IASସ୍ତରରେ ପୁଣି ବଡ଼ ଅଦଳବଦଳ: ୧୩ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ…
ଭୁବନେଶ୍ୱର,୨୪।୭: IAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ୧୩ଜଣ IAS ଅଫିସରଙ୍କୁ ସରକାର ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ବିଜୟ କେତନ ଉପାଧ୍ୟାୟ ହୋଇଛନ୍ତି ସଂସ୍କୃତି ସଚିବ। ସେହିଭଳି ସମର୍ଥ ବର୍ମା ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ,ଦୀପଙ୍କର ମହାପାତ୍ର ସିଇଓ, ହକି ପ୍ରମୋସନ କାଉନ୍ସିଲ ଦାୟିତ୍ୱ ମିଳିଛି। ଏହାଛଡ଼ା କିଛି ଜିଲାର ଉପଜିଲାପାଳଙ୍କ ବଦଳି ହୋଇଛି। ପ୍ରେକ୍ଷା […] The post IASସ୍ତରରେ ପୁଣି ବଡ଼ ଅଦଳବଦଳ: ୧୩ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ… appeared first on Dharitri Odia News.
ଭୁବନେଶ୍ୱର,୨୪।୭: IAS ସ୍ତରରେ ପୁଣି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୁରୁବାର ୧୩ଜଣ IAS ଅଫିସରଙ୍କୁ ସରକାର ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ବିଜୟ କେତନ ଉପାଧ୍ୟାୟ ହୋଇଛନ୍ତି ସଂସ୍କୃତି ସଚିବ। ସେହିଭଳି ସମର୍ଥ ବର୍ମା ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ,ଦୀପଙ୍କର ମହାପାତ୍ର ସିଇଓ, ହକି ପ୍ରମୋସନ କାଉନ୍ସିଲ ଦାୟିତ୍ୱ ମିଳିଛି।
ଏହାଛଡ଼ା କିଛି ଜିଲାର ଉପଜିଲାପାଳଙ୍କ ବଦଳି ହୋଇଛି। ପ୍ରେକ୍ଷା ଅଗ୍ରୱାଲ ହୋଇଛନ୍ତି ଧର୍ମଗଡ଼ ଉପଜିଲାପାଳ। ପ୍ରଣିତା ଦାଶଙ୍କୁ ବାଲିଗୁଡ଼ା ଉପଜିଲାପାଳ, କସ୍ତୁରୀ ପଣ୍ଡାଙ୍କୁ କରଞ୍ଜିଆ ଉପଜିଲାପାଳ,ଅଭିଷେକ ଦିଲୀପ ଦୁଡହାଲଙ୍କୁ ଗୁଣୁପୁର ଉପଜିଲାପାଳ,ଅସ୍ନୀ ଏ ଏଲ୍ଙ୍କୁ ନବରଙ୍ଗପୁର ଉପଜିଲାପାଳ, ସି. ସରବଣାଙ୍କୁ କୁଚିଣ୍ଡା ଉପଜିଲାପାଳ, ତେଜସ୍ବିନୀ ବେହେରାଙ୍କୁ ସୁନ୍ଦରଗଡ଼ ଉପଜିଲାପାଳ,ଶିବ ମାଲବ୍ୟଙ୍କୁ ଆନନ୍ଦପୁର ଉପଜିଲାପାଳ, ଅବିନାଶ କୁମାରଙ୍କୁ ବ୍ରହ୍ମପୁର ଉପଜିଲାପାଳ ଭାବେ ଦାୟିତ୍ୱ ମିଳିଛି।
କହିରଖୁଛୁ, ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍ସ୍ତରରେ ଅଦଳବଦଳ କରିଥିଲେ। ଏଥିରେ ୪୮ଜଣ ଆଇଏଏସ୍ଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିଲା।
The post IASସ୍ତରରେ ପୁଣି ବଡ଼ ଅଦଳବଦଳ: ୧୩ IASଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଜାଣନ୍ତୁ… appeared first on Dharitri Odia News.