୨୫% IAS ଦୁର୍ନୀତିଗ୍ରସ୍ତ ଏବଂ ଅପରାଗ, କେବଳ ୨୫% ହିଁ ଦକ୍ଷ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଦାବି

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ତଥା ଆରବିଆଇ ଗଭର୍ଣ୍ଣର ଡି.ସୁବାରାଓ ନିଜ ପୁସ୍ତକ Just A Mercenary: Notes from my Life and Careerରେ ଆଇଏଏସ୍ ଏବଂ ଏହାର ଆହ୍ୱାନ ବିଷୟରେ ଉଲ୍ଲେଖ କରିଛନ୍ତି । ଆଇଏଏସ୍ ସିଷ୍ଟମ ବିଷୟରେ ନିଜ ଅତୀତର ମନ୍ତବ୍ୟକୁ ପ୍ରତିଫଳନ କରି ବଢୁଥିବା ଚିନ୍ତାକୁ ଉଲ୍ଲେଖ କରିଛନ୍ତି । ଦିନେ ନିଜ ଦକ୍ଷତା ଏବଂ ଉତ୍ସର୍ଗୀକୃତ ପାଇଁ ପରିଚିତ ଥିବା ଆଇଏଏସ୍ ଏବେ ଅପାରଗତା ଏବଂ ଦୁର୍ନୀତି ପାଇଁ ନିଜର ପ୍ରତିଷ୍ଠା ହରାଇବାରେ ଲାଗିଛି ବୋଲି ମତ ରଖିଛନ୍ତି ।The420.in ଅନୁସାରେ ସୁବାରାଓ ନିଜ ପୁସ୍ତକରେ କହିଛନ୍ତି ଯେ ବର୍ତ୍ତମାନରେ ଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୨୫% ବାସ୍ତବରେ ଦକ୍ଷ । ୫୦ ପ୍ରତିଶତ ବେପରୁଆ ହୋଇଛନ୍ତି ଏବଂ ବଳକା ୨୫ ପ୍ରତିଶତ ଦୁର୍ନୀତିଗ୍ରସ୍ତ କିମ୍ୱା ଅପରାଗ ଅଛନ୍ତି । ଶାସନର ଆବଶ୍ୟକତାକୁ ପୂରା କରିବା କରିବା ପାଇଁ ୭୫ ପ୍ରତିଶତ ଅଧିକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଉପରେ ଜୋର ଦେଇଛନ୍ତି । ତାଙ୍କ ଅନୁସାରେ ଏହି ସମସ୍ୟା ପ୍ରୋତ୍ସାହନ ଅଭାବରେ ରହିଛି । ଉତ୍କର୍ସ ସେବା ପାଇଁ କୌଣସି ପୁରସ୍କାର ନାହିଁ କିମ୍ବା ପ୍ରଦର୍ଶନ ନକରିବା କ୍ଷେତ୍ରରେ ଦଣ୍ଡର ବ୍ୟବସ୍ଥା ବି ନାହିଁ । କିଛି ଆଇଏଏସ୍ ଅଧିକାରୀ ସେମାନଙ୍କର ଅପାରଗତା ପାଇଁ ରାଜନୈତିକ ହସ୍ତକ୍ଷେପକୁ ଦାୟୀ କରନ୍ତି । କିନ୍ତୁ ସୁବାରାଓ ଯୁକ୍ତି ରଖିଛନ୍ତି ଯେ ଯଦି ଅଧିକାରୀମାନେ ଏକ ହୋଇଥାନ୍ତେ ତେବେ ରାଜନେତାମାନେ ସ

୨୫% IAS ଦୁର୍ନୀତିଗ୍ରସ୍ତ ଏବଂ ଅପରାଗ, କେବଳ ୨୫% ହିଁ ଦକ୍ଷ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଦାବି

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ତଥା ଆରବିଆଇ ଗଭର୍ଣ୍ଣର ଡି.ସୁବାରାଓ ନିଜ ପୁସ୍ତକ Just A Mercenary: Notes from my Life and Careerରେ ଆଇଏଏସ୍ ଏବଂ ଏହାର ଆହ୍ୱାନ ବିଷୟରେ ଉଲ୍ଲେଖ କରିଛନ୍ତି । ଆଇଏଏସ୍ ସିଷ୍ଟମ ବିଷୟରେ ନିଜ ଅତୀତର ମନ୍ତବ୍ୟକୁ ପ୍ରତିଫଳନ କରି ବଢୁଥିବା ଚିନ୍ତାକୁ ଉଲ୍ଲେଖ କରିଛନ୍ତି । ଦିନେ ନିଜ ଦକ୍ଷତା ଏବଂ ଉତ୍ସର୍ଗୀକୃତ ପାଇଁ ପରିଚିତ ଥିବା ଆଇଏଏସ୍ ଏବେ ଅପାରଗତା ଏବଂ ଦୁର୍ନୀତି ପାଇଁ ନିଜର ପ୍ରତିଷ୍ଠା ହରାଇବାରେ ଲାଗିଛି ବୋଲି ମତ ରଖିଛନ୍ତି ।

The420.in ଅନୁସାରେ ସୁବାରାଓ ନିଜ ପୁସ୍ତକରେ କହିଛନ୍ତି ଯେ ବର୍ତ୍ତମାନରେ ଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୨୫% ବାସ୍ତବରେ ଦକ୍ଷ । ୫୦ ପ୍ରତିଶତ ବେପରୁଆ ହୋଇଛନ୍ତି ଏବଂ ବଳକା ୨୫ ପ୍ରତିଶତ ଦୁର୍ନୀତିଗ୍ରସ୍ତ କିମ୍ୱା ଅପରାଗ ଅଛନ୍ତି । ଶାସନର ଆବଶ୍ୟକତାକୁ ପୂରା କରିବା କରିବା ପାଇଁ ୭୫ ପ୍ରତିଶତ ଅଧିକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଉପରେ ଜୋର ଦେଇଛନ୍ତି । ତାଙ୍କ ଅନୁସାରେ ଏହି ସମସ୍ୟା ପ୍ରୋତ୍ସାହନ ଅଭାବରେ ରହିଛି । ଉତ୍କର୍ସ ସେବା ପାଇଁ କୌଣସି ପୁରସ୍କାର ନାହିଁ କିମ୍ବା ପ୍ରଦର୍ଶନ ନକରିବା କ୍ଷେତ୍ରରେ ଦଣ୍ଡର ବ୍ୟବସ୍ଥା ବି ନାହିଁ । କିଛି ଆଇଏଏସ୍ ଅଧିକାରୀ ସେମାନଙ୍କର ଅପାରଗତା ପାଇଁ ରାଜନୈତିକ ହସ୍ତକ୍ଷେପକୁ ଦାୟୀ କରନ୍ତି । କିନ୍ତୁ ସୁବାରାଓ ଯୁକ୍ତି ରଖିଛନ୍ତି ଯେ ଯଦି ଅଧିକାରୀମାନେ ଏକ ହୋଇଥାନ୍ତେ ତେବେ ରାଜନେତାମାନେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବେ ।

ସୁବାରଓଙ୍କ ମତରେ ଭାରତକୁ ଏବେ ବି ଏକ ସାଧାରଣ ନାଗରିକ ସେବା ଆବଶ୍ୟକ ରହିଛି, କିନ୍ତୁ ଆଇଏଏସରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆବଶ୍ୟକତା ରହିଛି । ତାଙ୍କର ସୁପାରିସରେ ଦୁଇ ସ୍ତରୀୟ ନିଯୁକ୍ତି ବ୍ୟବସ୍ଥା ଅଛି: ପ୍ରଥମ ପ୍ରବେଶ ୨୫-୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶ ସାମ୍ବାଦିକତା, ଇଞ୍ଜିନିୟରିଂ, ଏନଜିଓ ଏବଂ ମେଡିସିନ୍ ପରି ବିଭିନ୍ନ କ୍ଷେତ୍ରର ବୃତ୍ତିଗତମାନଙ୍କ ପାଇଁ । କମ ବୟସରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ୧୫ ବର୍ଷ ପରେ ପୁନଃମୂଲ୍ୟାଙ୍କନ କରାଯିବା ଉଚିତ । 

ସୁବାରାଓ ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ଉପରେ ବି ମତ ରଖିଛନ୍ତି । ସଞ୍ଜୀବ ସାନ୍ୟାଲ କହିଥିଲେ ଯେ IAS ପାଇଁ ଏକାଧିକ ଥର ଚେଷ୍ଟା କରି ଆଶାୟୀ ନିଜ ଯୁବାବସ୍ଥା ନଷ୍ଟ କରିଥାଏ । ସୁବାରାଓ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଆଶାୟୀଙ୍କ ପ୍ରୟାସ ସଂଖ୍ୟାକୁ କମ କରି ୨ରୁ ୩ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ୱାରା ସେମାନେ ଅନ୍ୟ କ୍ୟାରିୟର ବିକଳ୍ପ ଅନୁସନ୍ଧାନ କରିବାକୁ ବିଚାର କରିବେ ।