୨୫ ଦିନରେ ଗଲାଣି ୭୯ ଜଣ, ଏହି ଦେଶରେ ଅଜଣା ମାରାତ୍ମକ ରୋଗର ଆତଙ୍କ; ଅଲର୍ଟରେ ‘ହୁ’

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋରେ ଏକ ଅଜଣା ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ଏହି ଅଜଣା ମାରାତ୍ମକ ରୋଗରେ ୨୫ ଦିନ ଭିତରେ ୭୯ ଲୋକଙ୍କ ଜୀବନ ଗଲାଣି । ୩୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ରୋଗ ବାବଦରେ କିଛି ବି ଜଣାପଡ଼ୁନାହିଁ । ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର, ମୁଣ୍ଡବ୍ୟଥା, କାଶ ଏବଂ ନିଶ୍ୱାଃସ ଏବଂ ପ୍ରଶ୍ୱାସରେ ଅସୁବିଧା ହେଉଛି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରୋଗର ନମୂନାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଛି । ଲୋକଙ୍କୁ ସତର୍କ ରହିବା ସହ ବିବାହ ସମାରୋହରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।ବିବିସି ରିପୋର୍ଟ ଅନୁସାରେ କଙ୍ଗୋରେ ଏହି ମାରାତ୍ମକ ରୋଗରେ ପ୍ରାଣ ହରାଇଥିବା ଅଧିକାଂଶଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଏହି ରହସ୍ୟମୟ ରୋଗର ପ୍ରଥମ ମାମଲାର ଦକ୍ଷିଣ ପଶ୍ଚିମ କଙ୍ଗୋରୁ ସାମନାକୁ ଆସିଥିଲା । ଦକ୍ଷିଣ- ପଶ୍ଚିମ ଲୋକତାନ୍ତ୍ରିକ ଗଣରାଜ୍ୟରେ ଏହି ଅଜଣା ରୋଗ ଯୋଗୁଁ ଅତି କମରେ ୭୯ ଜଣଙ୍କ ମୃତ୍ୟୁ ହୋଇଛି ।ସ୍ଥାନୀୟ ନେତା ମିମଫୋରିୟନ ମଞ୍ଜାଞ୍ଜା ରୟଟର୍ସକୁ କହିଛନ୍ତି, 'ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ସଂକ୍ରମିକ ଲୋକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ସେ କହିଛନ୍ତି, ପାଞ୍ଜି ଏକ ଗ୍ରାମୀଣ ସ୍ୱାସ୍ଥ୍ୟ କ୍ଷେତ୍ର, ତେଣୁ ଔଷଧ ଯୋଗାଣରେ ସମସ୍ୟା ରହିଛି

୨୫ ଦିନରେ ଗଲାଣି ୭୯ ଜଣ, ଏହି ଦେଶରେ ଅଜଣା ମାରାତ୍ମକ ରୋଗର ଆତଙ୍କ; ଅଲର୍ଟରେ ‘ହୁ’

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋରେ ଏକ ଅଜଣା ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ଏହି ଅଜଣା ମାରାତ୍ମକ ରୋଗରେ ୨୫ ଦିନ ଭିତରେ ୭୯ ଲୋକଙ୍କ ଜୀବନ ଗଲାଣି । ୩୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ରୋଗ ବାବଦରେ କିଛି ବି ଜଣାପଡ଼ୁନାହିଁ । ରୋଗରେ ସଂକ୍ରମିତ ବ୍ୟକ୍ତିଙ୍କୁ ଜ୍ୱର, ମୁଣ୍ଡବ୍ୟଥା, କାଶ ଏବଂ ନିଶ୍ୱାଃସ ଏବଂ ପ୍ରଶ୍ୱାସରେ ଅସୁବିଧା ହେଉଛି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରୋଗର ନମୂନାକୁ ଯାଞ୍ଚ ପାଇଁ ଲ୍ୟାବକୁ ପଠାଇଛି । ଲୋକଙ୍କୁ ସତର୍କ ରହିବା ସହ ବିବାହ ସମାରୋହରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ବିବିସି ରିପୋର୍ଟ ଅନୁସାରେ କଙ୍ଗୋରେ ଏହି ମାରାତ୍ମକ ରୋଗରେ ପ୍ରାଣ ହରାଇଥିବା ଅଧିକାଂଶଙ୍କ ବୟସ ୧୫ରୁ ୧୮ ବର୍ଷ ମଧ୍ୟରେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁସାରେ ଏହି ରହସ୍ୟମୟ ରୋଗର ପ୍ରଥମ ମାମଲାର ଦକ୍ଷିଣ ପଶ୍ଚିମ କଙ୍ଗୋରୁ ସାମନାକୁ ଆସିଥିଲା । ଦକ୍ଷିଣ- ପଶ୍ଚିମ ଲୋକତାନ୍ତ୍ରିକ ଗଣରାଜ୍ୟରେ ଏହି ଅଜଣା ରୋଗ ଯୋଗୁଁ ଅତି କମରେ ୭୯ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥାନୀୟ ନେତା ମିମଫୋରିୟନ ମଞ୍ଜାଞ୍ଜା ରୟଟର୍ସକୁ କହିଛନ୍ତି, 'ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ସଂକ୍ରମିକ ଲୋକଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି । ସେ କହିଛନ୍ତି, ପାଞ୍ଜି ଏକ ଗ୍ରାମୀଣ ସ୍ୱାସ୍ଥ୍ୟ କ୍ଷେତ୍ର, ତେଣୁ ଔଷଧ ଯୋଗାଣରେ ସମସ୍ୟା ରହିଛି ।' ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ କରି ପାଞ୍ଜି ଅଞ୍ଚଳକୁ ପଠାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ସତର୍କ ରହିବା ପାଇଁ ଅପିଲ୍ କରିଛନ୍ତି । ସାବୁନରେ ହାତ ଧୋଇବା, ସାମୁହିକ କାର୍ଯ୍ୟକ୍ରମରୁ ଦୂରେଇ ରହିବା ପାଇଁ ଅପିଲ୍ କରିଛନ୍ତି । ଏହାସହ ମୃତ ବ୍ୟକ୍ତିଙ୍କ ଶବକୁ ନଛୁଇଁବା ପାଇଁ ଅପିଲ୍ କରାଯାଇଛି ।