୨୨ରେ ଲଘୁଚାପ, ୨୪ରେ ଅବପାତ, ଆସନ୍ତାକାଲି ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅକ୍ଟୋବର ୨୨ ତାରିଖ ପରେ ସ୍ପଷ୍ଟ ହେବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ କି ନାହିଁ । ବର୍ତ୍ତମାନ କିନ୍ତୁ, ବାତ୍ୟା ହେବ କି ନାହିଁ ତାର ଆକଳନ କରି ନାହିଁ ଆଇଏମଡି । ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଲଘୁଚାପ ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି […] The post ୨୨ରେ ଲଘୁଚାପ, ୨୪ରେ ଅବପାତ, ଆସନ୍ତାକାଲି ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି appeared first on KNews Odisha.

୨୨ରେ ଲଘୁଚାପ, ୨୪ରେ ଅବପାତ, ଆସନ୍ତାକାଲି ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
map

ଭୁବନେଶ୍ୱର : ଅକ୍ଟୋବର ୨୨ ତାରିଖ ପରେ ସ୍ପଷ୍ଟ ହେବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ କି ନାହିଁ । ବର୍ତ୍ତମାନ କିନ୍ତୁ, ବାତ୍ୟା ହେବ କି ନାହିଁ ତାର ଆକଳନ କରି ନାହିଁ ଆଇଏମଡି । ଭାରତୀୟ ପାଣିପାଗ ବିଭାଗ କହିଛି, ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଲଘୁଚାପ ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖ ବେଳକୁ ଅବପାତର ରୂପ ନେବ ବୋଲି ଆକଳନ କରାଯାଇଛି । ଏହା ବାତ୍ୟାର ରୂପ ନେବ କି ନାହିଁ, ତାର ଆକଳନ ହୋଇ ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଅର୍ଥାତ ୨୨ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି ।

ଲଘୁଚାପ ଓ ଅବପାତ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୨୩ ତାରିଖରେ ସାମନ୍ୟରୁ ମଧ୍ୟମ ଧରଣ ବର୍ଷା ଅନୁମାନ କରାଯାଇଥିବା ବେଳେ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

 

The post ୨୨ରେ ଲଘୁଚାପ, ୨୪ରେ ଅବପାତ, ଆସନ୍ତାକାଲି ଯାଏ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି appeared first on KNews Odisha.