୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ। ଏହାପରେ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ମେଣ୍ଟାଲ ବ୍ରେକ୍‌ ମାଗିଥିଲେ। ଲଗାତର ଭାବେ ସୁଯୋଗ ମିଳୁ ନ ଥିବାରୁ ସେ ଖପ୍ପା ହୋଇ ଦଳ ଛାଡ଼ିଥିବା କୁହାଯାଇଥିଲା। ଏସବୁ ମଧ୍ୟରେ ରଣଜୀ ଟ୍ରଫି ମଧ୍ୟ ନ ଖେଳି ସମାଲୋଚନାର ଶିକାର ହେଉଥିବା ବେଳେ ମଙ୍ଗଳବାର ସେ ମଇଦାନକୁ ଓହ୍ଲାଇଥିବା ଦେଖାଯାଇଛି। […] The post ୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ appeared first on Dharitri Odia News.

୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ। ଏହାପରେ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ମେଣ୍ଟାଲ ବ୍ରେକ୍‌ ମାଗିଥିଲେ। ଲଗାତର ଭାବେ ସୁଯୋଗ ମିଳୁ ନ ଥିବାରୁ ସେ ଖପ୍ପା ହୋଇ ଦଳ ଛାଡ଼ିଥିବା କୁହାଯାଇଥିଲା। ଏସବୁ ମଧ୍ୟରେ ରଣଜୀ ଟ୍ରଫି ମଧ୍ୟ ନ ଖେଳି ସମାଲୋଚନାର ଶିକାର ହେଉଥିବା ବେଳେ ମଙ୍ଗଳବାର ସେ ମଇଦାନକୁ ଓହ୍ଲାଇଥିବା ଦେଖାଯାଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଟି୨୦ କପ୍‌ ଟୁର୍ନାମେଣ୍ଟରେ ଈଶାନ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ମାତ୍ର ୧୯ରନ୍‌ର ଇନିଂସ ଖେଳିବାରେ ସଫଳ ହୋଇଛନ୍ତି।

ଟୁର୍ନାମେଣ୍ଟରେ ଈଶାନ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି। ମଙ୍ଗଳବାର ଦଳ ରୁଟ୍‌ ମୋବାଇଲ୍‌ ଟିମ୍‌ ସହ ମୁହାଁମୁହିଁ ହୋଇଥିଲା। ଏହି ଟିମ୍‌ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା। ଈଶାନଙ୍କ ଟିମ୍‌ ଲକ୍ଷ୍ୟ ହାସଲ କରିପାରି ନ ଥିଲା। ୧୬.୩ ଓଭରରେ ୧୦୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ମ୍ୟାଚ୍‌ରେ ଈଶାନ ଉଇକେଟକିପିଂ ମଧ୍ୟ କରୁଥିବା ନଜର ଆସିଛି। ହେଲେ ବ୍ୟାଟିଂରେ ସେ ସେତେଟା ପ୍ରଭାବି ପ୍ରଦର୍ଶନ କରିପାରି ନ ଥିଲେ। ସେ ୧୨ ବଲ୍‌ ଖେଳି ମାତ୍ର ୧୯ ରନ୍‌ କରିଥିଲେ। ତେବେ ଈଶାନ କ୍ରିକେଟରୁ ବ୍ରେକ୍‌ ନେଇ ବଡୋଦାରେ ଥିଲେ। ସେଠାରେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଅଭ୍ୟାସ କରୁଥିଲେ।

The post ୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ appeared first on Dharitri Odia News.