୨୦୩୦ ସୁଦ୍ଧା ଦେଶର ଇଲେକ୍ଟ୍ରୋନିକ୍ସ ସେକ୍ଟର ୫୦୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସେମିକଣ୍ଡକ୍ଟର କ୍ଷେତ୍ରକୁ ନେଇ ଭାରତର କ’ଣ ରହିଛି ଯୋଜନା ଓ ଲକ୍ଷ୍ୟ ? କିଭଳି ଭାରତରେ ସେମିକଣ୍ଡକ୍ଟର ତଥା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ବିକାଶ ହେବ ସେନେଇ ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଗ୍ରେଟର ନୋଏଡାରେ ଆୟୋଜିତ ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ନିବେଶଙ୍କୁ କହିଛନ୍ତି ‘ବର୍ତ୍ତମାନ ଦେଶକୁ ଆସିବା ଆପଣଙ୍କ ପାଇଁ ଉଚିତ ସମୟ । କାରଣ ଦେଶ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ କ୍ଷେତ୍ରକୁ ବଢ଼ାଇ ୫୦୦ ବିଲିୟନ ଡଲାର କରିବାର ଲକ୍ଷ୍ୟ ରହିଛି। ସେ କହିଛନ୍ତି ‘‘ ଭାରତରେ ବର୍ତ୍ତମାନର ସ୍ଥିତି ଠିକ୍‌ ରହିଛି। ଆପଣ ଠିକ୍‌ ସମୟରେ ଠିକ୍ ଜାଗାରେ ଅଛନ୍ତି । ଆଜି ଭାରତର ଇଲେକ୍ଟ୍ରୋନିକ୍ କ୍ଷେତ୍ର ୧୫୦ ବିଲିୟନ ଡଲାରରୁ ଅଧିକ ରହିଛି, କିନ୍ତୁ ଆମର ଲକ୍ଷ୍ୟ ଏହାଠାରୁ ମଧ୍ୟ ଅଧିକ। ଏହି ଦଶନ୍ଧି ଶେଷ ସୁଦ୍ଧା ଆମେ ଆମର ଇଲେକ୍ଟ୍ରୋନିକ୍ କ୍ଷେତ୍ରକୁ ୫୦୦ ବିଲିୟନ ଡଲାରରୁ ଅଧିକ କରିବାକୁ ଚାହୁଛୁ । ଏଥିରେ ଯୁବକଙ୍କ ପାଇଁ ୬୦ ଲକ୍ଷ ରୋଜାଗାର ଅବସର ସୃଷ୍ଟି ହୋଇପାରିବ।’’ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ରହିଛି, ଯେମିତି ଭାରତରେ ହିଁ ସେମିକଣ୍ଡକ୍ଟର ଦ୍ବାରା ପରିଚାଳିତ ପ୍ରଡକ୍ଟ ଭାରତରେ ହିଁ ନିର୍ମାଣ ହୋଇପାରିବ। ବିଶ୍ବରେ ସେମିକଣ୍ଡକ୍ଟର ଡିଜାଇନରେ ଭାରତର ଅଂଶ ୨୦ ପ୍ରତିଶତ ରହିଛି ହେଲେ ଏହାକୁ ଆହୁରି ବଢ଼ାଯିବ।

୨୦୩୦ ସୁଦ୍ଧା ଦେଶର ଇଲେକ୍ଟ୍ରୋନିକ୍ସ ସେକ୍ଟର ୫୦୦ ବିଲିୟନ ଡଲାର କରିବାକୁ ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସେମିକଣ୍ଡକ୍ଟର କ୍ଷେତ୍ରକୁ ନେଇ ଭାରତର କ’ଣ ରହିଛି ଯୋଜନା ଓ ଲକ୍ଷ୍ୟ ? କିଭଳି ଭାରତରେ ସେମିକଣ୍ଡକ୍ଟର ତଥା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ବିକାଶ ହେବ ସେନେଇ ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଗ୍ରେଟର ନୋଏଡାରେ ଆୟୋଜିତ ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ନିବେଶଙ୍କୁ କହିଛନ୍ତି ‘ବର୍ତ୍ତମାନ ଦେଶକୁ ଆସିବା ଆପଣଙ୍କ ପାଇଁ ଉଚିତ ସମୟ । କାରଣ ଦେଶ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରୋନିକ କ୍ଷେତ୍ରକୁ ବଢ଼ାଇ ୫୦୦ ବିଲିୟନ ଡଲାର କରିବାର ଲକ୍ଷ୍ୟ ରହିଛି। 

ସେ କହିଛନ୍ତି ‘‘ ଭାରତରେ ବର୍ତ୍ତମାନର ସ୍ଥିତି ଠିକ୍‌ ରହିଛି। ଆପଣ ଠିକ୍‌ ସମୟରେ ଠିକ୍ ଜାଗାରେ ଅଛନ୍ତି । ଆଜି ଭାରତର ଇଲେକ୍ଟ୍ରୋନିକ୍ କ୍ଷେତ୍ର ୧୫୦ ବିଲିୟନ ଡଲାରରୁ ଅଧିକ ରହିଛି, କିନ୍ତୁ ଆମର ଲକ୍ଷ୍ୟ ଏହାଠାରୁ ମଧ୍ୟ ଅଧିକ। ଏହି ଦଶନ୍ଧି ଶେଷ ସୁଦ୍ଧା ଆମେ ଆମର ଇଲେକ୍ଟ୍ରୋନିକ୍ କ୍ଷେତ୍ରକୁ ୫୦୦ ବିଲିୟନ ଡଲାରରୁ ଅଧିକ କରିବାକୁ ଚାହୁଛୁ । ଏଥିରେ ଯୁବକଙ୍କ ପାଇଁ ୬୦ ଲକ୍ଷ ରୋଜାଗାର ଅବସର ସୃଷ୍ଟି ହୋଇପାରିବ।’’

ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କ ଲକ୍ଷ୍ୟ ରହିଛି, ଯେମିତି ଭାରତରେ ହିଁ ସେମିକଣ୍ଡକ୍ଟର ଦ୍ବାରା ପରିଚାଳିତ ପ୍ରଡକ୍ଟ ଭାରତରେ ହିଁ ନିର୍ମାଣ ହୋଇପାରିବ। ବିଶ୍ବରେ ସେମିକଣ୍ଡକ୍ଟର ଡିଜାଇନରେ ଭାରତର ଅଂଶ ୨୦ ପ୍ରତିଶତ ରହିଛି ହେଲେ ଏହାକୁ ଆହୁରି ବଢ଼ାଯିବ।  ଆମେ ସେମିକଣ୍ଡକ୍ଟର କ୍ଷେତ୍ରରେ ୮୫ ହଜାର ଓ୍ବାର୍କଫୋର୍ସ ପ୍ରସ୍ତୁତ କରୁଛୁ। ବିଦ୍ୟାର୍ଥୀଙ୍କୁ ମଧ୍ୟ ଉଦ୍ୟୋଗ ଅନୁଯାୟୀ ପ୍ରସ୍ତୁତ କରାଯାଉଛି। 

ଆହୁରି ମଧ୍ୟ ସେମିକଣ୍ଡକ୍ଟର ନିର୍ମାଣକୁ ବଢ଼ାଇବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଯେଉଁଥିରେ କେନ୍ଦ୍ରରୁ ୫୦ ପ୍ରତିଶତ ସମର୍ଥନ ଏବଂ ରାଜ୍ୟରୁ ଅତିରିକ୍ତ ସାହାଯ୍ୟ ରହିଛି। ଭାରତର ନୀତି କାରଣରୁ ୧.୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ପୂର୍ବରୁ ହିଁ ମଞ୍ଜୁରୀ ମିଳିସାରିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏହି ଯୋଜନାର ମୂଳ ଲକ୍ଷ୍ୟ ରହିଛି ଯେପରି ଇଲେକ୍ଟ୍ରୋନିକ୍ସ ସହ ଜଡ଼ିତ ସବୁ ନିର୍ମାଣ ଭାରତରେ ହିଁ ହୋଇପାରିବ। ଆଉ ଆପୂର୍ତ୍ତି ଶୃଙ୍ଖଳା ମଜଭୁତ ହୋଇପାରିବ।