୩ ଘର ଭାଙ୍ଗିଲେ ହାତୀପଲ
ପାଟଣା : ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ବନାଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି। ଗତରାତିରେ ଏହି ହାତୀପଲ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି। ପାଟଣା ବନାଞ୍ଚଳ ଅଞ୍ଚଳ ସାହାରପଡା ବ୍ଲକ ଜାରକାଣି ବେଡ଼ାରେ ହାତୀପଲ ପ୍ରବେଶ କରି ପ୍ରତାପ ନାୟକ, କମଳ ନାୟକ ଓ ଭୁବନ ନାୟକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି। ରାଇଡିହା ପଞ୍ଚାୟତ ଇଲାକାରୁ ଏହି […]

ପାଟଣା : ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ବନାଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି। ଗତରାତିରେ ଏହି ହାତୀପଲ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି। ପାଟଣା ବନାଞ୍ଚଳ ଅଞ୍ଚଳ ସାହାରପଡା ବ୍ଲକ ଜାରକାଣି ବେଡ଼ାରେ ହାତୀପଲ ପ୍ରବେଶ କରି ପ୍ରତାପ ନାୟକ, କମଳ ନାୟକ ଓ ଭୁବନ ନାୟକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି। ରାଇଡିହା ପଞ୍ଚାୟତ ଇଲାକାରୁ ଏହି ହାତୀପଲ ଆସି କପୁଣ୍ଡି ପଞ୍ଚାୟତର ରେଙ୍ଗାଳବେଡା ପୁରୁଣାପାଣି ଜଙ୍ଗଲରେ ଡେରା ପକାଇଥିବାବେଳେ ସନ୍ଧ୍ୟାରେ ବିରଳ ନଦୀ ପାର ହୋଇ କୁଣ୍ଡଳା ପଞ୍ଚାୟତ ମୁହାଁ ହୋଇଛନ୍ତି। ବନବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି। ଆଜି ରାତିରେ ଏହି ହାତୀପଲ କୁଣ୍ଡଳା ଓ ଆଖପାଖ ଜଙ୍ଗଲରେ ଥିବାବେଳେ ବନପାଳ ଭୂପତି ସେଠୀ ଓ ପାରା କର୍ମଚାରୀମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।