୨୬ ବର୍ଷରେ ୩୭ କୋଟିର ଫ୍ଲାଟ୍ କିଣିଲେ ଆର୍ଯ୍ୟନ, ଶାହରୁଖ-ଗୌରୀଙ୍କ ରହିଛି ଖାସ୍ କନେକସନ୍

ମୁମ୍ଵାଇ ୩୦।୦୭: ଶାହାରୁଖ ଖାନ-ଗୌରୀ ଖାନଙ୍କ ଲାଡଲା ଆର୍ଯ୍ୟନ ଖାନ୍। ସେ ବି-ଟାଉନର ପ୍ରସିଦ୍ଧ ତାରକା ପିଲାମାନଙ୍କ ମଧ୍ୟରୁ ଜଣେ । ଆର୍ଯ୍ୟନ ନିର୍ଦ୍ଦେଶକ ଭା‌ବେ ଡେବ୍ୟୁ କରିବାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ୍’ । ଏବେ ସେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍‌ ଦେଇଛନ୍ତି । ସିରିଜ୍ ରିଲିଜ୍ ପୂର୍ବରୁ ଆର୍ଯ୍ୟନ ଦିଲ୍ଲୀରେ ଦୁଇଟି ଫ୍ଲାଟ କିଣିଥିବା ଖବର ସାମ୍ନାକୁ ଆସିଛି। ଏହି ସମ୍ପତ୍ତିରେ ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀଙ୍କ ସହିତ ମଧ୍ୟ ଏକ ବିଶେଷ ସଂଯୋଗ ଅଛି ।View this post on InstagramA post shared by Gauri Khan (@gaurikhan)ଆର୍ଯ୍ୟନ ଦିଲ୍ଲୀର ପଞ୍ଚଶିଲ ନିକଟରେ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଛନ୍ତି।  ଯାହାର ମୂଲ୍ୟ ୩୭କୋଟି ଟଙ୍କା ବୋଲି କୁହାଯାଉଛି । ଏହା ମେ ମାସରେ ରେଜିଷ୍ଟ୍ରେସନ ହୋଇଥିଲା ଏବଂ ଆର୍ଯ୍ୟନ୍ ଏହି ୨ ମହଲା ପାଇଁ ୨.୬୪ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଛନ୍ତି ।  ଆର୍ଯ୍ୟନ କିଣିଥିବା କୋଠାର ଗ୍ରାଉଣ୍ଡ ଓ ତଳମହଲାର ମାଲିକ ବାପା ଶାହାରୁଖ ଖାନ ଓ ମା’ ଗୌରୀ ରହିଛନ୍ତି। ଶାହରୁଖ ଏବଂ ପତ୍ନୀ ଗୌରୀ ଏହି ଘରେ ଅନେକ ମଧୁର ସମୟ ବିତାଇଛନ୍ତି। ଯାହାକି ଆଜି ସେମାନଙ୍କ ପାଖରେ ସ୍ମୃତି ହୋଇ ରହିଛି।ଏହି ଘରର ଡିଜାଇନ୍‌ ଦେଇଛନ୍ତି ଗୌରୀ ଖାନ । ଏଥିରେ ରହିଛି ୨୭,୦୦୦ ବର୍ଗଫୁଟର ହେରିଟେଜ ଭିଲ୍ଲା ଅଛି। ଯାହାକ

୨୬ ବର୍ଷରେ ୩୭ କୋଟିର ଫ୍ଲାଟ୍ କିଣିଲେ ଆର୍ଯ୍ୟନ, ଶାହରୁଖ-ଗୌରୀଙ୍କ ରହିଛି ଖାସ୍ କନେକସନ୍

ମୁମ୍ଵାଇ ୩୦।୦୭: ଶାହାରୁଖ ଖାନ-ଗୌରୀ ଖାନଙ୍କ ଲାଡଲା ଆର୍ଯ୍ୟନ ଖାନ୍। ସେ ବି-ଟାଉନର ପ୍ରସିଦ୍ଧ ତାରକା ପିଲାମାନଙ୍କ ମଧ୍ୟରୁ ଜଣେ । ଆର୍ଯ୍ୟନ ନିର୍ଦ୍ଦେଶକ ଭା‌ବେ ଡେବ୍ୟୁ କରିବାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତାଙ୍କର ଡେବ୍ୟୁ ସିରିଜର ନାମ ହେଉଛି ‘ଷ୍ଟାରଡମ୍’ । ଏବେ ସେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍‌ ଦେଇଛନ୍ତି । ସିରିଜ୍ ରିଲିଜ୍ ପୂର୍ବରୁ ଆର୍ଯ୍ୟନ ଦିଲ୍ଲୀରେ ଦୁଇଟି ଫ୍ଲାଟ କିଣିଥିବା ଖବର ସାମ୍ନାକୁ ଆସିଛି। ଏହି ସମ୍ପତ୍ତିରେ ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀଙ୍କ ସହିତ ମଧ୍ୟ ଏକ ବିଶେଷ ସଂଯୋଗ ଅଛି ।


ଆର୍ଯ୍ୟନ ଦିଲ୍ଲୀର ପଞ୍ଚଶିଲ ନିକଟରେ ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଛନ୍ତି।  ଯାହାର ମୂଲ୍ୟ ୩୭କୋଟି ଟଙ୍କା ବୋଲି କୁହାଯାଉଛି । ଏହା ମେ ମାସରେ ରେଜିଷ୍ଟ୍ରେସନ ହୋଇଥିଲା ଏବଂ ଆର୍ଯ୍ୟନ୍ ଏହି ୨ ମହଲା ପାଇଁ ୨.୬୪ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଛନ୍ତି ।  ଆର୍ଯ୍ୟନ କିଣିଥିବା କୋଠାର ଗ୍ରାଉଣ୍ଡ ଓ ତଳମହଲାର ମାଲିକ ବାପା ଶାହାରୁଖ ଖାନ ଓ ମା’ ଗୌରୀ ରହିଛନ୍ତି। ଶାହରୁଖ ଏବଂ ପତ୍ନୀ ଗୌରୀ ଏହି ଘରେ ଅନେକ ମଧୁର ସମୟ ବିତାଇଛନ୍ତି। ଯାହାକି ଆଜି ସେମାନଙ୍କ ପାଖରେ ସ୍ମୃତି ହୋଇ ରହିଛି।

ଏହି ଘରର ଡିଜାଇନ୍‌ ଦେଇଛନ୍ତି ଗୌରୀ ଖାନ । ଏଥିରେ ରହିଛି ୨୭,୦୦୦ ବର୍ଗଫୁଟର ହେରିଟେଜ ଭିଲ୍ଲା ଅଛି। ଯାହାକୁ ସେ ୨୦୦୧ରେ ୧୩ କୋଟିରୁ ଅଧିକ ମୂଲ୍ୟରେ କିଣିଥିଲେ। ଆଜି ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ୨୦୨୦ରେ କୋଭିଡ୍ -୧୯ ମହାମାରୀ ସମୟରେ ଶାହାରୁଖ ଏହି ଘରକୁ ଏୟରବିଏନବିକୁ ଭଡ଼ାରେ ଦେଇଥିଲେ। ଆର୍ଯ୍ୟନ ଏହା କିଣିବା ପରେ ତାଙ୍କ ବାପା ମାଆ ବହୁତ ଖୁସି ହୋଇ ଯାଇଛନ୍ତି ।