ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା

ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ ସୁରକ୍ଷିତ ମାନୁନାହାନ୍ତି। ଏକତରଫା ପ୍ରେମରେ ବିଫଳ ହେବା ପରେ ଗୁରୁବାର ଭୋର ସମୟରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକା ଘରେ ପଶି ବ୍ଲେଡ୍‌ ଓ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଗୋପାଳପୁର […] The post ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା appeared first on Dharitri Odia News.

ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା

ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ ସୁରକ୍ଷିତ ମାନୁନାହାନ୍ତି। ଏକତରଫା ପ୍ରେମରେ ବିଫଳ ହେବା ପରେ ଗୁରୁବାର ଭୋର ସମୟରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକା ଘରେ ପଶି ବ୍ଲେଡ୍‌ ଓ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ନୂଆ କରାପୁଲୀ ଗ୍ରାମର ଜଣେ ନାବାଳିକା।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ଅନ୍ତରବାଟିଆ ଗ୍ରାମର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମୁନା ଖାନ ନୂଆ କରାପୁଲୀ ଗ୍ରାମର ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ l ଗତ ୬ ମାସ ବିଭିନ୍ନ ସମୟରେ ଫୋନ୍‌ କରି ନାବାଳିକାଙ୍କୁ ହଇରାଣ ହରକତ ମଧ୍ୟ କରୁଥିଲେ। ଗତ ମାର୍ଚ୍ଚ ୨୭ରେ ଉଭୟ ଗ୍ରାମର ଭଦ୍ରଲୋକ ଉପସ୍ଥିତ ରହି ସମାଧାନ ହୋଇଥିଲା। କିନ୍ତୁ ମୁନା ନାବାଳିକାଙ୍କ ପିଛା ଛାଡ଼ି ନ ଥିଲେ। ନାବାଳିକା ବାପା ମା’ ହୋଟେଲ କରି ପରିବାର ଚଳାନ୍ତି। ସବୁଦିନ ପରି ନାବାଳିକାଙ୍କ ବାପା ଓ ମା ଗୁରୁବାର ଭୋର୍‌ ୪ଟାରେ ହୋଟେଲ ଖୋଲିବାକୁ ନାବାଳିକା ଘରେ ଏକୁଟିଆ ଥିଲେ। ସକାଳ ୭.୩୦ରେ ନାବାଳିକାଙ୍କ ଭାଇ ଟିଫିନ ଧରି ଘର କବାଟ ବାଡ଼େଇ ମଧ୍ୟ କବାଟ ଖୋଲି ନଥିଲେ। ଭାଇ ଜଣଙ୍କ ପୁଣି ବାପା ଓ ମା’ଙ୍କୁ ଭଉଣୀ କବାଟ ଖୋଲୁ ନ ଥିବା ନେଇ କହିଥିଲେ। ନାବାଳିକା ବାପା,ମା ଓ ଭାଇ ଘର ବାରି ପଟୁ ଘରେ ପ୍ରବେଶ କରି ଦେଖିବା ବେଳେ ଝିଅର ହାତକୁ ବ୍ଲେଡ୍‌ କାଟିବା ସହ ମୁଣ୍ଡକୁ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିଲେ। ମୁନା ଘଟଣା ଘଟେଇ ପରେ ଘରକୁ ଯାଇ ବାପା ଓ ମା’ଙ୍କୁ ଉକ୍ତ ନାବାଳିକାଙ୍କୁ ହତ୍ୟା କରିଥିବା ନେଇ କହି ଫେରାର ହୋଇଯାଇଥିଲେ।

ଖବର ପାଇ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌, ବ୍ରହ୍ମପୁର ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ପରିଡ଼ା ଗୋପାଳପୁର ଥାନା ପୋଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିଥିବା ସୂଚନା ମିଳିଛି। ନାବାଳିକାଙ୍କ ବାପା ପ୍ରଫୁଲ୍ଲ ଝିଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତ ନାବାଳିକାଙ୍କ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଥାନାରେ ହତ୍ୟାକାରୀ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚାରଉଚରା ଜାରିରଖିଛି।

The post ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା appeared first on Dharitri Odia News.