୨୬ ବର୍ଷ ପରେ ଘରକୁ ଫେରିବେ ମୁଖ୍ୟମନ୍ତ୍ରୀ ! ସଜେଇ ହେଉଛି ସିଏମଙ୍କ ନୂଆଘର ।

କନକ ବ୍ୟୁରୋ: ରାଜଭବନ ମାର୍ଗରୁ ଗାନ୍ଧୀମାର୍ଗ । ବଦଳିଯିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ୨୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ବାସଭବନକୁ ଫେରିବେ ମୋହନ ମାଝୀ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଶୁଭବେଳାକୁ ରହିଛି ଅପେକ୍ଷା ।   ରାଜଭବନ ମାର୍ଗରେ ସଜେଇ ହେଉଛି ବଙ୍ଗଳା । ଧଳା ରଙ୍ଗର ଏହି ଦୁଇ ମହଲାର କୋଠାର ପ୍ରବେଶ ପଥରୁ ଆରମ୍ଭ କରି ଘର ଭିତର ସାଜସଜ୍ଜା ଦେଖିଲେ ଘଡିଏ ଅଟକି ଯିବେ । ବିଲ୍ଡିଂ ବାହାରେ ଆକର୍ଷଣୀୟ ଲନ୍। ଆଉ ଏହି ଲନର ଶୋଭାକୁ ବଢାଉଛି ରଙ୍ଗବେରଙ୍ଗର ଫୁଲରେ ଭରପୁର ଥିବା ଏହି ବଗିଚା । ଆପଣ ଭାବୁଥିବେ ରାଜଧାନୀରେ ଏଭଳି ଭବ୍ୟ ଅଟ୍ଟାଳିକା କାହା ପାଇଁ । ୨୫ ବର୍ଷ ଧରି ଜରାଜୀର୍ଣ୍ଣ ହୋଇପଡିଥିଲା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ। କାରଣ ନବୀନ ନିବାସ ସାଜିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଶେଷଥର ପାଇଁ ଏହି ବାସଭବନରେ ରହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । କିନ୍ତୁ ନବୀନ କ୍ଷମତାରୁ ଯିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଏଠାରେ ରହିବେ କି ନାହିଁ, ସେ ନେଇ ଜୋର ଧରିଥିଲା ଆଲୋଚନା । ହେଲେ, ଆଠ ମାସରୁ ଅଧିକ ସମୟ ଧରି ଲୋୟର ପିଏମଜିର ପୁରୁଣା କ୍ବାର୍ଟର ପାଲଟିଥିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଲୋୟର ପିଏମଜିରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପୋଲିସ ପାଇଁ ଅନେକ ସମୟରେ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା । କା

୨୬ ବର୍ଷ ପରେ ଘରକୁ ଫେରିବେ ମୁଖ୍ୟମନ୍ତ୍ରୀ ! ସଜେଇ ହେଉଛି ସିଏମଙ୍କ ନୂଆଘର ।

କନକ ବ୍ୟୁରୋ: ରାଜଭବନ ମାର୍ଗରୁ ଗାନ୍ଧୀମାର୍ଗ । ବଦଳିଯିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ୨୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ବାସଭବନକୁ ଫେରିବେ ମୋହନ ମାଝୀ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଶୁଭବେଳାକୁ ରହିଛି ଅପେକ୍ଷା ।  

ରାଜଭବନ ମାର୍ଗରେ ସଜେଇ ହେଉଛି ବଙ୍ଗଳା । ଧଳା ରଙ୍ଗର ଏହି ଦୁଇ ମହଲାର କୋଠାର ପ୍ରବେଶ ପଥରୁ ଆରମ୍ଭ କରି ଘର ଭିତର ସାଜସଜ୍ଜା ଦେଖିଲେ ଘଡିଏ ଅଟକି ଯିବେ । ବିଲ୍ଡିଂ ବାହାରେ ଆକର୍ଷଣୀୟ ଲନ୍। ଆଉ ଏହି ଲନର ଶୋଭାକୁ ବଢାଉଛି ରଙ୍ଗବେରଙ୍ଗର ଫୁଲରେ ଭରପୁର ଥିବା ଏହି ବଗିଚା । ଆପଣ ଭାବୁଥିବେ ରାଜଧାନୀରେ ଏଭଳି ଭବ୍ୟ ଅଟ୍ଟାଳିକା କାହା ପାଇଁ ।
 
୨୫ ବର୍ଷ ଧରି ଜରାଜୀର୍ଣ୍ଣ ହୋଇପଡିଥିଲା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ। କାରଣ ନବୀନ ନିବାସ ସାଜିଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଶେଷଥର ପାଇଁ ଏହି ବାସଭବନରେ ରହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ । କିନ୍ତୁ ନବୀନ କ୍ଷମତାରୁ ଯିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଏଠାରେ ରହିବେ କି ନାହିଁ, ସେ ନେଇ ଜୋର ଧରିଥିଲା ଆଲୋଚନା । ହେଲେ, ଆଠ ମାସରୁ ଅଧିକ ସମୟ ଧରି ଲୋୟର ପିଏମଜିର ପୁରୁଣା କ୍ବାର୍ଟର ପାଲଟିଥିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଲୋୟର ପିଏମଜିରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପୋଲିସ ପାଇଁ ଅନେକ ସମୟରେ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା । କାରଣ ପ୍ରତିବାଦର ପେଣ୍ଠସ୍ଥଳୀ ଥିଲା ଗାନ୍ଧୀମାର୍ଗ । 

ସବୁଜ ଘାସ ଗାଲିଚାର ବିଶାଳ ଲନ୍
୨୪ ଘଣ୍ଟିଆ ସୁରକ୍ଷା ପାଇଁ ୱାଚ୍ ଟାୱାର 
ବୈଠକ ପାଇଁ ବଗିଚା ଭିତରେ ରହିଛି ସ୍ବତନ୍ତ୍ର ପିଣ୍ଡି
ବିଲ୍ଡିଂରେ ରହିଛି ବଡ଼ବଡ଼ ଡ୍ରଇଂ ରୁମ୍, ସାଧାରଣ ଲୋକଙ୍କ ସ୍ବତନ୍ତ୍ର କକ୍ଷ, ମିଟିଂ ହଲ୍
ବାସ୍ତୁ ଅନୁସାରେ ରହିଛି ଗୋଟିଏ ପ୍ରବେଶ ପଥ

ତେବେ ଶେଷରେ ପୁଣି ସେହି ଘରକୁ ଫେରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ଶୁଭତିଥିରେ ମୁଖ୍ୟମନ୍ତ୍ରୀ ଗୃହପ୍ରବେଶ କରିବାକୁ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ଏହି ଘର କାମ ଚାଲିଛି। ଏହି ଅତ୍ୟାଧୁନିକ ବାସଭବନରେ ରହିଛି, ୮ ମାସ ହେବ ଏହି ସରକାରୀ ବାସଭବନର ମରାମତି ଚାଲିଥିବା ବେଳେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଶେଷସ୍ପର୍ଶ ଦିଆଯିବ ।