ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ବିଭିନ୍ନ ଦଳ ହାତରେ ଆଉ ମାତ୍ର ୪ ଦିନ ରହିଲା। ଏହାକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଭାଜପା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଦଳର ହେଭିଓ୍ବେଟ୍‌ ତଥା ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ […] The post ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ appeared first on Dharitri Odia News.

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବାକୁ ବିଭିନ୍ନ ଦଳ ହାତରେ ଆଉ ମାତ୍ର ୪ ଦିନ ରହିଲା। ଏହାକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଭାଜପା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଦଳର ହେଭିଓ୍ବେଟ୍‌ ତଥା ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ତାରିଖରେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଅନୁଗୋଳ ଜିଲା ନାଲ୍‌କୋ ଆସୁଥିବା ବେଳେ ଆଗାମୀ ଦିନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅନୁଗୋଳ, କାମାକ୍ଷାନଗର ଓ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀର ମଧ୍ୟସ୍ଥଳ ବାଟଗାଁ ଆସିବାର କାର୍ଯ୍ୟସୂଚୀ ରହିଛି। ସେହିପରି ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଢେଙ୍କାନାଳ ଏବଂ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିସାରିଛନ୍ତି। କିନ୍ତୁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜଣେ କହି ଷ୍ଟାର ପ୍ରଚାରକ ବର୍ତ୍ତମାନ ସୁଦ୍ଧା ଆସି ନ ଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଫଳରେ ଏଠାକାର କଂଗ୍ରେସ ପ୍ରାର୍ଥୀମାନେ ନିଜ ବଳରେ ୨୦୨୪ ନିର୍ବାଚନ ଲଢୁଥିବା ସାଧାରଣରେ ଆଲୋଚନା ହେଉଛି।
ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ବରିଷ୍ଠ ନେତା ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ସଚିନ ପାଇଲଟ୍‌ ପ୍ରମୁଖ ପ୍ରଚାର କରୁଥିବା ବେଳେ ଢେଙ୍କାନାଳ ଲୋକ ସଭା କ୍ଷେତ୍ରକୁ ଜଣେ ହେଲେ ଷ୍ଟାର ପ୍ରଚାରକ ବର୍ତ୍ତମାନ ସୁଦ୍ଧା ଆସିନାହାନ୍ତି। ଢେଙ୍କାନାଳ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ନିଜ ସମର୍ଥକଙ୍କ ଗହଣରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଥିବା ଦେଖାଯାଇଛି। ସେହିପରି ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓ ମଧ୍ୟ ନିଜ ସମର୍ଥକଙ୍କ ଗହଣରେ ପ୍ରଚାର କାର୍ଯ୍ୟ କରୁଥବା ବେଳେ ନିଜ ବ୍ୟାନରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ଫଟୋ ରଖିଥିବା ଦେଖାଯାଇଛି। ସେହିପରି ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବିପ୍ରବର ସାହୁ, ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ରଣଜିତ ସାହୁ ନିଜ ବଳରେ ସମର୍ଥକମାନଙ୍କୁ ନେଇ ପ୍ରଚାର ଜାରି ରଖିଛନ୍ତି। ଲୋକ ସଭା ପ୍ରାର୍ଥୀଙ୍କ ସହ ବିଭିନ୍ନ ସ୍ଥାନକୁ ଜିଲା କଂଗ୍ରେସ କମିଟିର ନେତୃବୃନ୍ଦ ଯାଉଥିବା ମଧ୍ୟ ଦେଖାଯାଇଛି। ଏ ସଂକ୍ରାନ୍ତରେ ଜିଲା କଂଗ୍ରେସ ସଭାପତି ସୁନୀଲ ଦାଶ କହିଛନ୍ତି, ଷ୍ଟାର ପ୍ରଚାରକ ଆଣିବା ପାଇଁ ଆଲୋଚନା ଚାଲିଛି। ସୋମବାର ସୁଦ୍ଧା ଏ ସମ୍ପର୍କରେ ଜଣାପଡିବ।

The post ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ appeared first on Dharitri Odia News.