ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ। ଅନ୍ୟପଟେ ୨୦୧୩ ପରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ଅରବିନ୍ଦ କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ହେବ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର ୪ ଦିନ ପରେ […] The post ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ appeared first on Dharitri Odia News.

ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ। ଅନ୍ୟପଟେ ୨୦୧୩ ପରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ଅରବିନ୍ଦ କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ହେବ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର ୪ ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେଉଛି। ଯେଉଁଥିରେ ଆତିଶୀ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦିଲ୍ଲୀର ଶାସକ ଦଳ AAP ପାଖରେ ୬୦ ଜଣ ବିଧାୟକ ଅଛନ୍ତି। ଭାଜପାର ୭ଜଣ ସଦସ୍ୟ ଥିବାବେଳେ ବାକି ୩ଟି ଆସନ ଖାଲି ଅଛି। ତେବେ ଆଜିର ବିଧାନସଭାରେ ବିରୋଧୀ ନୂଆ ସରକାରଙ୍କୁ ଘେରିବାକୁ ଅଣ୍ଟା କଷିଲେଣି।

ବିଶେଷ କଥା ହେଉଛି କେଜରିଓ୍ବାଲଙ୍କ ସମାନ ଆସନରେ ବସିବେ ନା ଏକ ଭିନ୍ନ ସିଟ୍ ସ୍ଥିର ହୋଇଛି ନା ଚେୟାର ଖାଲି ରହିବ । ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚେୟାର ବାଚସ୍ପତିଙ୍କ ଆସନ ସମ୍ମୁଖରେ ଥିବାବେଳେ ବିରୋଧୀ ଦଳର ନେତାଙ୍କ୍ ଚେୟାରରେ ୯୦ ଡିଗ୍ରୀ ରହିଥାଏ ।

ଏହାପୂର୍ବରୁ ସୋମବାର ଦିନ ସିଏମ୍‌ର ଦାୟିତ୍ୱ ହେବା ପରେ ଆତିଶୀ କହିଛନ୍ତି, ‘ଯେପରି ଭରତ କଠଉ ଧରି ସିଂହାସନ ଗ୍ରହଣ କରିଥିଲେ । ସେହିଭଳି ମୁଁ ମଧ୍ୟ ସିଏମ୍‌ର ଚେୟାର ଗ୍ରହଣ କରିବି ବୋଲି କହିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ପାଖରେ ଏକ ଖାଲି ଚେୟାର ମଧ୍ୟ ଦେଖାଯାଇଥିଲା ଯେ ସେ କହିଛନ୍ତି ଯେ କେଜରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ଚେୟାର ଏହି କୋଠରୀରେ ରହିବ । ଏହି ଚେୟାର କେଜରିଓ୍ବାଲଙ୍କୁ ଅପେକ୍ଷା କରି ରହିବ । ସେହିଭଳି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟନ୍ଦ୍ର ଗୁପ୍ତା କହିଛନ୍ତି ଯେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଦିଲ୍ଲୀ ବିଧାନସଭା ଅଧିବେଶନରେ ସମସ୍ତ ଭାଜପା ବିଧାୟକ ଦିଲ୍ଲୀର ୨ କୋଟି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବେ ।

The post ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ appeared first on Dharitri Odia News.