୨୭ରୁ ଜାତୀୟ ସବ୍‌ ଜୁନିୟର ଫେନସିଂ ଚାମ୍ପିୟନସିପ୍, ଓଡ଼ିଶା ଟିମ୍‌ର ଭଲ ପ୍ରଦର୍ଶନ ନେଇ ଆଶା

କଟକ: ରାଜ୍ୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ଫେନସିଂ କ୍ରୀଡ଼ା ସଂଘର ମିଳିତ ଉଦ୍ୟମରେ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୬ ତମ ଜାତୀୟ ସବ୍‌ ଜୁନିୟର ଫେନସିଂ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତା ସ୍ଥାନୀୟ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ।୨୭ରୁ ୨୯ ତାରିଖ ୪ ଦିନି ଧରି ଏହି ଇଭେଣ୍ଟ ଚାଲିବାକୁ ଥିବାବେଳେ ଏଥିରେ ଦେଶର ପ୍ରାୟ   ସମସ୍ତ ରାଜ୍ୟରୁ ମୋଟ ୫୫୦ ପ୍ରତିଯୋଗୀ ଭାଗ ନେବେ। ମୋଟ ୨୮ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର। ଉଭୟ ବାଳକ ଓ ବାଳିକା ବର୍ଗରେ ଖେଳାଯିବ ସମସ୍ତ ମୁକାବିଲା।ଚଳିତ ବର୍ଷ ଓଡ଼ିଶା ଟିମ୍ ବିଭିନ୍ନ କ୍ୟାମ୍ପରେ ଭଲ ଅଭ୍ୟାସ କରିଛି। ତେଣୁ ଏହି ମେଗା ପ୍ରତିଯୋଗିତାରେ ଓଡ଼ିଶା ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ। 

୨୭ରୁ ଜାତୀୟ ସବ୍‌ ଜୁନିୟର ଫେନସିଂ ଚାମ୍ପିୟନସିପ୍, ଓଡ଼ିଶା ଟିମ୍‌ର ଭଲ ପ୍ରଦର୍ଶନ ନେଇ ଆଶା

କଟକ: ରାଜ୍ୟ କ୍ରୀଡ଼ା ବିଭାଗ ଓ ରାଜ୍ୟ ଫେନସିଂ କ୍ରୀଡ଼ା ସଂଘର ମିଳିତ ଉଦ୍ୟମରେ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୬ ତମ ଜାତୀୟ ସବ୍‌ ଜୁନିୟର ଫେନସିଂ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତା ସ୍ଥାନୀୟ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ।

୨୭ରୁ ୨୯ ତାରିଖ ୪ ଦିନି ଧରି ଏହି ଇଭେଣ୍ଟ ଚାଲିବାକୁ ଥିବାବେଳେ ଏଥିରେ ଦେଶର ପ୍ରାୟ   ସମସ୍ତ ରାଜ୍ୟରୁ ମୋଟ ୫୫୦ ପ୍ରତିଯୋଗୀ ଭାଗ ନେବେ। ମୋଟ ୨୮ଟି ଦଳ ମଧ୍ୟରେ ହେବ କଡ଼ା ଟକ୍କର। ଉଭୟ ବାଳକ ଓ ବାଳିକା ବର୍ଗରେ ଖେଳାଯିବ ସମସ୍ତ ମୁକାବିଲା।

ଚଳିତ ବର୍ଷ ଓଡ଼ିଶା ଟିମ୍ ବିଭିନ୍ନ କ୍ୟାମ୍ପରେ ଭଲ ଅଭ୍ୟାସ କରିଛି। ତେଣୁ ଏହି ମେଗା ପ୍ରତିଯୋଗିତାରେ ଓଡ଼ିଶା ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ।