କରୋନା ପରେ ବଢ଼ିଛି ମାନସିକ ରୋଗୀଙ୍କ ସଂଖ୍ୟା
ଫୁଲବାଣୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ମୁତାବକ କରୋନା ସଂକ୍ରମଣ ପୂର୍ବରୁ ଜଣେ ମଣିଷ ମାନସିକ ସ୍ତରରେ ଯେତେ ମାତ୍ରାରେ ସୁଦୃଢ ଥିଲା ବର୍ତ୍ତମାନ ସେଥିରେ ହ୍ରାସ ପାଇଛି। ଫଳରେ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା କୋଭିଡ୍-୧୯ ପରଠାରୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବେସିକ୍ ନିଡ୍ ଇଣ୍ଡିଆ, ବେଙ୍ଗାଲୁରୁ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ଟି ପଞ୍ଚାୟତରେ ମାନସିକ ରୋଗୀଙ୍କୁ ଚିହ୍ନଟକରଣ, […]

ଫୁଲବାଣୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ମୁତାବକ କରୋନା ସଂକ୍ରମଣ ପୂର୍ବରୁ ଜଣେ ମଣିଷ ମାନସିକ ସ୍ତରରେ ଯେତେ ମାତ୍ରାରେ ସୁଦୃଢ ଥିଲା ବର୍ତ୍ତମାନ ସେଥିରେ ହ୍ରାସ ପାଇଛି। ଫଳରେ ସମାଜରେ ମାନସିକ ରୋଗୀଙ୍କ ସଂଖ୍ୟା କୋଭିଡ୍-୧୯ ପରଠାରୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବେସିକ୍ ନିଡ୍ ଇଣ୍ଡିଆ, ବେଙ୍ଗାଲୁରୁ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ଟି ପଞ୍ଚାୟତରେ ମାନସିକ ରୋଗୀଙ୍କୁ ଚିହ୍ନଟକରଣ, ସେମାନଙ୍କ ଚିକିତ୍ସା ଓ ସ୍ଥାୟୀ ଜୀବନଜୀବିକା ନିମନ୍ତେ ଗୋଷ୍ଠୀସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ ଆଦି କାର୍ଯ୍ୟକ୍ରମ ଜାରି ରହିଛି । ଆଜି ପର୍ଯ୍ୟନ୍ତ ୮୦୬ ଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେଥିରୁ ୫୫୦ ଜଣଙ୍କୁ ନିୟମିତ ଚିକିତ୍ସା କରାଯାଉଥିବା ବେଳେ ୮୫ଟି ପରିବାରକୁ ଜୀବନ ଜୀବିକା ସହାୟତା ଯୋଗାଇ ଦିଆଯାଇଛି ବୋଲି ପ୍ରକଳ୍ପ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ ସୂଚନା ଦେଇଥିଲେ। କିନ୍ତୁ ଚିହ୍ନିତ ବ୍ୟକ୍ତିମାନଙ୍କ ନିୟମିତ ଦେଖାଶୁଣା ଓ ଔଷଧ ସେବନ ନିତାନ୍ତ ଜରୁରୀ ଥିବାରୁ ପରିବାରର ଯତ୍ନକାରୀ ଓ ଅନ୍ୟ ସଦସ୍ୟ/ସଦସ୍ୟାମାନଙ୍କର ଗୁରୁତ୍ୱ ଦୃଷ୍ଟିରୁ ସେମାନଙ୍କୁ ଦିଗ୍ଦର୍ଶନର ଆବଶ୍ୟକତା ରହିଛି। ଏଣୁ ପରିବାର ସହାୟକ ଗୋଷ୍ଠୀର ଗଠନ ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତାକୁ ଆଖି ଆଗରେ ରଖି ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଂଯୋଜକ ରାଜୀବ କର୍ମୀ , ବି.ଏନ୍.ଆଇ ତରଫରୁ ସୁଜାତା. ଭି ଓ ଯୁଭାନ ଫର୍ଣ୍ଣାଡିସ୍ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ପରିବାର ସହାୟକ ଗୋଷ୍ଠୀରୁ ଯୋଗ ଦେଇଥିବା ନେତାମାନଙ୍କୁ ବିଭିନ୍ନ ଖେଳ, ନାଚ, ଗପ ଓ ଦଳଗତ ଆଲୋଚନା ମାଧ୍ୟମରେ ବୁଝାଇଥିଲେ। ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ନିୟମିତ ଭାବେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ଚିକିତ୍ସା ସହିତ ସ୍ନେହ, ପରିବାର ଲୋକଙ୍କ ଭଲପାଇବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ଯୋଡି ରଖିବାକୁ ପଡିବ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାନ୍ତନୁ କୁମାର ମିଶ୍ର, ପ୍ରକଳ୍ପ ସଂଯୋଜକ ବିଶ୍ୱରଞ୍ଜନ କର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଆଲୋକ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସ୍ୱେଚ୍ଛାସେବୀ ପରିଚାଳନାରେ ସହଯୋଗ କରିଥିଲେ।