୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୧ା୧୦(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାରଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ ୩ଟା୫୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚାଟାର ପ୍ଲେନ୍‌ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ। ଅପରାହ୍ନ ୪ଟା୩୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ […] The post ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୧ା୧୦(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାରଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଆସିବେ। ଗସ୍ତ ଅବସରରେ ସେ ନବମୀ ଓ ଦଶମୀରେ ବିଭିନ୍ନ ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଦଶହରା ଅବସରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବେ।

ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୨ ଶନିବାର ଅପରାହ୍ନ ୩ଟା୫୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚାଟାର ପ୍ଲେନ୍‌ ଯୋଗେ କେନ୍ଦୁଝର ଅଭିମୁଖେ ବାହାରିବେ। ଅପରାହ୍ନ ୪ଟା୩୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ପହଞ୍ଚତ୍ବେ। ସେଠାରୁ ସଡ଼କ ପଥରେ କେନ୍ଦୁଝର ସର୍କିଟ ହାଉସ୍‌ରେ ପହଞ୍ଚତ୍ବେ।

ସା ୬ଟାରେ ବଁାପାରସ୍ଥିତ ସାଇ ମନ୍ଦିର ଯିବେ। ପରେ ନିଉ କଲୋନିସ୍ଥିତ ଦୁର୍ଗାମଣ୍ଡପରେ ଅନୁଷ୍ଠିତ ଦୁର୍ଗାପୂଜା, ଟେଲିଫୋନ ଏକ୍ସଚେଞ୍ଜ ଛକ ଦୁର୍ଗାପୂଜା ମଣ୍ଡପ, ଗୁଜରାଟୀ ସମାଜ ପକ୍ଷରୁ ନବରାତ୍ରି ଉତ୍ସବ-୨୦୨୪ରେ ସାମିଲ ହେବେ।

ସେଠାରୁ ଫେରି ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବେ। ୧୩ ତାରିଖ ରବିବାର ରାଇକଳାସ୍ଥିତ ନିଜ ଘରକୁ ଯିବେ। ସେଠାରୁ ମଧ୍ୟାହ୍ନରେ ଝୁମ୍ପୁରା ଦୁର୍ଗାପୂଜା ମଣ୍ଡପ, ଅପରାହ୍ନରେ ସୁନାରିପଶି ଦୁର୍ଗାପୂଜା ମଣ୍ଡପ, ଉଖୁଣ୍ଡା ଦୁର୍ଗାପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବେ।

କେନ୍ଦୁଝର ସର୍କିଟ୍‌ ହାଉସ୍‌ରେ ରାତ୍ରି ରହଣି କରି ସୋମବାର ଚାଟାର ପ୍ଲେନ୍‌ ଯୋଗେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ସୂଚନା ଥାଉକି, ନବମୀ, ଦଶମୀରେ ଦୁର୍ଗାପୂଜା ମଣ୍ଡପ ବୁଲିବା ପାଇଁ କେନ୍ଦୁଝରର ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ରକ୍ଷାକରି ମୁଖ୍ୟମନ୍ତ୍ରୀ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶିଷ ନେବା ସହ ଲୋକଙ୍କ ସହ ମିଶିବେ।

The post ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.