୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ୱାଲଟିୟର ଡିଆର୍‌ଏମ୍‌ ଗିରଫ

ନୂଆଦିଲ୍ଲୀ: ଏକ ଘରୋଇ କମ୍ପାନିର ମାଲିକଙ୍କଠାରୁ ୨୫ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ପୂର୍ବତଟ ରେଳବାଇ ୱାଲଟିୟର ଡିଆର୍‌ଏମ୍‌ ସୌରଭ ପ୍ରସାଦଙ୍କୁ ସିବିଆଇ ଗିରଫ କରିଛି। ପୂର୍ବତଟ ରେଳବାଇରୁ ମୁମ୍ବାଇର ଏକ ଘରୋଇ ମାର୍କେଟିଂ କମ୍ପାନି ଡିଏନ୍‌ ମାର୍କେଟିଂକୁ ୩ କୋଟି ୧୭ଲକ୍ଷ ଟଙ୍କାର ଠିକା କାର୍ଯ୍ୟ ମିଳିଥିଲା। ତେବେ ଏହା ନିମ୍ନମାନର ବୋଲି ଅଭି‌ଯୋଗ ହୋଇଥିବାରୁ ବିଲ୍‌ ପାସ୍‌ ହେବାରେ ବିଳମ୍ବ ଘଟିଥିଲା। ଜୋରିମାନାରୁ ରକ୍ଷା କରିବା ନିମନ୍ତେ ମାର୍କେଟିଂ କମ୍ପାନିର ମାଲିକ ସୁନୀଲ ରାଥୋଡ଼ଙ୍କୁ […]

୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ୱାଲଟିୟର ଡିଆର୍‌ଏମ୍‌ ଗିରଫ

ନୂଆଦିଲ୍ଲୀ: ଏକ ଘରୋଇ କମ୍ପାନିର ମାଲିକଙ୍କଠାରୁ ୨୫ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣାରେ ପୂର୍ବତଟ ରେଳବାଇ ୱାଲଟିୟର ଡିଆର୍‌ଏମ୍‌ ସୌରଭ ପ୍ରସାଦଙ୍କୁ ସିବିଆଇ ଗିରଫ କରିଛି। ପୂର୍ବତଟ ରେଳବାଇରୁ ମୁମ୍ବାଇର ଏକ ଘରୋଇ ମାର୍କେଟିଂ କମ୍ପାନି ଡିଏନ୍‌ ମାର୍କେଟିଂକୁ ୩ କୋଟି ୧୭ଲକ୍ଷ ଟଙ୍କାର ଠିକା କାର୍ଯ୍ୟ ମିଳିଥିଲା। ତେବେ ଏହା ନିମ୍ନମାନର ବୋଲି ଅଭି‌ଯୋଗ ହୋଇଥିବାରୁ ବିଲ୍‌ ପାସ୍‌ ହେବାରେ ବିଳମ୍ବ ଘଟିଥିଲା। ଜୋରିମାନାରୁ ରକ୍ଷା କରିବା ନିମନ୍ତେ ମାର୍କେଟିଂ କମ୍ପାନିର ମାଲିକ ସୁନୀଲ ରାଥୋଡ଼ଙ୍କୁ ସୌରଭ କୁମାର୨୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ସୁନୀଲ ରାଥୋଡ଼ ଏହି ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ଏବଂ ଏହା ନେବା ନିମ‌େନ୍ତେ ମୁମ୍ବାଇ ଆସିବାକୁ ନିମନ୍ତ୍ରଣ କରିଥିଲେ। ଯୋଜନା ମୁତାବକ ସୌରଭ କୁମାର ମୁମ୍ବାଇ ପହଞ୍ଚି ୨୫ଲକ୍ଷଟଙ୍କା ଗ୍ରହଣ କରିଥିଲେ। ପରେ ମୁମ୍ବାଇ ସ୍ଥିତ ନିଜର ଘରକୁ ଯାଇଥିଲେ। ସେଠାରେ ସିବିଆଇ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ସୌରଭ କୁମାରଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ବିଶାଖପାଟଣାସ୍ଥିତ ଡିଆର୍‌ଏମ୍‌ କାର୍ଯ୍ୟାଳୟ, ବିଶାଖପାଟଣା ଓ ମୁମ୍ବାଇ ବାସଭବନରେ ଚଢ଼ଉ କରାଯାଇଥିଲା। ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଓ ନଗଦ ୮୭.୬୦ ଲକ୍ଷ ଟଙ୍କା, ୭୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଜମି ପଟ୍ଟା, ଲକର ଚାବି, ଜମାଖାତା ଆଦି ଜବତ ହୋଇଥିବା ଜଣାଯାଇଛି।