୨୫ ବର୍ଷ ପରେ ପୁଣି ମୁମ୍ବାଇ ଫେରିଲେ ମମତା କୁଲକର୍ଣ୍ଣି, ମାତୃଭୂମିରେ ଆଖିରୁ ବୋହି ଆସିଲା ଆନନ୍ଦାଶ୍ରୁ

ମୁମ୍ବାଇ ୪।୧୨: ଶାହରୁଖ ଖାନ ଓ ସଲମାନ ଖାନଙ୍କ ଫିଲ୍ମ ‘କରଣ ଅର୍ଜୁନ’ର ଅଭିନେତ୍ରୀ ମମତା କୁଲକର୍ଣ୍ଣି ସ୍ୱଦେଶ ଫେରିଆସିଛନ୍ତି। ପ୍ରାୟ ୨୫ ବର୍ଷ ପରେ ସେ ପୁଣି ଭାରତ ଫେରିଥିବା ବେଳେ ତାଙ୍କର ଅନୁଭବକୁ ସେୟାର କରିଛନ୍ତି। ସେ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିବା ବେଳେ ଭାରତ ପ୍ରତ୍ୟାବର୍ତ୍ତନରେ ସେ ଭାବୁକ ଓ ଅଭିଭୂତ ବୋଲି  ଉଲ୍ଲେଖ କରିଛନ୍ତି। ମମତା ପୋଷ୍ଟିଂ କରିଥିବା ଭିଡିଓରେ ସେ ୨୫ ବର୍ଷ ପରେ ଭାରତ ଫେରିଥିବା କହିଛନ୍ତି। ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ପୁରୁଣା ସ୍ମୃତି ପୁଣି ତାଜା ହୋଇଯାଇଛି। ଅଭିନେତ୍ରୀ ଭିଡିଓରେ କହିଛନ୍ତି ଯେ ‘ହେଲୋ ଫ୍ରେଣ୍ଡସ୍ ୨୦୦୦ ମସିହାରେ ଭାରତ ବାହାରକୁ କରିଥିବା ଯାତ୍ରାକୁ ନେଇ ମୁଁ ବହୁତ ଭାବୁକ ଅନୁଭବ କରୁଛି। ଏବେ ଠିକ୍ ୨୦୨୪ରେ ମୁଁ ପୁଣି ଏଠାକୁ ଆସିଛି, ଏଥି ପାଇଁ ମୁଁ ବହୁତ ଖୁସି। ମୋ ଖୁସିକୁ କେମିତି ଜଣେଇବି ଭାବି ପାରୁନି’। ମମତା କୁଲକର୍ଣ୍ଣି ୨୦୧୨ କୁମ୍ଭ ମେଳାରେ ଯୋଗ ଦେବାକୁ ଭାରତ ଆସିଥିଲେ। ଏହାର ଠିକ୍ ୧୨ ବର୍ଷ ପରେ ୨୦୨୫ ମହାକୁମ୍ଭରେ ଯୋଗ ଦେବାକୁ ସେ ଭାରତ ଆସିଛନ୍ତି। ତେବେ ମମତା କୁଲକର୍ଣ୍ଣି ତାଙ୍କ ଭାରତ ଆସିବାର କାରଣ ଖୋଲାଖୋଲି କହିନାହାନ୍ତି। ‘ବକ୍ତ ହମାରା ହୈ’ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ‘କ୍ରାନ୍ତିବୀର’, ‘କରଣ ଅର୍ଜୁନ’, ‘ସବସେ ବଡ଼ା ଖିଲାଡି’ ଭଳି ସଫଳ ଫିଲ୍ମ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବମ୍ବେ ଉଚ୍ଚନ୍ୟାୟାଳୟ ମମତା

୨୫ ବର୍ଷ ପରେ ପୁଣି ମୁମ୍ବାଇ ଫେରିଲେ ମମତା କୁଲକର୍ଣ୍ଣି, ମାତୃଭୂମିରେ ଆଖିରୁ ବୋହି ଆସିଲା ଆନନ୍ଦାଶ୍ରୁ

ମୁମ୍ବାଇ ୪।୧୨: ଶାହରୁଖ ଖାନ ଓ ସଲମାନ ଖାନଙ୍କ ଫିଲ୍ମ ‘କରଣ ଅର୍ଜୁନ’ର ଅଭିନେତ୍ରୀ ମମତା କୁଲକର୍ଣ୍ଣି ସ୍ୱଦେଶ ଫେରିଆସିଛନ୍ତି। ପ୍ରାୟ ୨୫ ବର୍ଷ ପରେ ସେ ପୁଣି ଭାରତ ଫେରିଥିବା ବେଳେ ତାଙ୍କର ଅନୁଭବକୁ ସେୟାର କରିଛନ୍ତି। ସେ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିବା ବେଳେ ଭାରତ ପ୍ରତ୍ୟାବର୍ତ୍ତନରେ ସେ ଭାବୁକ ଓ ଅଭିଭୂତ ବୋଲି  ଉଲ୍ଲେଖ କରିଛନ୍ତି। ମମତା ପୋଷ୍ଟିଂ କରିଥିବା ଭିଡିଓରେ ସେ ୨୫ ବର୍ଷ ପରେ ଭାରତ ଫେରିଥିବା କହିଛନ୍ତି। ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ପୁରୁଣା ସ୍ମୃତି ପୁଣି ତାଜା ହୋଇଯାଇଛି। 

ଅଭିନେତ୍ରୀ ଭିଡିଓରେ କହିଛନ୍ତି ଯେ ‘ହେଲୋ ଫ୍ରେଣ୍ଡସ୍ ୨୦୦୦ ମସିହାରେ ଭାରତ ବାହାରକୁ କରିଥିବା ଯାତ୍ରାକୁ ନେଇ ମୁଁ ବହୁତ ଭାବୁକ ଅନୁଭବ କରୁଛି। ଏବେ ଠିକ୍ ୨୦୨୪ରେ ମୁଁ ପୁଣି ଏଠାକୁ ଆସିଛି, ଏଥି ପାଇଁ ମୁଁ ବହୁତ ଖୁସି। ମୋ ଖୁସିକୁ କେମିତି ଜଣେଇବି ଭାବି ପାରୁନି’। ମମତା କୁଲକର୍ଣ୍ଣି ୨୦୧୨ କୁମ୍ଭ ମେଳାରେ ଯୋଗ ଦେବାକୁ ଭାରତ ଆସିଥିଲେ। ଏହାର ଠିକ୍ ୧୨ ବର୍ଷ ପରେ ୨୦୨୫ ମହାକୁମ୍ଭରେ ଯୋଗ ଦେବାକୁ ସେ ଭାରତ ଆସିଛନ୍ତି। 

ତେବେ ମମତା କୁଲକର୍ଣ୍ଣି ତାଙ୍କ ଭାରତ ଆସିବାର କାରଣ ଖୋଲାଖୋଲି କହିନାହାନ୍ତି। ‘ବକ୍ତ ହମାରା ହୈ’ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ‘କ୍ରାନ୍ତିବୀର’, ‘କରଣ ଅର୍ଜୁନ’, ‘ସବସେ ବଡ଼ା ଖିଲାଡି’ ଭଳି ସଫଳ ଫିଲ୍ମ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବମ୍ବେ ଉଚ୍ଚନ୍ୟାୟାଳୟ ମମତା କୁଲକର୍ଣ୍ଣିଙ୍କ ବିରୋଧରେ ୨୦୧୬ରେ ରୁଜୁ ହୋଇଥିବା ଡ୍ରଗସ୍ ସମ୍ପର୍କିତ ମୋକଦ୍ଦମାକୁ ଡ୍ରପ କରିଦେଇଥିଲେ। ତାଙ୍କ ବିରୋଧରେ ମକଦ୍ଦମା ଜାରି ରଖିବା ନ୍ୟାୟାଳୟ ପ୍ରକ୍ରିୟାର ଦୂରୁପଯୋଗ ହେବ ବୋଲି କହିଥିଲେ। ଏଣୁ କୋର୍ଟ ଏଫଆଇଆର ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।