୨୦୨୫ରେ ୧,୦୦,୦୦୦ ପଏଣ୍ଟ ଟପିବ ସେନ୍‌ସେକ୍ସ ? ମୋର୍ଗାନ ଷ୍ଟାନଲିର ବଡ଼ ଆକଳନ

ନୂଆଦିଲ୍ଲୀ: ୨୦୨୪ ମସିହାରେ ସେନ୍‌ସେକ୍ସ ୮୬,୦୦୦ ଅଙ୍କରେ ପହଞ୍ଚିବା ପରେ ୨୦୨୫ରେ ୧ ଲକ୍ଷ ପଏଣ୍ଟ ଟପିପାରେ । ମୋର୍ଗାନ ଷ୍ଟାନଲି ପକ୍ଷରୁ ଏହି ଆକଳନ କରାଯାଇଛି । ମୋର୍ଗାନ ଷ୍ଟାନଲି ଅନୁସାରେ ସେନ୍‌ସେକ୍ସ ୧ ଲକ୍ଷ ସ୍ତର ପାର କରିପାରେ । ତେବେ ଏହା ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ବଜାରରେ ଏହି ଉତ୍ସାହ ଜାରି ରହିବ । ଅନ୍ୟପଟେ ବେସ୍ କ୍ୟାସ୍‌ରେ ୨୦୨୫ ଡିସେମ୍ୱର ସୁଦ୍ଧା ସେନସେକ୍ସ ୯୩ ହଜାର ଅଙ୍କ ସ୍ତରରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଡିସେମ୍ୱର ୬ରେ ସେନସେକ୍ସ ୮୧,୭୦୦ ଅଙ୍କ ଉପରେ ରହିଛି ।ଦ' ଇକୋନମିକ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମୋର୍ଗାନ ଷ୍ଟାନଲି କହିଛି ଯେ ୨୦୨୫ରେ ଭାରତର ସେୟାର ବଜାର ଚମତ୍କାର ପ୍ରଦର୍ଶନ କରିବ । ଗ୍ଲୋବାଲ୍ ବ୍ରୋକ୍‌ରେଜ ଫାର୍ମର ଅନୁମାନ ଅନୁସାରେ ମଜଭୁତ ଆୟ ବୃଦ୍ଧି, ବ୍ୟାପକ ଆର୍ଥିକ ସ୍ଥିରତା ଏବଂ ମଜଭୁତ ଘରୋଇ ପୁଞ୍ଜି ପ୍ରବାହ ଦ୍ୱାରା ସମର୍ଥିତ ଗତି ଯୋଗୁଁ ବିଏସ୍‌ଇ ସେନସେକ୍ସ ୧,୦୫,୦୦୦ ସ୍ତର ପାର କରିପାରେ ।ମୋର୍ଗାନ ଷ୍ଟାନଲି ୨୦୨୫ ଡିସେମ୍ୱର ସୁଦ୍ଧା ସେନସେକ୍ସ ୧,୦୫,୦୦୦ ସ୍ତର ପହଞ୍ଚିବାର ୩୦ ପ୍ରତିଶତ ସମ୍ଭାବନା ଥିବା ଭବିଷ୍ୟତବାଣୀ ରହିଛି । ଏହାର ବେସ୍ ଆଉଟ୍‌ଲୁକ୍ ୯୩,୦୦୦ ଲକ୍ଷ୍ୟ ନିର୍ଦ୍ଧାରିତ ରହିଛି, ଯାହା ବର୍ତ୍ତମାନ ସ୍ତରଠାରୁ ୧୪ ପ୍ରତିଶତ ଅଧିକ ରହିଛି । ମୋର୍ଗାନ ଷ୍ଟାନଲି ରିପୋର୍ଟ ଅନୁସାରେ ଭାରତ ନିଜର ରାଜକୋଷୀୟ ଅନୁଶାସନ ବଜାୟ ରଖିବ । ମୋର୍ଗ

୨୦୨୫ରେ ୧,୦୦,୦୦୦ ପଏଣ୍ଟ ଟପିବ ସେନ୍‌ସେକ୍ସ ? ମୋର୍ଗାନ ଷ୍ଟାନଲିର ବଡ଼ ଆକଳନ

ନୂଆଦିଲ୍ଲୀ: ୨୦୨୪ ମସିହାରେ ସେନ୍‌ସେକ୍ସ ୮୬,୦୦୦ ଅଙ୍କରେ ପହଞ୍ଚିବା ପରେ ୨୦୨୫ରେ ୧ ଲକ୍ଷ ପଏଣ୍ଟ ଟପିପାରେ । ମୋର୍ଗାନ ଷ୍ଟାନଲି ପକ୍ଷରୁ ଏହି ଆକଳନ କରାଯାଇଛି । ମୋର୍ଗାନ ଷ୍ଟାନଲି ଅନୁସାରେ ସେନ୍‌ସେକ୍ସ ୧ ଲକ୍ଷ ସ୍ତର ପାର କରିପାରେ । ତେବେ ଏହା ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ବଜାରରେ ଏହି ଉତ୍ସାହ ଜାରି ରହିବ । ଅନ୍ୟପଟେ ବେସ୍ କ୍ୟାସ୍‌ରେ ୨୦୨୫ ଡିସେମ୍ୱର ସୁଦ୍ଧା ସେନସେକ୍ସ ୯୩ ହଜାର ଅଙ୍କ ସ୍ତରରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ ୨୦୨୪ ଡିସେମ୍ୱର ୬ରେ ସେନସେକ୍ସ ୮୧,୭୦୦ ଅଙ୍କ ଉପରେ ରହିଛି ।

ଦ' ଇକୋନମିକ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମୋର୍ଗାନ ଷ୍ଟାନଲି କହିଛି ଯେ ୨୦୨୫ରେ ଭାରତର ସେୟାର ବଜାର ଚମତ୍କାର ପ୍ରଦର୍ଶନ କରିବ । ଗ୍ଲୋବାଲ୍ ବ୍ରୋକ୍‌ରେଜ ଫାର୍ମର ଅନୁମାନ ଅନୁସାରେ ମଜଭୁତ ଆୟ ବୃଦ୍ଧି, ବ୍ୟାପକ ଆର୍ଥିକ ସ୍ଥିରତା ଏବଂ ମଜଭୁତ ଘରୋଇ ପୁଞ୍ଜି ପ୍ରବାହ ଦ୍ୱାରା ସମର୍ଥିତ ଗତି ଯୋଗୁଁ ବିଏସ୍‌ଇ ସେନସେକ୍ସ ୧,୦୫,୦୦୦ ସ୍ତର ପାର କରିପାରେ ।

ମୋର୍ଗାନ ଷ୍ଟାନଲି ୨୦୨୫ ଡିସେମ୍ୱର ସୁଦ୍ଧା ସେନସେକ୍ସ ୧,୦୫,୦୦୦ ସ୍ତର ପହଞ୍ଚିବାର ୩୦ ପ୍ରତିଶତ ସମ୍ଭାବନା ଥିବା ଭବିଷ୍ୟତବାଣୀ ରହିଛି । ଏହାର ବେସ୍ ଆଉଟ୍‌ଲୁକ୍ ୯୩,୦୦୦ ଲକ୍ଷ୍ୟ ନିର୍ଦ୍ଧାରିତ ରହିଛି, ଯାହା ବର୍ତ୍ତମାନ ସ୍ତରଠାରୁ ୧୪ ପ୍ରତିଶତ ଅଧିକ ରହିଛି । ମୋର୍ଗାନ ଷ୍ଟାନଲି ରିପୋର୍ଟ ଅନୁସାରେ ଭାରତ ନିଜର ରାଜକୋଷୀୟ ଅନୁଶାସନ ବଜାୟ ରଖିବ । ମୋର୍ଗାନ୍ ଷ୍ଟାନଲି ଆଉଟ୍‌ଲୁକ୍‌ ଏହା ମଧ୍ୟ କହିଛି ଯେ ଭାରତ ବ୍ୟାପକ ଆର୍ଥିକ ସ୍ଥିରତା ବଜାୟ ରଖିବ, ଯାହା ନିବେଶେକଙ୍କ ବିଶ୍ୱାସକୁ ବଢାଇବ ।