ରଦ୍ଦ ହେବକି ପ୍ରଜ୍ୱଳ ରେଭନ୍ନାଙ୍କ ଡିପ୍ଲୋମାଟିକ୍ ପାସପୋର୍ଟ, ଜାଣନ୍ତୁ କ’ଣ କହୁଛନ୍ତି ବୈଦେଶିକ ମନ୍ତ୍ରାଳୟ?
ନୂଆଦିଲ୍ଲୀ ୨।୫: କର୍ଣ୍ଣାଟକ କଥିତ ସେକ୍ସ ସ୍କାଣ୍ଡାଲ ମାମଲାରେ ଅଭିଯୁକ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡାଙ୍କ ନାତି ତଥା ହାସନ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କ ନିମନ୍ତେ ଗୁରୁବାର ଏସଆଇଟି ଲୁକଆଉଟ୍ ନୋଟିସ୍ ଜାରି କରିଛନ୍ତି। ପ୍ରଜ୍ୱଳ ଓ ତାଙ୍କ ପିତା ଏଚ.ଡି.ରେଭନ୍ନାଙ୍କୁ ପଚରା ଉଚରା ନିମନ୍ତେ ହାଜର ହେବାକୁ ଡକାଯାଇଛି। ତେବେ ପ୍ରଜ୍ୱଳ ଏବେ ଜର୍ମାନରେ ଅଛନ୍ତି। ଏଣୁ ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଆଣିବା ଲାଗି ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ କରାଯାଇପାରେ ବୋଲି ଆକଳନ କରାଯାଉଛି। ଏହି ମାମଲାରେ ଏବେ ବୈଦେଶିକ ମନ୍ତ୍ରାଳୟଙ୍କ ଜବାବ ଆସିଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି ଯେ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ ହେବା ନିଷ୍ପତ୍ତି ଆଇନତଃ କୋର୍ଟ ନିର୍ଦ୍ଦେଶରେ ହୋଇଥାଏ। ଏଣୁ ଏପରି ନିର୍ଦ୍ଦେଶ ଆମକୁ ମିଳି ନାହିଁ। ଡିପ୍ଲୋମାଟିକ ପାସପୋର୍ଟଧାରୀଙ୍କୁ ଜର୍ମାନ ଯିବା ପାଇଁ ଭିସାର ଆବଶ୍ୟକତା ପଡି ନଥାଏ। ତେବେ ଅନ୍ୟ ସ୍ଥାନକୁ ଯିବା ପାଇଁ ଆମେ ତାଙ୍କୁ ଭିସା ଦେଇ ନାହୁଁ ବୋଲି ଜୟସ୍ୱାଲ କହିଛନ୍ତି।ରେଭନ୍ନା କୂଟନୈତିକ ପାସପୋର୍ଟରେ ଯାଇଛନ୍ତି, ତେବେ ତାଙ୍କୁ କ୍ଲିୟରାନ୍ସ ଦିଆଯାଇ ନାହିଁ କି ସେ ନେଇ ନାହାନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଯାହା ଜଣାପଡିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୟସ୍ୱାଲ କହିଛନ୍ତି। କର୍ଣ୍ଣାଟକ ରାଜନୀତି ଏବେ ପଡ ଉଠ
ନୂଆଦିଲ୍ଲୀ ୨।୫: କର୍ଣ୍ଣାଟକ କଥିତ ସେକ୍ସ ସ୍କାଣ୍ଡାଲ ମାମଲାରେ ଅଭିଯୁକ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡାଙ୍କ ନାତି ତଥା ହାସନ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କ ନିମନ୍ତେ ଗୁରୁବାର ଏସଆଇଟି ଲୁକଆଉଟ୍ ନୋଟିସ୍ ଜାରି କରିଛନ୍ତି। ପ୍ରଜ୍ୱଳ ଓ ତାଙ୍କ ପିତା ଏଚ.ଡି.ରେଭନ୍ନାଙ୍କୁ ପଚରା ଉଚରା ନିମନ୍ତେ ହାଜର ହେବାକୁ ଡକାଯାଇଛି। ତେବେ ପ୍ରଜ୍ୱଳ ଏବେ ଜର୍ମାନରେ ଅଛନ୍ତି। ଏଣୁ ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଆଣିବା ଲାଗି ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ କରାଯାଇପାରେ ବୋଲି ଆକଳନ କରାଯାଉଛି।
ଏହି ମାମଲାରେ ଏବେ ବୈଦେଶିକ ମନ୍ତ୍ରାଳୟଙ୍କ ଜବାବ ଆସିଯାଇଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି ଯେ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ ହେବା ନିଷ୍ପତ୍ତି ଆଇନତଃ କୋର୍ଟ ନିର୍ଦ୍ଦେଶରେ ହୋଇଥାଏ। ଏଣୁ ଏପରି ନିର୍ଦ୍ଦେଶ ଆମକୁ ମିଳି ନାହିଁ। ଡିପ୍ଲୋମାଟିକ ପାସପୋର୍ଟଧାରୀଙ୍କୁ ଜର୍ମାନ ଯିବା ପାଇଁ ଭିସାର ଆବଶ୍ୟକତା ପଡି ନଥାଏ। ତେବେ ଅନ୍ୟ ସ୍ଥାନକୁ ଯିବା ପାଇଁ ଆମେ ତାଙ୍କୁ ଭିସା ଦେଇ ନାହୁଁ ବୋଲି ଜୟସ୍ୱାଲ କହିଛନ୍ତି।
ରେଭନ୍ନା କୂଟନୈତିକ ପାସପୋର୍ଟରେ ଯାଇଛନ୍ତି, ତେବେ ତାଙ୍କୁ କ୍ଲିୟରାନ୍ସ ଦିଆଯାଇ ନାହିଁ କି ସେ ନେଇ ନାହାନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଯାହା ଜଣାପଡିବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜୟସ୍ୱାଲ କହିଛନ୍ତି। କର୍ଣ୍ଣାଟକ ରାଜନୀତି ଏବେ ପଡ ଉଠ ହେଉଛି। ପ୍ରଜ୍ୱଲ ରେଭନ୍ନାଙ୍କ କଥିତ ଆପତ୍ତିଜନକ ଭିଡିଓକୁ ନେଇ ଏବେ ରାଜ୍ୟରେ ଖୁବ୍ ଚର୍ଚ୍ଚା। ତେବେ ସେ ଜର୍ମାନ ଚାଲିଯାଇଛନ୍ତି।