୨୬ ବର୍ଷ ତଳେ ଅପହରଣ ହୋଇଥିଲେ ୧୯ ବର୍ଷୀୟ ଯୁବକ ! ପଡୋଶୀଙ୍କ ଯନ୍ତାରୁ ହେଲେ ଉଦ୍ଧାର
ନୂଆଦିଲ୍ଲୀ: ଜଣେ ୪୫ ବର୍ଷିୟ ବ୍ୟକ୍ତି ଗତ ୨୬ ବର୍ଷ ଧରି ନିଖୋଜ ହୋଇଯାଇଥିଲେ। ପଡୋଶୀଙ୍କ ଘରୁ ଉଦ୍ଧାର ହେଲେ। ୨୬ ବର୍ଷ ଧରି ନିଖୋଜ ଥିବା ଏହି ବ୍ୟକ୍ତି ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତି ବନ୍ଦୀ କରି ରଖିଥିଲେ। ପରିବାର ତାଙ୍କୁ ମୃତ ବୋଲି ଭାବିଥିଲେ। ଉଦ୍ଧାର ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।ପ୍ରକାଶଥାଉକି- ୧୯୯୮ରେ ଆଲଜେରିଆ ଗୃହଯୁଦ୍ଧ ସମୟରେ ଜଣେ ୧୯ ବର୍ଷର ବାଳକ ଓମାର ବି ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ଲୋକ ବିଶ୍ୱାସ କରିଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ଖୋଜାଖୋଜି କରାଯାଇଥିଲା, କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ପରେ ପରିବାର ଲୋକେ ତାଙ୍କୁ ମୃତ ବୋଲି ଅନୁମାନ କରିଥିଲେ।ବର୍ତ୍ତମାନ ତାଙ୍କୁ ଜେଲଫା ସହରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଘାସଗଦା ଭିତରେ ଦେଖିବାକୁ ମିଳିଥିଲା। ତାଙ୍କ ଭାଇ ସୋସିଆଲ ମିଡିଆରେ ଅଭିଯୋଗ କରିବା ପରେ ୪୫ ବର୍ଷ ବୟସରେ ଉମରଙ୍କୁ ଉଦ୍ଧାର କରାଯାଇପାରିଛି।ପୋଲିସର ତଦନ୍ତ ବେଳେ ସେ କହିଥିଲେ ଯେ ସେହି ସମୟରେ ସେ ତାଙ୍କ ପଡ଼ୋଶୀଙ୍କ ଘରେ ବନ୍ଦୀ ଥିଲେ। କିନ୍ତୁ ସେ ସାହାଯ୍ୟ ପାଇଁ କାହାକୁ ଡାକିବାରେ ସକ୍ଷମ ହୋଇନଥିଲେ। ସେ କହିଥିଲେ ଯେ ପଡୋଶୀ ତାଙ୍କ ଉପରେ ଯାଦୁ କରିଦେଇଥିଲେ। ସେ ଚାହିଁଲେ ବି କାହାଠାରୁ ସାହାଯ୍ୟ ମାଗି ପାରିନଥିଲେ।
ନୂଆଦିଲ୍ଲୀ: ଜଣେ ୪୫ ବର୍ଷିୟ ବ୍ୟକ୍ତି ଗତ ୨୬ ବର୍ଷ ଧରି ନିଖୋଜ ହୋଇଯାଇଥିଲେ। ପଡୋଶୀଙ୍କ ଘରୁ ଉଦ୍ଧାର ହେଲେ। ୨୬ ବର୍ଷ ଧରି ନିଖୋଜ ଥିବା ଏହି ବ୍ୟକ୍ତି ତାଙ୍କ ପଡ଼ୋଶୀରେ ରହୁଥିବା ଜଣେ ବ୍ୟକ୍ତି ବନ୍ଦୀ କରି ରଖିଥିଲେ। ପରିବାର ତାଙ୍କୁ ମୃତ ବୋଲି ଭାବିଥିଲେ। ଉଦ୍ଧାର ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।
ପ୍ରକାଶଥାଉକି- ୧୯୯୮ରେ ଆଲଜେରିଆ ଗୃହଯୁଦ୍ଧ ସମୟରେ ଜଣେ ୧୯ ବର୍ଷର ବାଳକ ଓମାର ବି ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ଲୋକ ବିଶ୍ୱାସ କରିଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ଖୋଜାଖୋଜି କରାଯାଇଥିଲା, କିନ୍ତୁ ତାଙ୍କର ପତ୍ତା ମିଳିନଥିଲା। ପରେ ପରିବାର ଲୋକେ ତାଙ୍କୁ ମୃତ ବୋଲି ଅନୁମାନ କରିଥିଲେ।
ବର୍ତ୍ତମାନ ତାଙ୍କୁ ଜେଲଫା ସହରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଏକ ଘାସଗଦା ଭିତରେ ଦେଖିବାକୁ ମିଳିଥିଲା। ତାଙ୍କ ଭାଇ ସୋସିଆଲ ମିଡିଆରେ ଅଭିଯୋଗ କରିବା ପରେ ୪୫ ବର୍ଷ ବୟସରେ ଉମରଙ୍କୁ ଉଦ୍ଧାର କରାଯାଇପାରିଛି।
ପୋଲିସର ତଦନ୍ତ ବେଳେ ସେ କହିଥିଲେ ଯେ ସେହି ସମୟରେ ସେ ତାଙ୍କ ପଡ଼ୋଶୀଙ୍କ ଘରେ ବନ୍ଦୀ ଥିଲେ। କିନ୍ତୁ ସେ ସାହାଯ୍ୟ ପାଇଁ କାହାକୁ ଡାକିବାରେ ସକ୍ଷମ ହୋଇନଥିଲେ। ସେ କହିଥିଲେ ଯେ ପଡୋଶୀ ତାଙ୍କ ଉପରେ ଯାଦୁ କରିଦେଇଥିଲେ। ସେ ଚାହିଁଲେ ବି କାହାଠାରୁ ସାହାଯ୍ୟ ମାଗି ପାରିନଥିଲେ।