୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ

ଆସିକା,୭।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ବୁଗୁଡ଼ା ବନଖଣ୍ଡ ଅଧିନସ୍ତ ଆସିକା ବ୍ଲକର ଭେଜିପୁଟ ନିକଟସ୍ଥ ଷଣ୍ଢଝୁଳିଆ ପାହାଡ଼ରେ ନିଆଁ ଲାଗିଛି l ଗତ ତିନି ଦିନ ଧରି ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଶୋଇଛି। ନିଆଁ ଧୀରେ ପାହାଡ଼ର ଚାରିପାଖରେ ମାଡିବାରେ ଲାଗିଛି। ନିଆଁ ଲାଗିବା ଦ୍ୱାରା ଗୋଟିଏ ପଟେ ନାମୀଦାମୀ ଗଛଗୁଡିକ ଜଳି ଯାଉଥିବା ବେଳେ ଅନ୍ୟପଟେ ଜଙ୍ଗଲରେ ରହି ଆସୁଥିବା ପଶୁ ପକ୍ଷୀମାନେ ଏବେ ଜନବସତି ମୁହଁା ହୋଇଛନ୍ତି। ଫଳରେ ଲୋକେ […] The post ୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ appeared first on Dharitri Odia News.

୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ

ଆସିକା,୭।୩(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ବୁଗୁଡ଼ା ବନଖଣ୍ଡ ଅଧିନସ୍ତ ଆସିକା ବ୍ଲକର ଭେଜିପୁଟ ନିକଟସ୍ଥ ଷଣ୍ଢଝୁଳିଆ ପାହାଡ଼ରେ ନିଆଁ ଲାଗିଛି l ଗତ ତିନି ଦିନ ଧରି ନିଆଁ ଲାଗିଥିଲେ ମଧ୍ୟ ବନ ବିଭାଗ ଶୋଇଛି। ନିଆଁ ଧୀରେ ପାହାଡ଼ର ଚାରିପାଖରେ ମାଡିବାରେ ଲାଗିଛି। ନିଆଁ ଲାଗିବା ଦ୍ୱାରା ଗୋଟିଏ ପଟେ ନାମୀଦାମୀ ଗଛଗୁଡିକ ଜଳି ଯାଉଥିବା ବେଳେ ଅନ୍ୟପଟେ ଜଙ୍ଗଲରେ ରହି ଆସୁଥିବା ପଶୁ ପକ୍ଷୀମାନେ ଏବେ ଜନବସତି ମୁହଁା ହୋଇଛନ୍ତି। ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଖରା ଦିନର ରୌଦ୍ରତାପ ବଢୁଥିବାବେଳେ ପାହାଡ଼ରେ ଲାଗିଥିବା ଯୋଙ୍ଗୁ ନିକଟସ୍ଥ ଗାଁ ଗୁଡିକ ଅସ୍ତବ୍ୟସ୍ତ ହୋଇଗଲେଣି l ବନ ବିଭାଗ ପକ୍ଷରୁ ଗଛ ଲଗାଇବା ପାଇଁ ପ୍ରତେକ ବର୍ଷ ଲକ୍ଷ ଲ ଟଙ୍କା ଖର୍ଚ୍ଚ କରି ଆସୁଥିବାବେଳେ ଏପଟେ ଜଙ୍ଗଲ ପୋଡିଯାଉଥିବା ଯୋଗୁୁ ପାହାଡ଼ ଧ୍ବଂସ ହେବାକୁ ଲାଗିଲାଣି।

ବନ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ନେଇ ସଚେତନତା କରିବାର ଏବେ ଜରୁରୀ ହୋଇପଡିଛି। ନଚେତ ଏଭଳି ଜଙ୍ଗଲ ପୋଡି ଦ୍ୱାରା ଜଙ୍ଗଲ ନଷ୍ଟ ହୋଇଯିବ ତୁରନ୍ତ ଲିଭାଇବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଗତକାଲି ଖବର ବୁଗୁଡା ବନାଞ୍ଚଳ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମବ ଜାରି ରଖିଥିଲେ। ଶୁକ୍ରବାର ସକାଳୁ ଆସିକା ଅଗ୍ନିଶମ ଦଳ ଓ ବୁଗୁଡା ବନାଞ୍ଚଳ ଦଳ ୩୦ରୁ ଊର୍ଦ୍ଧ୍ୱ କର୍ମଚାର ନିଆଁକୁ ଆୟତ କରିବା ଲାଗି ଉଦ୍ୟମ ଜାରି ରଖିଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି।

 

The post ୩ ଦିନ ହେଲା ଜଳୁଛି ପାହାଡ଼: ଲୋକେ ଭୟଭୀତ appeared first on Dharitri Odia News.