୨୩ ଦେଶୀ ବନ୍ଧୁକ ଜବତ

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଏସ୍‌ ସୁଶ୍ରୀ ସୂଚନା ଦେଇଛନ୍ତି। ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧୀନରେ ଥିବା ଗାଁଗୁଡ଼ିକରୁ ପୁଣି ୨୩ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ ହୋଇଛି। […] The post ୨୩ ଦେଶୀ ବନ୍ଧୁକ ଜବତ appeared first on Dharitri Odia News.

୨୩ ଦେଶୀ ବନ୍ଧୁକ ଜବତ

ବାରିପଦା,୧୯ା୧(ନୀଳାଦ୍ରି ବିହାରୀ ଦଣ୍ଡାପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଅଞ୍ଚଳରୁ ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲା ପୋଲିସ ନଭେମ୍ବର ଓ ଡିସେମ୍ବରରେ ସର୍ଚ୍ଚ ଅପରେଶନ କରି ଉକ୍ତ ବନ୍ଧୁକ ଜବତ କରିଛି। ଏନେଇ ବାରିପଦାସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଏସ୍‌ ସୁଶ୍ରୀ ସୂଚନା ଦେଇଛନ୍ତି। ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧୀନରେ ଥିବା ଗାଁଗୁଡ଼ିକରୁ ପୁଣି ୨୩ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ ହୋଇଛି। ଏନେଇ ୧୪ଟି ମାମଲା ରୁଜୁ କରିବା ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେଥି ମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶୀପୁର ଥାନା ଓ ଠାକୁରମୁଣ୍ଡା ଥାନା ପୋଲିସ ଗୋଟିଏ ଲେଖାଏ ବନ୍ଧୁକ ଜବତ କରିଛି। ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି। ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀ ମୃତ୍ୟୁ ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଶିମିଳିପାଳ ସୁରକ୍ଷା ଅଭିଯାନରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଶିକାରୀମାନଙ୍କୁ ବନ୍ଧୁକ ସମର୍ପଣ କରିବା ପାଇଁ ନିବେଦନ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଶିମିଳିପାଳ ସୁରକ୍ଷା ପାଇଁ ଏବେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି

ଶିମିଳିପାଳ ଅଭୟାରଣ୍ୟର ସଂଲଗ୍ନ ଗ୍ରାମରୁ ସର୍ଚ୍ଚ ଅପରେଶନ ଯୋଗେ ବେଆଇନ ବନ୍ଧୁକ ଜବତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬୫ଟି ବନ୍ଧୁକ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭୧ଟି ବନ୍ଧୁକ ଜବତ ହୋଇଥିଲା। ପୁଣି ତୃତୀୟ ପର୍ଯ୍ୟାୟରେ ୨୩ଟି ଦେଶୀବନ୍ଧୁକ ଜବତ ହୋଇଛି। ତେବେ ଶିକାରୀ ଓ ଶିକାରରେ ଜଡ଼ିତ ରହୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।

The post ୨୩ ଦେଶୀ ବନ୍ଧୁକ ଜବତ appeared first on Dharitri Odia News.