ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ; ମାତ୍ର ୩୮ ମିନିଟ୍ରେ ହୋଇଥିଲା ଶେଷ
ନୂଆଦିଲ୍ଲୀ ୦୩।୦୫: ବିଶ୍ୱରେ ଅନେକ ଯୁଦ୍ଧ ହୋଇଛି । ଯାହା ବର୍ଷ ବର୍ଷ ଧରି ଚାଲିଆସିଛି । ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରାୟ ଚାରିରୁ ଛଅ ବର୍ଷ ଚାଲିଥିଲା । କିନ୍ତୁ ଜାଣନ୍ତି କି ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ କେବେ ଏବଂ କାହା କାହା ମଧ୍ୟରେ ହୋଇଥିଲା । ଆସନ୍ତୁ ଜାଣିବା… ବ୍ରିଟେନ ଏବଂ ଜାଞ୍ଜିବାର ମଧ୍ୟରେ ହୋଇଥିଲା ବିଶ୍ବର ସବୁଠାରୁ ଛୋଟ ଯୁଦ୍ଧ । ଏହି ଯୁଦ୍ଧ ୨୭ ଅଗଷ୍ଟ ୧୮୯୬ରେ ହୋଇଥିଲା । ରାଜନୈତିକ ବିବାଦ ଯୋଗୁ ଆରମ୍ଭ ହୋଇଥିଲା ଯୁଦ୍ଧ । ମାତ୍ର ୩୮ ମିନିଟରେ ବ୍ରିଟିଶ ସେନା ଯୁଦ୍ଧ ଶେଷ କରି ଦେଇଥିଲେ । ୧୮୯୩ରେ ବ୍ରିଟିଶମାନେ ଜାଞ୍ଜିବାରର ତତ୍ତ୍ୱାବଧାନ ପାଇଁ ସୟଦ ହମାଦ ବିନ ଥୁୱାଇନିଙ୍କୁ ନିଯୁକ୍ତ କରିଥିଲେ। ସେ ୨୫ ଅଗଷ୍ଟ ୧୮୯୬ରେ ମୃତ୍ୟୁବରଣ କଲେ । ହମାଦଙ୍କ ମୃତ୍ୟୁ ପରେ, ତାଙ୍କ ଭଣଜା ଖାଲିଦ ବିନ ବର୍ଗାସ ନିଜକୁ ସୁଲତାନ ଘୋଷଣା କରିଥିଲେ । ଜାଞ୍ଜିବାର ଉପରେ ବ୍ରିଟେନର ନିୟନ୍ତ୍ରଣ ଥିଲା। ତେଣୁ ବର୍ଗାଶ ସୁଲତାନ ହେବା ବ୍ରିଟେନକୁ ପସନ୍ଦ ଆସିଲାନି । ଏଥିପାଇଁ ବ୍ରିଟେନ ଖାଲିଦଙ୍କୁ ସୁଲତାନ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଖାଲିଦ ଆଦେଶକୁ ଅଣଦେଖା କରି ତାଙ୍କ ପ୍ରାସାଦ ଚାରିପାଖରେ ପ୍ରାୟ ୩୦୦୦ ସୈନିକଙ୍କୁ ମୁତୟନ କଲେ। ବ୍ରିଟେନ ଖାଲିଦଙ୍କୁ ଚେତାବନୀ ଦେବା ପରେ ଅଗଷ୍ଟ ୨୭ରେ ବ୍ରିଟିଶମାନେ ଜାଞ୍ଜିବାର ଉପରେ ଆକ୍ରମଣ କଲେ। ଯୁଦ୍ଧ ଆରମ୍ଭ ହେବା ପରେ ଖାଲିଦଙ୍କ ସେନା ମ
ନୂଆଦିଲ୍ଲୀ ୦୩।୦୫: ବିଶ୍ୱରେ ଅନେକ ଯୁଦ୍ଧ ହୋଇଛି । ଯାହା ବର୍ଷ ବର୍ଷ ଧରି ଚାଲିଆସିଛି । ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରାୟ ଚାରିରୁ ଛଅ ବର୍ଷ ଚାଲିଥିଲା । କିନ୍ତୁ ଜାଣନ୍ତି କି ବିଶ୍ୱର ସବୁଠାରୁ ଛୋଟ ଯୁଦ୍ଧ କେବେ ଏବଂ କାହା କାହା ମଧ୍ୟରେ ହୋଇଥିଲା । ଆସନ୍ତୁ ଜାଣିବା…

ବ୍ରିଟେନ ଏବଂ ଜାଞ୍ଜିବାର ମଧ୍ୟରେ ହୋଇଥିଲା ବିଶ୍ବର ସବୁଠାରୁ ଛୋଟ ଯୁଦ୍ଧ । ଏହି ଯୁଦ୍ଧ ୨୭ ଅଗଷ୍ଟ ୧୮୯୬ରେ ହୋଇଥିଲା । ରାଜନୈତିକ ବିବାଦ ଯୋଗୁ ଆରମ୍ଭ ହୋଇଥିଲା ଯୁଦ୍ଧ । ମାତ୍ର ୩୮ ମିନିଟରେ ବ୍ରିଟିଶ ସେନା ଯୁଦ୍ଧ ଶେଷ କରି ଦେଇଥିଲେ । ୧୮୯୩ରେ ବ୍ରିଟିଶମାନେ ଜାଞ୍ଜିବାରର ତତ୍ତ୍ୱାବଧାନ ପାଇଁ ସୟଦ ହମାଦ ବିନ ଥୁୱାଇନିଙ୍କୁ ନିଯୁକ୍ତ କରିଥିଲେ।

ସେ ୨୫ ଅଗଷ୍ଟ ୧୮୯୬ରେ ମୃତ୍ୟୁବରଣ କଲେ । ହମାଦଙ୍କ ମୃତ୍ୟୁ ପରେ, ତାଙ୍କ ଭଣଜା ଖାଲିଦ ବିନ ବର୍ଗାସ ନିଜକୁ ସୁଲତାନ ଘୋଷଣା କରିଥିଲେ । ଜାଞ୍ଜିବାର ଉପରେ ବ୍ରିଟେନର ନିୟନ୍ତ୍ରଣ ଥିଲା। ତେଣୁ ବର୍ଗାଶ ସୁଲତାନ ହେବା ବ୍ରିଟେନକୁ ପସନ୍ଦ ଆସିଲାନି । ଏଥିପାଇଁ ବ୍ରିଟେନ ଖାଲିଦଙ୍କୁ ସୁଲତାନ ପଦରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ଖାଲିଦ ଆଦେଶକୁ ଅଣଦେଖା କରି ତାଙ୍କ ପ୍ରାସାଦ ଚାରିପାଖରେ ପ୍ରାୟ ୩୦୦୦ ସୈନିକଙ୍କୁ ମୁତୟନ କଲେ। ବ୍ରିଟେନ ଖାଲିଦଙ୍କୁ ଚେତାବନୀ ଦେବା ପରେ ଅଗଷ୍ଟ ୨୭ରେ ବ୍ରିଟିଶମାନେ ଜାଞ୍ଜିବାର ଉପରେ ଆକ୍ରମଣ କଲେ। ଯୁଦ୍ଧ ଆରମ୍ଭ ହେବା ପରେ ଖାଲିଦଙ୍କ ସେନା ମାତ୍ର ୩୮ ମିନିଟରେ ଆତ୍ମସମର୍ପଣ କରିଥିଲେ। ଏହି ଆକ୍ରମଣରେ ଖାଲିଦଙ୍କ ୫୦୦ ଜଣ ଆହତ ହୋଇଥିଲେ।