ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଦିଲ୍ଲୀରେ ୨ ଦିନ ନୋ ଫ୍ଲାଇଙ୍ଗ ଜୋନ, ତ୍ରିସ୍ତରୀୟ ସୁରକ୍ଷା
ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରମାଗତ ତୃତୀୟ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରବିବାରଠାରୁ ଦୁଇ ଦିନ (ଜୁନ ୯ ଏବଂ ୧୦) ପର୍ଯ୍ୟନ୍ତ ଜାତୀୟ ରାଜଧାନୀକୁ ନୋ ଫ୍ଲାଇଙ୍ଗ ଜୋନ ଭାବରେ ଘୋଷଣା କରିଛି। ଏହି ଅବଧି ମଧ୍ୟରେ ପାରାଗ୍ଲାଇଡର୍, ପାରା-ମୋଟର, ହ୍ୟାଙ୍ଗ ଗ୍ଲାଇଡର୍, ୟୁଏଭି, ୟୁଏଏସ, ହଟ ଏୟାର ବେଲୁନ, ମାଇକ୍ରୋଲାଇଟ ବିମାନ ଏବଂ ରିମୋଟ ଚାଳିତ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ରହିବ। ଏଥିରେ ଅବହେଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ […] The post ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଦିଲ୍ଲୀରେ ୨ ଦିନ ନୋ ଫ୍ଲାଇଙ୍ଗ ଜୋନ, ତ୍ରିସ୍ତରୀୟ ସୁରକ୍ଷା appeared first on Dharitri Odia News.
ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରମାଗତ ତୃତୀୟ ଶପଥ ଗ୍ରହଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରବିବାରଠାରୁ ଦୁଇ ଦିନ (ଜୁନ ୯ ଏବଂ ୧୦) ପର୍ଯ୍ୟନ୍ତ ଜାତୀୟ ରାଜଧାନୀକୁ ନୋ ଫ୍ଲାଇଙ୍ଗ ଜୋନ ଭାବରେ ଘୋଷଣା କରିଛି। ଏହି ଅବଧି ମଧ୍ୟରେ ପାରାଗ୍ଲାଇଡର୍, ପାରା-ମୋଟର, ହ୍ୟାଙ୍ଗ ଗ୍ଲାଇଡର୍, ୟୁଏଭି, ୟୁଏଏସ, ହଟ ଏୟାର ବେଲୁନ, ମାଇକ୍ରୋଲାଇଟ ବିମାନ ଏବଂ ରିମୋଟ ଚାଳିତ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ରହିବ। ଏଥିରେ ଅବହେଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ନିଷେଧାଦେଶ ଜାରି କରି ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରା କହିଛନ୍ତି ଯେ କିଛି ସୂଚନା ରହିଛି ଯେ ଭାରତ ବିରୋଧୀ ଅପରାଧୀ, ସାମାଜିକ ବିରୋଧୀ ଉପାଦାନ କିମ୍ବା ଆତଙ୍କବାଦୀମାନେ ସାଧାରଣ ଜନତା, ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରନ୍ତି। ଦିଲ୍ଲୀ ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ବୋଲି ଘୋଷଣା କରିବା ସହିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ନିକଟରେ ଡ୍ରୋନ ଏବଂ ଲେଜର ବିମ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ବୋଲି ସେ କହିଛନ୍ତି। ବହୁ ସଂଖ୍ୟକ ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଉଛି। କୌଣସି ଅନଧିକୃତ ଯାନକୁ ସୁରକ୍ଷା ଅଞ୍ଚଳରେ ପ୍ରବେଶ ନକରିବା ପାଇଁ ତୀବ୍ର ଯାଞ୍ଚ କରାଯାଉଛି।
The post ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଦିଲ୍ଲୀରେ ୨ ଦିନ ନୋ ଫ୍ଲାଇଙ୍ଗ ଜୋନ, ତ୍ରିସ୍ତରୀୟ ସୁରକ୍ଷା appeared first on Dharitri Odia News.