୩ ପ୍ରାର୍ଥୀଙ୍କ ଆଉ ଏକ ଲିଷ୍ଟ ଜାରି କଲା କଂଗ୍ରେସ, ଧାନବାଦରୁ ଅନୁପମା ସିଂହଙ୍କୁ ଟିକେଟ୍

ନୂଆଦିଲ୍ଲୀ ୧୬।୪: ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ କଂଗ୍ରେସ ୩ ପ୍ରାର୍ଥୀଙ୍କ ଆଉ ଏକ ତାଲିକା ମଙ୍ଗଳବାର ଜାରି କରିଛି। ଏହି ଲିଷ୍ଟରେ ଝାଡଖଣ୍ଡର ୩ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଗୋଡ୍ଡାରୁ ଦୀପିକା ପାଣ୍ଡେ ସିଂହ, ଚତରାରୁ କୃଷ୍ଣାନନ୍ଦ ତ୍ରିପାଠୀ ଓ ଧାନବାଦରୁ ଅନୁପମା ସିଂହଙ୍କୁ ଟିକେଟ୍ ଦିଆଯାଇଛି। ଗୋଡ୍ଡା ସିଟରେ ଦୀପିକା ପାଣ୍ଡେ ସିଂହ ବିଜେପି ପ୍ରାର୍ଥୀ ନିଶିକାନ୍ତ ଦୁବେଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରିବେ। ସେହିପରି ଚତରାରେ କୃଷ୍ଣାନନ୍ଦ ତ୍ରିପାଠୀଙ୍କ ସାମନା ବିଜେପି ପ୍ରାର୍ଥୀ କାଳିଚରଣ ସିଂହଙ୍କ ସହ ହେବ। ଧାନବାଦ ଲୋକସଭା ଆସନରେ ଅନୁପମା ସିଂହଙ୍କୁ ବିଜେପିର ଢୁଲୁ ମହାତୋଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ  ପଡିବ। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ବାମପନ୍ଥୀଙ୍କ ମେଣ୍ଟ ହୋଇଛି। ମେଣ୍ଟ ଅନୁସାରେ ରାଜ୍ୟର ୧୪ ଲୋକସଭା ଆସନ ନିମନ୍ତେ ଏପର୍ଯ୍ୟନ୍ତ ଆସନ ବଣ୍ଟାକୁଣ୍ଟା ଚୂଡ଼ାନ୍ତ ହୋଇ ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଝାଡଖଣ୍ଡରେ କଂଗ୍ରେସ ୭, ଜେଏମଏମ ୫ ଓ ଗୋଟିଏ ଗୋଟିଏ ଆସନରେ ଆରଜେଡି ଓ ସିପିଆଇଏମ ନିର୍ବାଚନ ଲଢିବେ। Congress releases another list of 3 candidates in Jharkhand for the upcoming Lok Sabha elections.Deepika Pandey Singh to contest from GoddaKrishna Nand Tripat

୩ ପ୍ରାର୍ଥୀଙ୍କ ଆଉ ଏକ ଲିଷ୍ଟ ଜାରି କଲା କଂଗ୍ରେସ, ଧାନବାଦରୁ ଅନୁପମା ସିଂହଙ୍କୁ ଟିକେଟ୍

ନୂଆଦିଲ୍ଲୀ ୧୬।୪: ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ କଂଗ୍ରେସ ୩ ପ୍ରାର୍ଥୀଙ୍କ ଆଉ ଏକ ତାଲିକା ମଙ୍ଗଳବାର ଜାରି କରିଛି। ଏହି ଲିଷ୍ଟରେ ଝାଡଖଣ୍ଡର ୩ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଗୋଡ୍ଡାରୁ ଦୀପିକା ପାଣ୍ଡେ ସିଂହ, ଚତରାରୁ କୃଷ୍ଣାନନ୍ଦ ତ୍ରିପାଠୀ ଓ ଧାନବାଦରୁ ଅନୁପମା ସିଂହଙ୍କୁ ଟିକେଟ୍ ଦିଆଯାଇଛି। ଗୋଡ୍ଡା ସିଟରେ ଦୀପିକା ପାଣ୍ଡେ ସିଂହ ବିଜେପି ପ୍ରାର୍ଥୀ ନିଶିକାନ୍ତ ଦୁବେଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀତା କରିବେ। 

ସେହିପରି ଚତରାରେ କୃଷ୍ଣାନନ୍ଦ ତ୍ରିପାଠୀଙ୍କ ସାମନା ବିଜେପି ପ୍ରାର୍ଥୀ କାଳିଚରଣ ସିଂହଙ୍କ ସହ ହେବ। ଧାନବାଦ ଲୋକସଭା ଆସନରେ ଅନୁପମା ସିଂହଙ୍କୁ ବିଜେପିର ଢୁଲୁ ମହାତୋଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ  ପଡିବ। ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ବାମପନ୍ଥୀଙ୍କ ମେଣ୍ଟ ହୋଇଛି। ମେଣ୍ଟ ଅନୁସାରେ ରାଜ୍ୟର ୧୪ ଲୋକସଭା ଆସନ ନିମନ୍ତେ ଏପର୍ଯ୍ୟନ୍ତ ଆସନ ବଣ୍ଟାକୁଣ୍ଟା ଚୂଡ଼ାନ୍ତ ହୋଇ ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଝାଡଖଣ୍ଡରେ କଂଗ୍ରେସ ୭, ଜେଏମଏମ ୫ ଓ ଗୋଟିଏ ଗୋଟିଏ ଆସନରେ ଆରଜେଡି ଓ ସିପିଆଇଏମ ନିର୍ବାଚନ ଲଢିବେ। 


ରାଜ୍ୟର ଦୁମକା, ରାଜମହଲ, ଗିରିଡିହ ଓ ସିଂହଭୂମ ସିଟ୍‌ରେ ଜେଏମଏମ ତାର ପ୍ରାର୍ଥୀ ଦେବ। ଏଥି ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିସାରିଲାଣି। ସେହିପରି କଂଗ୍ରେସ ଖୁଣ୍ଟି, ଲୋହରଦଗା ଓ ହଜାରିବାଗ ଆସନରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି। ପାର୍ଟି ଏବେ ଗୋଡ୍ଡା, ଚତରା ଓ ଧାନବାଦରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ଭଳି ଭାବେ କଂଗ୍ରେସ ଏପର୍ଯ୍ୟନ୍ତ ଝାଡଖଣ୍ଡର ୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 


ନିକଟରେ କଂଗ୍ରେସ ୧୦ ପ୍ରାର୍ଥୀଙ୍କ ଏକ ତାଲିକା ଜାରି କରିଥିଲା। ଏଥିରେ ଜେଏନୟୁ ଷ୍ଟୁଡେଣ୍ଟ ୟୁନିୟନର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଥିବା ବେଳେ ଜେ.ପି.ଅଗ୍ରୱାଲଙ୍କ ପାର୍ଟି ଚାନ୍ଦନୀ ଚୌକରୁ ଓ ଉତ୍ତର-ପଶ୍ଚିମ ସିଟ୍‌ରୁ ଉଦିତ ରାଜଙ୍କୁ ସୁଯୋଗ ଦେଇଛି। ଦିଲ୍ଲୀ ବ୍ୟତୀତ କଂଗ୍ରେସ ପଞ୍ଜାବର ୬ ସିଟ୍‌ରେ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।