୨୫ ଲକ୍ଷ ଟଙ୍କାର ଧଳା ଜହର ଜବତ
ପୁଣି ଖୋର୍ଦ୍ଧା ଅଞ୍ଚଳରୁ ଧଳା ଜହର ଜବତ କରିଛି ପୋଲିସ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଛକ ନିକଟରୁ ଜଙ୍କିଆ ପୋଲିସ ୨୫୮ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ ବୁଲେଟ ଜବତ କରିଛି। ଜବତ ବ୍ରାଉନ ସୁଗାରରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏହି କାରବାର ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି !