୨୪ ନିର୍ବାଚନ ରଣାଙ୍ଗନରେ ବିଜେଡିର ମହିଳା ଯୋଦ୍ଧା
ମହିଳା ବି ନୁହଁନ୍ତି କମ୍ । ଖାସ ସେଥିଲାଗି ତ ୨୪ ଲଢେଇରେ ମହିଳାଙ୍କୁ ଫୋକସ୍ । ମହିଳା ଭୋଟର୍ ମହିଳା ନେତ୍ରୀ । କାରଣ ମହିଳାଙ୍କୁ ଅବହେଳା କରି ଭୋଟ ଗଣିତରେ ପଛରେ ପଡିବାକୁ ଚାହାନ୍ତିନି କେହି । ସେହି ସମାନ ଟାର୍ଗେଟରେ ଆଗରେ ବିଜେଡି । ରାଜନୀତିରେ ବି, ବିଧାନସଭାରେ ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ସପକ୍ଷରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଦଳ ଅଛି ତାର ରାସ୍ତାରେ । ମହିଳା ପ୍ରାଥୀତ୍ବରେ ମହିଳା ସଶକ୍ତିକରଣକୁ ବି ଫୋକସ କରିଛି ଦଳ । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷିତ ବିଜେଡି ପ୍ରାର୍ଥୀ ତାଲିକାରେ ଏହା ସ୍ପଷ୍ଟ । ୨୪ ନିର୍ବାଚନ ରଣାଙ୍ଗନରେ ବିଜେଡିର ମହିଳା ଯୋଦ୍ଧା । ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୧ ଲୋକସଭା ଆସନରେ ୭ ମହିଳାଙ୍କୁ ବିଜେଡି ଟିକେଟ । ଯାଜପୁରରୁ ଶର୍ମିଷ୍ଠା ସାହୁ,ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ,କୋରାପୁଟରୁ କୌଶଲ୍ୟା ହିକକା,ଆସ୍କାରୁ ରଞ୍ଜିତା ସାହୁ,ବରଗଡରୁ ପରିଣୀତା ମିଶ୍ର ଓ ବାଲେଶ୍ବରରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ ଦେଇଛି ଦଳ । ତେବେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସର୍ବାଧିକ ମହିଳା ପ୍ରାର୍ଥୀଙ୍କୁ ଦେଇଛି ଟିକେଟ । ଗତ ନିର୍ବାଚନ ପରି ଚଳିତ ଥର ମଧ୍ୟ ମହିଳାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସିକା ଲୋକସଭା କ୍ଷେତ୍ରରେ ସାଂସଦ ଓ ୫ ବିଧାୟକ ପ୍ରାର୍
ମହିଳା ବି ନୁହଁନ୍ତି କମ୍ । ଖାସ ସେଥିଲାଗି ତ ୨୪ ଲଢେଇରେ ମହିଳାଙ୍କୁ ଫୋକସ୍ । ମହିଳା ଭୋଟର୍ ମହିଳା ନେତ୍ରୀ । କାରଣ ମହିଳାଙ୍କୁ ଅବହେଳା କରି ଭୋଟ ଗଣିତରେ ପଛରେ ପଡିବାକୁ ଚାହାନ୍ତିନି କେହି । ସେହି ସମାନ ଟାର୍ଗେଟରେ ଆଗରେ ବିଜେଡି । ରାଜନୀତିରେ ବି, ବିଧାନସଭାରେ ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ସପକ୍ଷରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଦଳ ଅଛି ତାର ରାସ୍ତାରେ । ମହିଳା ପ୍ରାଥୀତ୍ବରେ ମହିଳା ସଶକ୍ତିକରଣକୁ ବି ଫୋକସ କରିଛି ଦଳ । ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷିତ ବିଜେଡି ପ୍ରାର୍ଥୀ ତାଲିକାରେ ଏହା ସ୍ପଷ୍ଟ ।
୨୪ ନିର୍ବାଚନ ରଣାଙ୍ଗନରେ ବିଜେଡିର ମହିଳା ଯୋଦ୍ଧା । ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୧ ଲୋକସଭା ଆସନରେ ୭ ମହିଳାଙ୍କୁ ବିଜେଡି ଟିକେଟ । ଯାଜପୁରରୁ ଶର୍ମିଷ୍ଠା ସାହୁ,ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ,କୋରାପୁଟରୁ କୌଶଲ୍ୟା ହିକକା,ଆସ୍କାରୁ ରଞ୍ଜିତା ସାହୁ,ବରଗଡରୁ ପରିଣୀତା ମିଶ୍ର ଓ ବାଲେଶ୍ବରରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ ଦେଇଛି ଦଳ । ତେବେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସର୍ବାଧିକ ମହିଳା ପ୍ରାର୍ଥୀଙ୍କୁ ଦେଇଛି ଟିକେଟ । ଗତ ନିର୍ବାଚନ ପରି ଚଳିତ ଥର ମଧ୍ୟ ମହିଳାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଆସିକା ଲୋକସଭା କ୍ଷେତ୍ରରେ ସାଂସଦ ଓ ୫ ବିଧାୟକ ପ୍ରାର୍ଥୀ ମହିଳା । ଲୋକସଭାରେ ନୂଆମୁହଁ । ପ୍ରମିଳା ବିଷୋୟୀଙ୍କ ଜାଗାରେ ଲଢିବେ ନବାଗତା ରଞ୍ଜିତା ସାହୁ । ରାଜନୀତିରେ ରଞ୍ଜିତା ନୂଆମୁହଁ ହୋଇଥିବାରୁ ଏଥର ତାଙ୍କ ପାଇଁ ଏହା ବଡ ପରୀକ୍ଷା । ତେବେ ବିଜେଡି ଗଡରେ ଦଳୀୟ ପ୍ରଭାବ ଓ ସଂଗଠନ ତାଙ୍କ ପାଇଁ ପ୍ଲସ ପଏଣ୍ଟ ।
କବିସୂର୍ଯ୍ୟନଗର ବିଧାନସଭା ପାଇଁ ଲତିକା ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଗତ ନିର୍ବାଚନରେ ଲତିକା ଜିତିଥିବାବେଳେ ଏଥର ପୁଣି ଦଳ ତାଙ୍କୁ ରିପିଟ କରିଛି । ସେହିପରି ଆସ୍କା ବିଧାନସଭାରୁ ମଞ୍ଜୁଳା ସ୍ବାଇଁଙ୍କ ଉପରେ ପୁଣି ଭରସା କରିଛି ଦଳ । ଖଲ୍ଲିକୋଟରୁ ସୂର୍ୟ୍ୟମଣି ବୈଦ୍ୟ ପୁଣି ଥରେ ଟିକେଟ ହାତେଇଛନ୍ତି । ସୋରଡାରୁ ନୂଆ ମୁହଁ ଭାବରେ ସଂଘମିତ୍ରା ସ୍ହାଇଁଙ୍କୁ ଦଳ ପ୍ରାର୍ଥୀ କରିଛି । ଗତ ୧୯ ନିର୍ବାଚନରେ ସଂଘମିତ୍ରାଙ୍କ ସ୍ବାମୀ ପୂର୍ଣ୍ଣ ସ୍ବାଇଁ ନିର୍ବାଚନ ଲଢିଥିଲେ । ସେହିପରି ସାନଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ୨୦୧୪ରୁ ୨୦୧୯ ଟର୍ମରେ ସାନଖେମୁଣ୍ଡିରୁ ବିଧାୟିକା ଥିବା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା । ଏଥର ମାଆଙ୍କ ବଦଳରେ ଝିଅକୁ ମଇଦାନକୁ ପଠାଇଛି ବିଜେଡି ।
୨୦୧୯ରେ ଆସ୍କା ଲୋକସଭା ସମେତ ୭ ବିଧାନସଭାରୁ ୬ଟିରେ ବାଜି ମାରିଥିଲା ବିଜେଡି । ସାନଖେମୁଣ୍ଡି ଆସନ ଜିତିଥିଲା କଂଗ୍ରେସ । ବିଜେଡି ଏପର୍ୟ୍ୟନ୍ତ ସମସ୍ତ ୨୧ ଲୋକସଭା ଓ ୧୨୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ବାକି ରହିଛି ।
ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ବିଜେଡିର ଫୋକସ ସବୁବେଳେ । ୨୦୧୯ରେ ସଂସଦୀୟ କ୍ଷେତ୍ରରେ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ଟିକେଟ ଦେଇ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । । ମହିଳାଙ୍କ ନେତୃତ୍ବକୁ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି ନବୀନ । ମାଆ ମାନେ ଆଗେଇଲେ ଦେଶ ଆଗେଇବ,ସମାଜ ଆଗେଇବ । ଏହି କଥାର ମର୍ମକୁ ବୁଝିବା ସହ କାମରେ କରି ଦେଖାଇଛି ବିଜୁ ଜନତା ଦଳ । ଅପେକ୍ଷା ନବୀନଙ୍କ ମହିଳା ବ୍ରିଗେଡର କେତେ ମହାରଥୀ ରଖୁଛନ୍ତି ଭରସା ।