୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ
ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛତ୍ରପୁରସ୍ଥିତ ପୁତିଗୋପାଳପୁର ସ୍କୁଲରେ ଥିବା ଶିଶୁବାଟିକାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲାପାଳ ନିଜେ ଶିଶୁମାନଙ୍କୁ ଖଡ଼ି ଛୁଆଁଇଥିଲେ ପରେ ନୂତନ ଭାବେ ଶିକ୍ଷା ଗ୍ରହଣ ପାଇଁ ନାମ ଲେଖାଇଥିବା ଶିଶୁଙ୍କୁ ପ୍ରବେଶ ଉତ୍ସବରେ ଜିଲାପାଳ କିଟ୍ ବଣ୍ଟନ କରିଥିଲେ। ନୂତନ ଜାତୀୟ ଶିକ୍ଷା ନୀତି […] The post ୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ appeared first on Dharitri Odia News.
ଛତ୍ରପୁର,୨ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ବିଦ୍ୟାଳୟଗୁଡ଼ିକରେ ଖୋଲିଥିବା ୨୮୮୫ ଶିଶୁ ବଟିକାରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଛତ୍ରପୁରସ୍ଥିତ ପୁତିଗୋପାଳପୁର ସ୍କୁଲରେ ଥିବା ଶିଶୁବାଟିକାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲାପାଳ ନିଜେ ଶିଶୁମାନଙ୍କୁ ଖଡ଼ି ଛୁଆଁଇଥିଲେ ପରେ ନୂତନ ଭାବେ ଶିକ୍ଷା ଗ୍ରହଣ ପାଇଁ ନାମ ଲେଖାଇଥିବା ଶିଶୁଙ୍କୁ ପ୍ରବେଶ ଉତ୍ସବରେ ଜିଲାପାଳ କିଟ୍ ବଣ୍ଟନ କରିଥିଲେ।
ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ପୂର୍ବରୁ ଜିଲାପାଳ ଘରକୁ ଘର ବୁଲି ଶିଶୁବାଟିକା ଓ ସ୍କୁଲରେ ନାମ ଲେଖାଇବାକୁ ଯୋଗ୍ୟ ଶିଶୁଙ୍କ ଅଭିବାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣପତ୍ର ବାଣ୍ଟିଥିଲେ। ଏହାଦ୍ୱାରା ସରକାରଙ୍କର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ତଥା ଉଦ୍ଦେଶ୍ୟକୁ ପୂରଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଜିଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ, ସମଗ୍ର ଶିକ୍ଷାର ଆଦିବାସୀ ଶିକ୍ଷା ସଂଯୋଜକ ଡକ୍ଟର ସରୋଜ ମୋହନ ପାଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତ୍ୟେକ ବିଦ୍ୟାଳୟ, ବ୍ଲକ ଓ ଜିଲାସ୍ତରରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସ୍ତରରେ ୨ରୁ ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପୁରାତନ ଛାତ୍ରୀଛାତ୍ର, ଅବିଭାବକ, ମାତୃମଣ୍ଡଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
The post ୨୮୮୫ ଶିଶୁବାଟିକାରେ ପ୍ରବେଶ ଉତ୍ସବ: ପିଲାଙ୍କୁ ଖଡ଼ି ଛୁଆଁଇଲେ ଜିଲାପାଳ appeared first on Dharitri Odia News.