୨୦୨୫ରେ ବିଶ୍ୱର ଚତୁର୍ଥ ଅର୍ଥନୀତି ହେବ ଭାରତ, ୨୦୨୮ରେ ଜର୍ମାନୀକୁ ଟପିବ: IMF

ନୂଆଦିଲ୍ଲୀ: ୨୦୨୫ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ । ଜାପାନକୁ ଅତିକ୍ରମ କରି ଭାରତ ଏହି ଉପଲବ୍ଧି ହାସଲ କରିବ ବୋଲି IMFର ୱାର୍ଲଡ ଇକୋନୋମିକ୍ ଆଉଟ୍‌ଲୁକ୍ ଏପ୍ରିଲ୍ ୨୦୨୫ ସଂସ୍କରଣ କୁହାଯାଇଛି । ୨୦୨୫ (FY୨୬) ପାଇଁ ଭାରତର ନୋମିନାଲ୍ GDP ୪,୧୮୭.୦୧୭ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି । ଯାହା ଜାପାନର ସମ୍ଭାବ୍ୟ GDP ୪,୧୮୬.୪୩୧ ବିଲିୟନ ଡଲାରଠାରୁ ସାମାନ୍ୟ ଅଧିକ ହେବ ବୋଲି ଆକଳନ କରାଯାଇଛି ।୨୦୨୪ ପର୍ଯ୍ୟନ୍ତ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିଲା, କିନ୍ତୁ ଚଳିତ ବର୍ଷ ଏହା ଚତୁର୍ଥ ବୃହତ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି । IMF ପୂର୍ବାନୁମାନ ଅନୁଯାୟୀ ଆଗାମୀ ବର୍ଷଗୁଡ଼ିକରେ, ଜର୍ମାନୀକୁ ପଛରେ ପକାଇ ଭାରତ ତୃତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ମଧ୍ୟ ରହିଛି । ୨୦୨୮ ସୁଦ୍ଧା ଭାରତର GDP ୫,୫୮୪.୪୭୬ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଯାହା ଜର୍ମାନୀର ୫,୨୫୧.୯୨୮ ବିଲିୟନ ଡଲାରକୁ ଟପିବ । ୨୦୨୭ ମସିହାରେ ଭାରତ ୫,୦୬୯.୪୭ ବିଲିୟନ ଡଲାର GDP ସହିତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ।ରିପୋର୍ଟ ଅନୁସାରେ ୨୦୨୫ରେ ବି ଆମେରିକା ଓ ଚାଇନା ବିଶ୍ୱର ପ୍ରଥମ ଦୁଇ ଅର୍ଥବ୍ୟବସ୍ଥା ହୋଇ ରହିବେ । କେବଳ ଚଳିତ ବର୍ଷ ନୁହେଁ, ବରଂ ଦଶନ୍ଧି ଶେଷ ଯାଏ ସେମାନେ ନିଜ ସ୍ଥାନ ବଜାୟ ରଖିବେ । ଆଇଏମଏଫର ୱାର୍ଲଡ ଇକୋନୋମିକ୍ ଆଉଟ୍‌ଲୁକ୍‌ରେ ଚେତାବନୀ ଦେଇଛି

୨୦୨୫ରେ ବିଶ୍ୱର ଚତୁର୍ଥ ଅର୍ଥନୀତି ହେବ ଭାରତ, ୨୦୨୮ରେ ଜର୍ମାନୀକୁ ଟପିବ: IMF

ନୂଆଦିଲ୍ଲୀ: ୨୦୨୫ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ । ଜାପାନକୁ ଅତିକ୍ରମ କରି ଭାରତ ଏହି ଉପଲବ୍ଧି ହାସଲ କରିବ ବୋଲି IMFର ୱାର୍ଲଡ ଇକୋନୋମିକ୍ ଆଉଟ୍‌ଲୁକ୍ ଏପ୍ରିଲ୍ ୨୦୨୫ ସଂସ୍କରଣ କୁହାଯାଇଛି । ୨୦୨୫ (FY୨୬) ପାଇଁ ଭାରତର ନୋମିନାଲ୍ GDP ୪,୧୮୭.୦୧୭ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି । ଯାହା ଜାପାନର ସମ୍ଭାବ୍ୟ GDP ୪,୧୮୬.୪୩୧ ବିଲିୟନ ଡଲାରଠାରୁ ସାମାନ୍ୟ ଅଧିକ ହେବ ବୋଲି ଆକଳନ କରାଯାଇଛି ।

୨୦୨୪ ପର୍ଯ୍ୟନ୍ତ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିଲା, କିନ୍ତୁ ଚଳିତ ବର୍ଷ ଏହା ଚତୁର୍ଥ ବୃହତ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି । IMF ପୂର୍ବାନୁମାନ ଅନୁଯାୟୀ ଆଗାମୀ ବର୍ଷଗୁଡ଼ିକରେ, ଜର୍ମାନୀକୁ ପଛରେ ପକାଇ ଭାରତ ତୃତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ମଧ୍ୟ ରହିଛି । ୨୦୨୮ ସୁଦ୍ଧା ଭାରତର GDP ୫,୫୮୪.୪୭୬ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ଯାହା ଜର୍ମାନୀର ୫,୨୫୧.୯୨୮ ବିଲିୟନ ଡଲାରକୁ ଟପିବ । ୨୦୨୭ ମସିହାରେ ଭାରତ ୫,୦୬୯.୪୭ ବିଲିୟନ ଡଲାର GDP ସହିତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ।

ରିପୋର୍ଟ ଅନୁସାରେ ୨୦୨୫ରେ ବି ଆମେରିକା ଓ ଚାଇନା ବିଶ୍ୱର ପ୍ରଥମ ଦୁଇ ଅର୍ଥବ୍ୟବସ୍ଥା ହୋଇ ରହିବେ । କେବଳ ଚଳିତ ବର୍ଷ ନୁହେଁ, ବରଂ ଦଶନ୍ଧି ଶେଷ ଯାଏ ସେମାନେ ନିଜ ସ୍ଥାନ ବଜାୟ ରଖିବେ । ଆଇଏମଏଫର ୱାର୍ଲଡ ଇକୋନୋମିକ୍ ଆଉଟ୍‌ଲୁକ୍‌ରେ ଚେତାବନୀ ଦେଇଛି ଯେ ଗତ ୮୦ ବର୍ଷ ଧରି ଅଧିକାଂଶ ଦେଶ ଯେଉଁ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥା କାମ କରୁଛନ୍ତି, ତାହା ପୁନଃନିର୍ମାଣ ହେଉଛି । ଯାହା ବିଶ୍ୱକୁ ଏକ ନୂତନ ଯୁଗରେ ପ୍ରବେଶ କରାଉଛି ।

IMF ନିଜ ରିପୋର୍ଟରେ ୨୦୨୫ ପାଇଁ ଭାରତର GDP ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%ରେ ରଖିଛି । ଯାହା ଜାନୁଆରୀ ଆଉଟ୍‌ଲୁକ୍ ରିପୋର୍ଟରେ ପ୍ରକାଶିତ ୬.୫%ର ପୂର୍ବ ଆକଳନଠାରୁ ୦.୩ ପ୍ରତିଶତ କମ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଅଭିବୃଦ୍ଧି ଆକଳନ ହ୍ରାସର ପ୍ରମୁଖ କାରଣ ।