୩ ଦିନରେ ୩ ଜୀବନ ନେଲା ଦନ୍ତା

ଜି.ଉଦୟଗିରି : ରକ୍ତ ମୁଖା ଦନ୍ତା ମଙ୍ଗଳବାର ଭୋର ସକାଳୁ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ପାବୂରିଆ ସେକ୍ସନର ପେଟାପାଙ୍ଗାପଞ୍ଚାୟତ ସ୍ଥିତ ଅଦୁନାଯୁ ଗ୍ରାମର ପ୍ରଶାନ୍ତ ଦିଗାଲଙ୍କୁ ଦନ୍ତା କଚାଡି ମାରିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଗତ ତିନି ଦିନରେ ରକ୍ତ ମୁଖା ଦନ୍ତା ପ୍ରଥମେ ଶନିବାର ବିଳମ୍ବିତ ରାତ୍ରୀରେ ମାଲାସୁଗା ଅଞ୍ଚଳର ସାମନ୍ତ ଦିଗାଲ, ସୋମବାର ଭୋରରେ ଜି ଉଦୟଗିରି ସେକ୍ସନ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ସ୍ଥିତ କାକାମାହା ଗ୍ରମର ପଞ୍ଚୁ ପ୍ରଧାନଙ୍କ ପାଳଗଦା […]

୩ ଦିନରେ ୩ ଜୀବନ ନେଲା ଦନ୍ତା

ଜି.ଉଦୟଗିରି : ରକ୍ତ ମୁଖା ଦନ୍ତା ମଙ୍ଗଳବାର ଭୋର ସକାଳୁ ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ପାବୂରିଆ ସେକ୍ସନର ପେଟାପାଙ୍ଗାପଞ୍ଚାୟତ ସ୍ଥିତ ଅଦୁନାଯୁ ଗ୍ରାମର ପ୍ରଶାନ୍ତ ଦିଗାଲଙ୍କୁ ଦନ୍ତା କଚାଡି ମାରିଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ ଗତ ତିନି ଦିନରେ ରକ୍ତ ମୁଖା ଦନ୍ତା ପ୍ରଥମେ ଶନିବାର ବିଳମ୍ବିତ ରାତ୍ରୀରେ ମାଲାସୁଗା ଅଞ୍ଚଳର ସାମନ୍ତ ଦିଗାଲ, ସୋମବାର ଭୋରରେ ଜି ଉଦୟଗିରି ସେକ୍ସନ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ସ୍ଥିତ କାକାମାହା ଗ୍ରମର ପଞ୍ଚୁ ପ୍ରଧାନଙ୍କ ପାଳଗଦା ଭାଙ୍ଗି ସେଠାରେ ବନ୍ଧା ହୋଇଥିବା ବଳଦକୁ କଚାଡି ମାରିଥିବାବେଳେ ମଙ୍ଗଳବାର ଭୋର ସମୟରେ ପାଵୁରିଆ ସେକ୍ସନ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତ ସ୍ଥିତ ଆଡୁନାଯୁ ଗ୍ରାମର ପ୍ରଶାନ୍ତଙ୍କୁ କଚାଡି ମାରିଥିଲା। ଖବର ପାଇ ପୋଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅଞ୍ଚଳବାସୀ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଆମାନ ନାୟକ, ଫୀରୋଜ ଦିଗାଲ ଓ ଟାର୍ଜନ ସାହୁ ଡି ଏଫ୍ ଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେଲେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯିବା ଦାବିରେ ଥିଲେ ପରେ ଡି ଏଫ୍ ଓ ପ୍ରତାପ କଟାପାଲି, ସହକାରୀ ବନ ସଂରକ୍ଷକ, ସେତଲିନା ସାହୁ, କାଜଲ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଟ୍ରାଙ୍କୁଲାଇଜର ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ ତଦନ୍ତ ଅଧିକାରୀ ଏଏସଆଇ ବୁଲୁ ବେହେରା ସୂଚନା ଦେଇଛନ୍ତି।