ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସନ୍ତୁଳିତ ଖାଦ୍ୟ ଆମ ଶରୀର ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ହେଲେ ଏଭଳି ଖାଦ୍ୟର ସୁପ୍ରଭାବ ମାନସିକତା ଉପରେ ମଧ୍ୟ ପଡ଼ିଥାଏ। ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡିଛି। ‘ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହି ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ସନ୍ତୁଳିତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ନିୟମିତ ସମୟ ଅନ୍ତରାଳରେ ଏହାର […] The post ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା appeared first on Dharitri Odia News.

ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସନ୍ତୁଳିତ ଖାଦ୍ୟ ଆମ ଶରୀର ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ହେଲେ ଏଭଳି ଖାଦ୍ୟର ସୁପ୍ରଭାବ ମାନସିକତା ଉପରେ ମଧ୍ୟ ପଡ଼ିଥାଏ। ଏକ ସଦ୍ୟତମ ସର୍ଭେରୁ ଏକଥା ଜଣାପଡିଛି। ‘ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହି ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ସନ୍ତୁଳିତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ନିୟମିତ ସମୟ ଅନ୍ତରାଳରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କ ମାନସିକତା ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ପରିଶେଷରେ ଜଣାପଡିଥିଲା ଯେ ନିୟମିତ ସନ୍ତୁଳିତ ଖାଦ୍ୟ ଖାଇବା ଫଳରେ ପ୍ରାୟ ୬୦ ପ୍ରତିଶତ ବ୍ୟକ୍ତିଙ୍କର ମାନସିକତା ପୂର୍ବାପେକ୍ଷା ସକାରାତ୍ମକ ରହୁଥିଲା। କେବଳ ସନ୍ତୁଳିତ ଖାଦ୍ୟ ନୁହେଁ, ନିୟମିତ ବ୍ୟାୟାମ, ଯୋଗ କଲେ ମଧ୍ୟ ମାନସିକତା ଅନେକାଂଶରେ ସକାରାତ୍ମକ ରହିଥାଏ।

The post ସନ୍ତୁଳିତ ଖାଦ୍ୟ ଓ ସକାରାତ୍ମକ ମାନସିକତା appeared first on Dharitri Odia News.