୨୩ରେ ବାତ୍ୟା,୨୪ରେ ଲ୍ୟାଣ୍ଡଫଲ୍ : ସ୍ପଷ୍ଟ କଲେ ଆଇଏମଡି ଡିଜି

କନକବ୍ୟୁରୋ: ବାତ୍ୟା ହେବ କି ନେଇ ଚାଲିଥିବା ସଂଶୟ ଦୂର ହୋଇଛି। ଆସୁଛି ବାତ୍ୟା । ଏନେଇ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି ।  ପାଣିପାଗ ବିଭାଗର କହିବା ଅନୁଯାୟୀ, ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ଘନୀଭୂତ ହୋଇ  ଉତ୍ତର ପଶ୍ଚିମ  ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ ।  ଏହା ୨୪ ତାରିଖ ସକାଳେ ଓଡିଶା ଓ ପଚିଂମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି । ପୂର୍ବରୁ ବାତ୍ୟା ଆସୁଥିବା ଖବର ନେଇ ବିଭିନ୍ନ ମଡେଲ ଆକଳନ କରିଥିଲେ । ହେଲେ ଏନେଇ ଆଇଏମଡି କିଛି ସ୍ପଷ୍ଟ କରିନଥିଲା । ହେଲେ ଆଜି ସଂସ୍ଥା ପକ୍ଷରୁ ଯେଉଁ ଟୁଇଟ୍ କରାଯାଇଛି, ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ବାତ୍ୟାର ଆଶଙ୍କା ରହିଛି ।    

୨୩ରେ ବାତ୍ୟା,୨୪ରେ ଲ୍ୟାଣ୍ଡଫଲ୍ : ସ୍ପଷ୍ଟ କଲେ ଆଇଏମଡି ଡିଜି

କନକବ୍ୟୁରୋ: ବାତ୍ୟା ହେବ କି ନେଇ ଚାଲିଥିବା ସଂଶୟ ଦୂର ହୋଇଛି। ଆସୁଛି ବାତ୍ୟା । ଏନେଇ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି । 

ପାଣିପାଗ ବିଭାଗର କହିବା ଅନୁଯାୟୀ, ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ଘନୀଭୂତ ହୋଇ  ଉତ୍ତର ପଶ୍ଚିମ  ଦିଗରେ ଗତି କରି ୨୨ରେ ଅବପାତ ଓ ୨୩ରେ ବାତ୍ୟାର ରୂପ ନେବ । 

ଏହା ୨୪ ତାରିଖ ସକାଳେ ଓଡିଶା ଓ ପଚିଂମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି । ପୂର୍ବରୁ ବାତ୍ୟା ଆସୁଥିବା ଖବର ନେଇ ବିଭିନ୍ନ ମଡେଲ ଆକଳନ କରିଥିଲେ । ହେଲେ ଏନେଇ ଆଇଏମଡି କିଛି ସ୍ପଷ୍ଟ କରିନଥିଲା । ହେଲେ ଆଜି ସଂସ୍ଥା ପକ୍ଷରୁ ଯେଉଁ ଟୁଇଟ୍ କରାଯାଇଛି, ଏଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ବାତ୍ୟାର ଆଶଙ୍କା ରହିଛି ।