୨୫ତମ ଲରପଙ୍କ କପ୍ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ଲରପଙ୍କ ମାଷ୍ଟରପଡା ଖେଳ ପଡିଆରେ ୨୫ତମ ଲରପଙ୍କ କପ୍ ଉଦଘାଟିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟ ସ୍ବର୍ଗତ ସୁଲୋଚନା ନାୟକ, ସ୍ବର୍ଗତ ବିନକୋ ଓରାମଙ୍କ ସ୍ମୃତିରେ ଆୟୋଜିତ ହେଉଛି । ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ବରଗଡ ଜିଲ୍ଲାର ସମୁଦାୟ ୧୬ଟି ଦଳ ଭାଗ ନେଇଥିଲେ । ଆସନ୍ତାକାଲି ଫାଇନାଲ ମ୍ୟାଚ ଥିଲା ବେଳେ ସେମିଫାଇନାଲକୁ ରାନୀ ବନ୍ଧ, ଖୁଲିଆ ଏଫ୍.ସି, ଜୁନିଅର୍ ଫୁଟବଲ କ୍ଲବ୍, ମାଖନାପଡା ଫୁଟବଲ ଦଳ ଉନ୍ନିତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଧାରା ବିବରଣୀ […] The post ୨୫ତମ ଲରପଙ୍କ କପ୍ ଉଦଘାଟିତ appeared first on Odisha.News.

୨୫ତମ ଲରପଙ୍କ କପ୍ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ଲରପଙ୍କ ମାଷ୍ଟରପଡା ଖେଳ ପଡିଆରେ ୨୫ତମ ଲରପଙ୍କ କପ୍ ଉଦଘାଟିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟ ସ୍ବର୍ଗତ ସୁଲୋଚନା ନାୟକ, ସ୍ବର୍ଗତ ବିନକୋ ଓରାମଙ୍କ ସ୍ମୃତିରେ ଆୟୋଜିତ ହେଉଛି । ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର, ବରଗଡ ଜିଲ୍ଲାର ସମୁଦାୟ ୧୬ଟି ଦଳ ଭାଗ ନେଇଥିଲେ । ଆସନ୍ତାକାଲି ଫାଇନାଲ ମ୍ୟାଚ ଥିଲା ବେଳେ ସେମିଫାଇନାଲକୁ ରାନୀ ବନ୍ଧ, ଖୁଲିଆ ଏଫ୍.ସି, ଜୁନିଅର୍ ଫୁଟବଲ କ୍ଲବ୍, ମାଖନାପଡା ଫୁଟବଲ ଦଳ ଉନ୍ନିତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ଧାରା ବିବରଣୀ ବୁଲୁ ନାୟକ, ପ୍ରହଲ୍ଲାଦ ତାଣ୍ଡି, ଜଗଦୀଶ ହର ପ୍ରମୁଖ ପ୍ରଦାନ କରୁଥିଲେ । ଅତିଥି ଭାବେ ଗୁହୀରା ବାବା ସୁରେନ୍ଦ୍ର ନାଥ ମହାପାତ୍ର, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ସୁନୀଲ ସାହୁ, ସମାଜସେବୀ ଅମର ତାଣ୍ଡିଆ, ଜେ.ଏସ୍.ଡବ୍ଲୁ ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦ ପାତ୍ର, ସ୍ବରୁପ ମିଶ୍ର, ଅମର ମହାନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ମଣ୍ଡଳୀରେ ଭିମସେନ୍ ଆଇନ୍ଦ, ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବିଶିକେଶନ ଓରାମ, ଉମାଶଙ୍କର ଗୌଡ, ଚିତ୍ତରଞ୍ଜନ ରାଉଳ, ରଞ୍ଜିତ ଓରାମ, ବୁଲୁ ନାୟକ, ନିତ୍ୟାନନ୍ଦ ବେହେରା, ସୀମା ଗୌଡ, ରିଙ୍କୁ ନାୟକ, ରାଜେଶ ଓରାମ, ପୀତବାସ ନାୟକ, ସନ୍ତୋଷ ଓରାମ ପ୍ରମୁଖ ସହଯୋଗ କରିଥିଲେ ।

The post ୨୫ତମ ଲରପଙ୍କ କପ୍ ଉଦଘାଟିତ appeared first on Odisha.News.