହ ନୂଆ ପଦବୀ ସୃଷ୍ଟି ହେବ। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଗତବର୍ଷ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ଇଇଟି)ରେ ପ୍ରଶ୍ନପତ୍ର ଲିକ୍ ହେବା ଓ ଅନ୍ୟାନ୍ୟ ତ୍ରୁଟି କାରଣରୁ ପରୀକ୍ଷାକୁ ବାରମ୍ବାର ବାତିଲ କରିବାକୁ ପଡ଼ିଥିଲା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟ ଆର୍. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକ୍ରମେ ସରକାର ଏନ୍ଟିଏ ପୁନର୍ଗଠନ କରିବାକୁ ଯାଉଛନ୍ତି। ଏନ୍ଇଇଟି ପୂର୍ବଭଳି କାଗଜ କଲମରେ ହେବ ନା କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)କୁ ପରିବର୍ତ୍ତନ କରାଯିବ, ସେନେଇ ଶିକ୍ଷା ମନ୍ତ୍ରଣାଳୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରୁଛି। କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (ସିୟୁଇଟି-ୟୁଜି) ପୂର୍ବଭଳି ବର୍ଷକୁ ଥରେ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
The post ୨୦୨୫ରେ ପୁନର୍ଗଠନ ହେବ ଏନ୍ଟିଏ appeared first on Dharitri Odia News.