ମାନବିକତାର ସବୁ ସୀମା ଟପିଲେ, ନିରୀହ କୁକୁରକୁ ଜଣଙ୍କ ପରେ ଜଣେ ପିଟି ଚାଲିଲେ

ବ୍ରହ୍ମପୁର ୨୩।୩: ମାନବିକତାର ସବୁ ସୀମା ଟପିଲେ । ଜଣଙ୍କ ପରେ ଜଣେ କରିଚାଲିଲେ ଘାତକ ଆକ୍ରମଣ । ଏଭଳି ଅମାନବୀୟ କାଣ୍ଡର ଭିଜୁଆଲ ହେଲା ଭାଇରାଲ୍ । ଗୋଟିଏ କୁକୁରକୁ ପର୍ଯ୍ୟାୟ କ୍ରମେ ୮ ଜଣ ଜଣକ ପରେ ଜଣେ ଆକ୍ରମଣ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଗାନ୍ଧୀନଗର ସପ୍ତମ ଲାଇନ ରାସ୍ତାରେ । ଶନିବାର ଭୋର ସମୟରେ ରାମରାଓ ନାମକ ଜନୈକ ବ୍ୟକ୍ତିଙ୍କ ଘର ବାରଣ୍ଡାରେ କୁକୁର ଶୋଇଥିବା ବେଳେ ଦୁର୍ବୃତ୍ତ କରିଥିଲେ ଘାତକ ଆକ୍ରମଣ । ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ପ୍ରଥମେ ଆସି ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଆଉ ଜଣେ ଯୁବକ ଆକ୍ରମଣ କରି ଦୁଇ ଜଣ ବସିଥିବା ସ୍କୁଟିର ପଛରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଣି କିଛି ସମୟ ପରେ ଅନ୍ୟ ଜଣେ ଯୁବକ ବାଇକ୍‌ରେ ଆସି ରକ୍ତ ଜୁଡୁବୁଡୁ କୁକୁରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଭାବେ କଏଦ ହୋଇଛି । ବର୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଛି । ତେବେ ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁକୁରର ଲାଳନ ପାଳନ କରୁଥିବା ରମା ରାଓ ପୋଲିସକୁ ନିବେଦନ କରିଛନ୍ତି ।ସେପଟେ, ଏହି ଘଟଣାକୁ ନେଇ ଟାଉନ ଥା

ମାନବିକତାର ସବୁ ସୀମା ଟପିଲେ, ନିରୀହ କୁକୁରକୁ ଜଣଙ୍କ ପରେ ଜଣେ ପିଟି ଚାଲିଲେ

ବ୍ରହ୍ମପୁର ମାନବିକତାର ସବୁ ସୀମା ଟପିଲେ । ଜଣଙ୍କ ପରେ ଜଣେ କରିଚାଲିଲେ ଘାତକ ଆକ୍ରମଣ । ଏଭଳି ଅମାନବୀୟ କାଣ୍ଡର ଭିଜୁଆଲ ହେଲା ଭାଇରାଲ୍ । ଗୋଟିଏ କୁକୁରକୁ ପର୍ଯ୍ୟାୟ କ୍ରମେ ୮ ଜଣ ଜଣକ ପରେ ଜଣେ ଆକ୍ରମଣ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଗାନ୍ଧୀନଗର ସପ୍ତମ ଲାଇନ ରାସ୍ତାରେ । 

ଶନିବାର ଭୋର ସମୟରେ ରାମରାଓ ନାମକ ଜନୈକ ବ୍ୟକ୍ତିଙ୍କ ଘର ବାରଣ୍ଡାରେ କୁକୁର ଶୋଇଥିବା ବେଳେ ଦୁର୍ବୃତ୍ତ କରିଥିଲେ ଘାତକ ଆକ୍ରମଣ । ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ପ୍ରଥମେ ଆସି ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଆଉ ଜଣେ ଯୁବକ ଆକ୍ରମଣ କରି ଦୁଇ ଜଣ ବସିଥିବା ସ୍କୁଟିର ପଛରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଣି କିଛି ସମୟ ପରେ ଅନ୍ୟ ଜଣେ ଯୁବକ ବାଇକ୍‌ରେ ଆସି ରକ୍ତ ଜୁଡୁବୁଡୁ କୁକୁରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । 

ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଭାବେ କଏଦ ହୋଇଛି । ବର୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଛି । ତେବେ ଯେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁକୁରର ଲାଳନ ପାଳନ କରୁଥିବା ରମା ରାଓ ପୋଲିସକୁ ନିବେଦନ କରିଛନ୍ତି ।

ସେପଟେ, ଏହି ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ ସହ ମାମଲା ଦାଏର କଲେ ଅଞ୍ଚଳବାସୀ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ କଲେ ଅନୁରୋଧ ।


You Can Read:

ସକ୍ରିୟ ରାଜନୀତିରୁ ବିଦାୟର ସମୟ ଆସିଗଲାଣି, ବାପ-ପୁଅ ଗୋଟିଏ ମଞ୍ଚରେ ବସିବାକୁ ଆମ ପରମ୍ପରା ଗ୍ରହଣ କରେନାହିଁ : ନିରଞ୍ଜନ ପଟ୍ଟନାୟକ