୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍
କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍କୁ ୨୦୦ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ ୨୦୧ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ମ୍ୟାଚ୍ର ଗୋଟିଏ ସମୟ ଥିବା କୋଲକାତା ୧୫୦ ରନ୍ ପର୍ଯ୍ୟନ୍ତ ପହଞ୍ଚିବାରେ କଷ୍ଟକର ଲାଗୁଥିଲା। କିନ୍ତ ଭେଙ୍କେଟେସ୍ ଆୟର ଏବଂ ରିଙ୍କୁ ସିଂଙ୍କ ମଧ୍ୟରେ ୯୧ ରନ୍ର ପାର୍ଟନରଶିପ୍ […] The post ୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍ appeared first on Dharitri Odia News.
କୋଲକତା,୩।୪: କୋଲକାତାର ଇଡେର୍ନ ଗାର୍ଡେରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ କୋଲକତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି କୋଲକତା ନିର୍ଦ୍ଧାରିତ ୨୦ ଓଭରରେ ହାଦ୍ରାବାଦ୍କୁ ୨୦୦ ରନ୍ କରିଛି। ଫଳରେ ହାଇଦ୍ରାବାଦ୍କୁ ୨୦୧ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ମ୍ୟାଚ୍ର ଗୋଟିଏ ସମୟ ଥିବା କୋଲକାତା ୧୫୦ ରନ୍ ପର୍ଯ୍ୟନ୍ତ ପହଞ୍ଚିବାରେ କଷ୍ଟକର ଲାଗୁଥିଲା। କିନ୍ତ ଭେଙ୍କେଟେସ୍ ଆୟର ଏବଂ ରିଙ୍କୁ ସିଂଙ୍କ ମଧ୍ୟରେ ୯୧ ରନ୍ର ପାର୍ଟନରଶିପ୍ ବଳରେ କେକେଆର୍ ମ୍ୟାଚ୍କୁ ଦମ୍ଦାର ଢଙ୍ଗରେ ଫେରିଥିଲା। ଆୟାର ଧୂଆଁଧାର ବ୍ୟାଟିଂ କରି ୬୦ ରନ୍ର ଇନିଂସ ଖେଳିଥିଲେ। ରିଙ୍କୁ ମଧ୍ୟ ୩୨ ରନ୍ କରି ଅପରାଜିତ ରହିଥିଲେ। ଅଙ୍ଗକୃଷ ରଘୁବଂଶୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।
ଭେଙ୍କଟେସ୍ ଆୟାରଙ୍କୁ କେକେଆର୍ ମେଗା ଅକ୍ସନରେ ୨୩.୭୫ କୋଟି ଟଙ୍କରେ କିଣିଥିଲା। ଆୟାର ଏପର୍ଯ୍ୟନ୍ତ ଚଳିତ ଆଇପିଏଲ୍ରେ ୨ଟି ଇନିଂସରେ କେବଳ ୯ ରନ୍ କରିଥିଲେ। କିନ୍ତୁ ତୃତୀୟ ଇନିଂସରେ ସେ ନିଜର ୨୩ କୋଟି ଟଙ୍କାର ରୂପ ଦେଖାଇଥିଲେ।
The post ୨୩ କୋଟି ଟଙ୍କାର ରୂପ ଦେଖାଇଲେ ଭେଙ୍କଟେସ୍: ହାଇଦ୍ରାବାଦ୍କୁ ୨୦୧ ରନ୍ର ଟାର୍ଗେଟ୍ appeared first on Dharitri Odia News.