୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ
ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ପରେ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି କରାଯାଇପାରେ, ଏହି କାରଣରୁ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ପ୍ରତ୍ୟେକ ଉପଭୋକ୍ତା ଖର୍ଚ୍ଚ ହାରାହାରି ଆୟ ୨୦୮ ରୁ ୨୮୬ ଟଙ୍କାକୁ […] The post ୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୫: ଦେଶରେ ୫ଜି ମୋବାଇଲ୍ ଗ୍ରାହକଙ୍କ ଆଧାର ୨୦୨୩ ରେ ୧୩୦ ନିୟୁତ ଥିଲା, ଯାହାର ସଂଖ୍ୟା ୮୬୦ ନିୟୁତକୁ ବୃଦ୍ଧି ହୋଇପାରେ ଅର୍ଥାତ୍ ୨୦୨୯ ସୁଦ୍ଧା ୮୬ କୋଟି। ଦେଶର ଟେଲିକମ୍ ବଜାର ସମ୍ବନ୍ଧରେ ଏକ ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ପରେ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଶୁଳ୍କ ୨୫ ପ୍ରତିଶତ ବୃଦ୍ଧି କରାଯାଇପାରେ, ଏହି କାରଣରୁ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ପ୍ରତ୍ୟେକ ଉପଭୋକ୍ତା ଖର୍ଚ୍ଚ ହାରାହାରି ଆୟ ୨୦୮ ରୁ ୨୮୬ ଟଙ୍କାକୁ ବୃଦ୍ଧି ପାଇପାରିବ। ୨୦୨୩ ରୁ ୨୦୨୭ ମଧ୍ୟରେ ବାର୍ଷିକ ୭ ରୁ ୭.୫ ପ୍ରତିଶତ ହାରରେ ବୃଦ୍ଧି ହେବାର ସମ୍ଭାବନା ଅଛି।
ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଟେଲିକମ୍ ବଜାରରେ ଭାରତ ଅନ୍ତର୍ଭୁକ୍ତ, ଯାହାର ଗ୍ରାହକଙ୍କ ଆଧାର ବାର୍ଷିକ ୨.୯ ପ୍ରତିଶତ ହାରରେ ବଢୁଛି। ତେବେ ପ୍ରତି ୧୦୦ ଜଣଙ୍କ ପାଇଁ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ସର୍ବନିମ୍ନ ସ୍ଥାନ ଅଧିକାର କରିଛି। ଭାରତରେ ବେତାର ଗ୍ରାହକଙ୍କ ସଂଖ୍ୟା ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୮୨.୨ ଥିବାବେଳେ ୧୦୦ ଲୋକଙ୍କ ପ୍ରତି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଚାଇନାରେ ୧୨୫, ଜଙ୍କଗ୍ଦଗ୍ଦସବ ଷରେ ୧୬୯, ଆମେରିକାରେ ୧୧୦, ଇଣ୍ଡୋନେସିଆରେ ୧୧୫। ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତର ଟେଲିକମ୍ ବଜାରରେ ଉନ୍ନତି ପାଇଁ ପୂର୍ଣ୍ଣ ସାମର୍ଥ୍ୟ ରହିଛି।
ରିପୋର୍ଟ ଅନୁଯାୟୀ, ଡାଟା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱରେ ଶୀର୍ଷରେ ରହିଛି। ହାରାହାରି, ଲୋକମାନେ ପାଞ୍ଚ ଘଣ୍ଟା ପାଇଁ ସ୍ମାର୍ଟଫୋନରେ ଡାଟା ବ୍ୟବହାର କରୁଛନ୍ତି। ୱାୟାରଲାଇନ୍ ଏବଂ ବ୍ରଡ଼ବ୍ୟାଣ୍ଡ ମିଶ୍ରଣ କରି ଭାରତରେ ଟେଲିକମ୍ ଗ୍ରାହକ ଆଧାର ୧.୦୮୪ ବିଲିୟନରେ ପହଞ୍ଚିଛି। ମାର୍ଚ୍ଚ ୨୦୧୪ ରେ ଦେଶରେ ଇଣ୍ଟରନେଟ୍ ସଂଯୋଗ ୨୫.୧୫ କୋଟିରୁ ମାର୍ଚ୍ଚ ୨୦୨୩ ରେ ୯୧ କୋଟିକୁ ବୃଦ୍ଧି ପାଇଛି। ସମସ୍ତ ୨୮ ଟି ରାଜ୍ୟ ଏବଂ ୮ ଟି ୟୁନିଅନ୍ ଅଞ୍ଚଳରେ ୫ଜି ନେଟୱାର୍କ ସେବା ଆରମ୍ଭ ହୋଇଛି।
The post ୨୦୨୯ ସୁଦ୍ଧା ୫ଜି ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୮୬ କୋଟି ଛୁଇଁବ, ଡାଟା ବ୍ୟବହାର କ୍ଷେତ୍ରରେ ଆଗରେ ଭାରତ appeared first on Dharitri Odia News.