୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା,ଉପକୂଳରେ ୨-୩ ଡିଗ୍ରୀ ହ୍ରାସ ପାଇବ ତାତି
ଭୁବନେଶ୍ୱର : ରାଜ୍ୟରେ କମିବ ତାତି I ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି I କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ୨-୩ ଡିଗ୍ରୀ ହ୍ରାସ ପାଇବ ତାତି I ଆଗାମୀ #୨୪ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ #କାଳବୈଶାଖୀ ସମ୍ଭାବନା — Meteorological Centre, Bhubaneswar (@mcbbsr) May 4, 2024 ରାଜ୍ୟରେ ଗ୍ରୀଷ୍ମ […]

ଭୁବନେଶ୍ୱର : ରାଜ୍ୟରେ କମିବ ତାତି I ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି I କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ୨-୩ ଡିଗ୍ରୀ ହ୍ରାସ ପାଇବ ତାତି I
ଆଗାମୀ #୨୪ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ #କାଳବୈଶାଖୀ ସମ୍ଭାବନା
— Meteorological Centre, Bhubaneswar (@mcbbsr) May 4, 2024
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର I ସେହିପରି ବିଜୁଳି ଓ ଘଡ଼ଘଡି ପାଇଁ ୪ ଜିଲ୍ଲା,ଗଞ୍ଜାମ,ଗଜପତି,ରାୟଗଡା ଓ କୋରାପୁଟକୁ ୟେଲୋ ୱାର୍ଣିଂ ଜାରି ହୋଇଛି I ଦକ୍ଷିଣ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡିଶା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଭାବରେ ବୋହୁଥିବାରୁ ଏହାର ପ୍ରଭାବରେ ଗତକାଲି ମଧ୍ୟ କେତେକ ଜିଲ୍ଲରେ କାଳବୈଶାଖୀ ବର୍ଷ ହୋଇଥିଲା I
କମିବ ଦିନର ତାତି !!
ତାତିରୁ ମିଳିବ ଆଶ୍ବସ୍ତି !!ଆଗାମୀ ଦୁଇଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ତାପମାତ୍ରା ରେ ହ୍ରାସ ଘଟିବା ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) May 4, 2024
ଅନ୍ୟପଟେ ଗତକାଲି ୨୬ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଥିଲା। ୪୪.୬ ଡିଗ୍ରୀ ସହିତ ବୌଦ୍ଧ ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୭ଟି ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର)ରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିଲା।