୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ

ଭୁବନେଶ୍ୱର,୨୨।୭: ୨୪ ବର୍ଷ ପରେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳିଛି। ୫ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ବିରୋଧୀ ଆସନରେ ବସିଛନ୍ତି। ନବୀନ ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆସନରେ ବସିଛନ୍ତି। ନବୀନ ପଟ୍ଟନାୟକଙ୍କ ସିଟ୍‌ରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେହିପର ଯେଉଁ ଆସନରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବସୁଥିଲେ, ସେଥିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଏବଂ ପ୍ରଦୀପ ଅମାତ ବସୁଥିବା ସିଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […] The post ୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ appeared first on Dharitri Odia News.

୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ

ଭୁବନେଶ୍ୱର,୨୨।୭: ୨୪ ବର୍ଷ ପରେ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ଆସନ ବଦଳିଛି। ୫ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ଆଜି ବିରୋଧୀ ଆସନରେ ବସିଛନ୍ତି। ନବୀନ ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆସନରେ ବସିଛନ୍ତି।

ନବୀନ ପଟ୍ଟନାୟକଙ୍କ ସିଟ୍‌ରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସେହିପର ଯେଉଁ ଆସନରେ ପୂର୍ବତନ ମନ୍ତ୍ରୀ ବିକ୍ରମ ଆରୁଖ ବସୁଥିଲେ, ସେଥିରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଏବଂ ପ୍ରଦୀପ ଅମାତ ବସୁଥିବା ସିଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବସିଛନ୍ତି। ବିଜେଡିର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବସୁଥିବା ଆସନରେ ବସିଲେ ଆକାଶ ଦାସ ନାୟକ।

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ତେବେ ଗୃହ ଆରମ୍ଭରୁ ଓଡ଼ିଆ ଅସ୍ମିତା କଥା ଉଠାଇ ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛିଡା ହେଇ ପ୍ରତିବାଦ କରିଥିଲେ। ଏହା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ। ଏହି ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।

The post ୨୪ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ଆସନ, ବସିଲେ ଏହି ନେତାଙ୍କ ସିଟ୍‌ରେ appeared first on Dharitri Odia News.