୨୫୦ କର୍ମଚାରୀଙ୍କୁ ନିଲମ୍ବନ ପ୍ରତ୍ୟାହାର କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘଙ୍କ ଦାବି; ନ ହେଲେ...

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୦୮  ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସଂଘ। ଯଦି ଦାବି ପୂରଣ କରା ନ ଯାଏ ତେବେ ଆଗାମୀ ନଭେମ୍ବର ମାସ ୨ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ୧୦୮ କର୍ମଚାରୀ ସଂଘ। ସଂଘ ଅଭିଯୋଗ କରିଛି ଯେ, ୨୦୧୩ ମସିହା ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା ୧୦୮ ଆମ୍ବୁଲାନ୍ସ ସେବା। ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ସବୁ ସ୍ଥିତିରେ ସେମାନେ ନିଷ୍ଠାପର ଓ ନିଃସ୍ଵାର୍ଥପର ଭାବରେ ସେବା ଯୋଗାଇ ଦେଇ ଆସୁଥିଲେ। ଗତ ମାସ ଠାରୁ ଏକ ନୂତନ ଠିକା ସଂସ୍ଥା ଏହି ଦାୟିତ୍ଵ ନେବା ପରେ ଆମର ୨୫୦ କର୍ମଚାରୀ ମାନଙ୍କୁ ନିଲମ୍ବିତ କରି ଦିଆଯାଇଛି। ଆମର ଦାବି ସେମାନଙ୍କୁ ପୂର୍ଣ୍ଣ ନିଯୁକ୍ତି ଦିଆଯାଉ। ସଂଘ ଏହା ମଧ୍ୟ କହିଛି, ସେମାନଙ୍କୁ ଯେଉଁ ଅଫର ଲେଟର ଦିଆଯାଇଛି ସେଥିରେ ୧୨ ଘଣ୍ଟା ପରିଶ୍ରମ କରିବା ପାଇଁ ଉଲ୍ଲେଖ କରାଯାଇଛି। ଯଦି୧୨ ଘଣ୍ଟା ପରିଶ୍ରମ କରାଯିବ ତେବେ ସେହି ହିସାବରେ ପାରିଶ୍ରମିକ ଦିଆଯାଉ। ସେମାନେ କାହା ନିର୍ଦ୍ଦେଶରେ ଶ୍ରମ ନିୟମ ଉଲଘଂନ କରି ଏହି ୧୨ ଘଣ୍ଟା କାର୍ଯ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡ୍ୟୁଟି ସମୟରେ ଯଦି ମୃତ୍ୟୁ ହୁଏ ସେହି ବୀମାକୁ ଏହି ନୂତନ କମ୍ପାନୀ ଅସ୍ପଷ୍ଟ କରିଥିବାରୁ ତାହାକୁ ନେଇ ଜିଲ୍ଲା

୨୫୦ କର୍ମଚାରୀଙ୍କୁ ନିଲମ୍ବନ ପ୍ରତ୍ୟାହାର କରାଯାଉ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘଙ୍କ ଦାବି; ନ ହେଲେ...

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୦୮  ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସଂଘ। ଯଦି ଦାବି ପୂରଣ କରା ନ ଯାଏ ତେବେ ଆଗାମୀ ନଭେମ୍ବର ମାସ ୨ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ୧୦୮ କର୍ମଚାରୀ ସଂଘ। 

ସଂଘ ଅଭିଯୋଗ କରିଛି ଯେ, ୨୦୧୩ ମସିହା ଠାରୁ ଏକ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା ୧୦୮ ଆମ୍ବୁଲାନ୍ସ ସେବା। ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ସବୁ ସ୍ଥିତିରେ ସେମାନେ ନିଷ୍ଠାପର ଓ ନିଃସ୍ଵାର୍ଥପର ଭାବରେ ସେବା ଯୋଗାଇ ଦେଇ ଆସୁଥିଲେ। ଗତ ମାସ ଠାରୁ ଏକ ନୂତନ ଠିକା ସଂସ୍ଥା ଏହି ଦାୟିତ୍ଵ ନେବା ପରେ ଆମର ୨୫୦ କର୍ମଚାରୀ ମାନଙ୍କୁ ନିଲମ୍ବିତ କରି ଦିଆଯାଇଛି। ଆମର ଦାବି ସେମାନଙ୍କୁ ପୂର୍ଣ୍ଣ ନିଯୁକ୍ତି ଦିଆଯାଉ। 


ସଂଘ ଏହା ମଧ୍ୟ କହିଛି, ସେମାନଙ୍କୁ ଯେଉଁ ଅଫର ଲେଟର ଦିଆଯାଇଛି ସେଥିରେ ୧୨ ଘଣ୍ଟା ପରିଶ୍ରମ କରିବା ପାଇଁ ଉଲ୍ଲେଖ କରାଯାଇଛି। ଯଦି୧୨ ଘଣ୍ଟା ପରିଶ୍ରମ କରାଯିବ ତେବେ ସେହି ହିସାବରେ ପାରିଶ୍ରମିକ ଦିଆଯାଉ। ସେମାନେ କାହା ନିର୍ଦ୍ଦେଶରେ ଶ୍ରମ ନିୟମ ଉଲଘଂନ କରି ଏହି ୧୨ ଘଣ୍ଟା କାର୍ଯ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଡ୍ୟୁଟି ସମୟରେ ଯଦି ମୃତ୍ୟୁ ହୁଏ ସେହି ବୀମାକୁ ଏହି ନୂତନ କମ୍ପାନୀ ଅସ୍ପଷ୍ଟ କରିଥିବାରୁ ତାହାକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।  ଯଦି ଆମ ଦାବି ପୂରଣ କରା ନ ଯାଏ ତେବେ  ଆଗାମୀ ନଭେମ୍ବର ମାସ ୨ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ୧୦୮ କର୍ମଚାରୀ ସଂଘ।