୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ । ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର କୁଳାଧିପତି ଜି. ବିଶ୍ୱନାଥନ ଏପରି କହିଛନ୍ତି। ସେ କହିଛନ୍ତି , ୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ। ୨୦୨୩ରେ ଭାରତର ମୁଣ୍ଡ ପିଛା ଆୟ ୨,୬୦୦ ଡଲାର ରହିଛି। ଶିକ୍ଷାକ୍ଷେତ୍ରରେ ଆଗୁଆ ରାଜ୍ୟ ଦକ୍ଷିଣ ଭାରତୀୟ କିମ୍ବା […] The post ୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ appeared first on Dharitri Odia News.

୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଦେଶର ଅର୍ଥନୀତି ଏହାର ଶିକ୍ଷା ସହ ସିଧାସଳଖ ଜଡ଼ିତ। ଭାରତର ରାଜନୈତିକ ଦଳଗୁଡ଼ିକ ଶିକ୍ଷା କ୍ଷେତ୍ରକୁ ଗମ୍ଭୀରତାର ସହ ନେବା ଉଚିତ । ଭେଲୋର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର କୁଳାଧିପତି ଜି. ବିଶ୍ୱନାଥନ ଏପରି କହିଛନ୍ତି। ସେ କହିଛନ୍ତି , ୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ। ୨୦୨୩ରେ ଭାରତର ମୁଣ୍ଡ ପିଛା ଆୟ ୨,୬୦୦ ଡଲାର ରହିଛି।

ଶିକ୍ଷାକ୍ଷେତ୍ରରେ ଆଗୁଆ ରାଜ୍ୟ ଦକ୍ଷିଣ ଭାରତୀୟ କିମ୍ବା ପାଶ୍ଚାତ୍ୟ ଭାରତର ରାଜ୍ୟଗୁଡ଼ିକରେ ଏହି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଏହା ୩,୫୦୦ରୁ ୪,୦୦୦ ଡଲାର ମଧ୍ୟରେ ରହିଛି। କେରଳ ପ୍ରଥମ ସ୍ଥାନରେ ରହିଥିବାବେଳେ ତେଲଙ୍ଗାନା ଦ୍ୱିତୀୟ ସ୍ଥାନ ଏବଂ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି। ଏହି ରାଜ୍ୟଗୁଡ଼ିକରେ ମୁଣ୍ଡ ପିଛା ଆୟ ପ୍ରାୟ ୪୦୦୦ ଡଲାର ରହିଛି। ମାତ୍ର ଶିକ୍ଷା କ୍ଷେତ୍ରରେ ପଛରେ ରହିବା କାରଣରୁ ବିହାର ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ମୁଣ୍ଡ ପିଛା ଆୟ ୧୦୦୦ ଡଲାରରୁ କମ୍‌ ରହିଛି। ଲୋକମାନେ ଏହା ବିଷୟରେ ଅବଗତ ନାହାନ୍ତି। ଲୋକଙ୍କୁ ଏହା ବିଷୟରେ ଶିକ୍ଷା ଦେବାର ଆବଶ୍ୟକତା ରହିଥିବାବେଳେ ରାଜନୈତିକ ଦଳ ଏନେଇ କୌଣସି ପଦକ୍ଷେପ ନିଅନ୍ତି ନାହିଁ ବୋଲି ସ୍ବାମୀନାଥନ କହିଛନ୍ତି।

The post ୨୦୪୭ ସୁଦ୍ଧା ଜିଡିପିର ୬% ଖର୍ଚ୍ଚକରି ଭାରତକୁ ବିକଶିତ କରିବାକୁ ପଡ଼ିବ appeared first on Dharitri Odia News.