ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌

ବମ୍ବେ: ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି। ଦଲଜିତ୍‌ ନିଜ ନାମରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଛନ୍ତି। ଆଗାମୀ ଦିନରେ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜାନୁଆରୀରେ ଦଲଜିତ ପୁଅଙ୍କ ସହ ଭାରତ ଫେରିଛନ୍ତି। ବାପା-ମା’ଙ୍କ ସର୍ଜରୀ ଲାଗି ଭାରତ ଆସିଥିବା କୁହାଯାଉଛି। […] The post ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌ appeared first on Dharitri Odia News.

ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌

ବମ୍ବେ: ଗତ ବର୍ଷ ଦ୍ୱିତୀୟ ବିବାହ କରିଥିଲେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ୍‌ କୌର। ଆଫ୍ରିକୀୟ ବ୍ୟବସାୟୀ ନିଖିଲ ପଟେଲଙ୍କ ହାତ ଧରିଥିଲେ ସେ। ବିବାହର ବର୍ଷେ ନପୁରୁଣୁ ଏବେ ଉଭୟଙ୍କ ସମ୍ପର୍କ ଖଟା ହୋଇଛି। ଦଲଜିତ୍‌ ନିଜ ନାମରୁ ସ୍ବାମୀଙ୍କ ସର୍‌ନେମ୍‌ ହଟାଇଛନ୍ତି। ଆଗାମୀ ଦିନରେ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

दलजीत कौर की दूसरी शादी भी मुश्किल में? एक्ट्रेस ने जारी किया स्टेटमेंट

ଜାନୁଆରୀରେ ଦଲଜିତ ପୁଅଙ୍କ ସହ ଭାରତ ଫେରିଛନ୍ତି। ବାପା-ମା’ଙ୍କ ସର୍ଜରୀ ଲାଗି ଭାରତ ଆସିଥିବା କୁହାଯାଉଛି। ନିକଟରେ ନିଖିଲଙ୍କ ସହ ବିବାହର ଫଟୋ ଡିଲିଟ୍‌ କରିବା ପରେ ଦଲଜିତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ଏମିତିରେ ସେ ଏକ ଷ୍ଟେଟ୍‌ମେଣ୍ଟ ଦେଇଛନ୍ତି। ଷ୍ଟେଟ୍‌ମେଣ୍ଟରେ କୁହାଯାଇଛି ଯେ, ଦଲଜିତ୍‌ଙ୍କ ବିଷୟରେ କେହି ପ୍ରତିକ୍ରିୟା ରଖନ୍ତୁ ନାହିଁ। କାରଣ ଏସବୁରେ ପିଲାମାନେ ସାମିଲ ଅଛନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ଗୁରୁତ୍ୱ ରଖୁଛି।

Actor Dalljiet Kaur's team on rumours of separation from husband Nikhil Patel - India Today

ତେବେ ଗତ ବର୍ଷ ମାର୍ଚ୍ଚ ୨୩ରେ ନିଖିଲଙ୍କୁ ବିବାହ କରିଥିଲେ। ଏହି ବିବାହରେ ପରିବାରଲୋକଙ୍କ ସହ ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ। ବିବାହ ପରେ ଦଲଜିତ୍‌ ସ୍ବାମୀଙ୍କ ସହ ରହିବା ଲାଗି କେନିଆ ଚାଲିଯାଇଥିଲେ। ନଭେମ୍ବର ଯାଏ ଦୁହିଁଙ୍କ ଭିତରେ ସବୁକିଛି ଠିକ୍‌ ଚାଲିଥିଲା। ଅଭିନେତ୍ରୀ ତାଙ୍କ ସହ ଜନ୍ମଦିନ ପାଳନ କରିଥିଲେ।

The post ଦ୍ୱିତୀୟ ସ୍ବାମୀଙ୍କୁ ବି ଛାଡ଼ପତ୍ର ଦେବେ ଦଲଜିତ୍‌: ଇନ୍‌ଷ୍ଟାଗ୍ରାମରୁ ଡିଲିଟ୍‌ କଲେ ଫଟୋ, ହଟାଇଲେ ସରନେମ୍‌ appeared first on Dharitri Odia News.