୨୯ରେ ପଥୋତ୍ସବ: ଦୁଲୁକିବ ରାଜଧାନୀ, ଝୁମିବେ ଜନତା

ଭୁବନେଶ୍ବର: ଆସନ୍ତା ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପଥ ଉତ୍ସବ। ଖରାପ୍ ପାଗ ପାଇଁ ଗତ ୨୨ ତାରିଖରେ ବାତିଲ ହୋଇଥିଲା । ଆସନ୍ତା ୨୯ ତାରିଖରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟନ୍ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ହେବ ପଥ ଉତ୍ସବ । ଏ ନେଇ ‘ଏକ୍ସ’ରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।  ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ହେବ ଏହି ପଥୋଉତ୍ସବ। କ୍ରମାନ୍ୱୟରେ ପରବର୍ତ୍ତୀ ଦୁଇଟି ରବିବାରରେ ଏକାମ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀରେ […]

୨୯ରେ ପଥୋତ୍ସବ: ଦୁଲୁକିବ ରାଜଧାନୀ, ଝୁମିବେ ଜନତା
bbsr 1

ଭୁବନେଶ୍ବର: ଆସନ୍ତା ରବିବାର ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପଥ ଉତ୍ସବ। ଖରାପ୍ ପାଗ ପାଇଁ ଗତ ୨୨ ତାରିଖରେ ବାତିଲ ହୋଇଥିଲା । ଆସନ୍ତା ୨୯ ତାରିଖରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟନ୍ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ହେବ ପଥ ଉତ୍ସବ । ଏ ନେଇ ‘ଏକ୍ସ’ରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।  ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଆୟୋଜିତ ହେବ ଏହି ପଥୋଉତ୍ସବ। କ୍ରମାନ୍ୱୟରେ ପରବର୍ତ୍ତୀ ଦୁଇଟି ରବିବାରରେ ଏକାମ୍ର ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀରେ ଦୁଇଟି ପଥଉତ୍ସବ କାଯ୍ୟକ୍ରମ ଆୟୋଜିତ ହେବ।