୩ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ

ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁର ଗ୍ରାମର ଏକ ପଡିଆରୁ ପ୍ରାୟ ୭୫ ରୁ ୮୦ଟି ଶାଗୁଆନ ଲଗ୍ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ଯ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । କେତେକ କାଠ ମାଫିଆ ବିଭିନ୍ନ ଜଙ୍ଗଲ ଓ ବାଡିଘରୁ ଏହି ଶାଗୁଆନ ଗଛ କାଟି ତାକୁ ଅନ୍ୟତ୍ର ଚାଲାଣ କରିବାକୁ କିମ୍ବା ସ’ମିଲ ରେ ଚିରଟ ଲାଗି ପଠାଇବାକୁ […]

୩ ଲକ୍ଷ ଟଙ୍କା ମୂଲ୍ୟର ଶାଗୁଆନ କାଠ ଜବତ

ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ଲକ୍ଷ୍ମୀନାରାୟଣପୁର ଗ୍ରାମର ଏକ ପଡିଆରୁ ପ୍ରାୟ ୭୫ ରୁ ୮୦ଟି ଶାଗୁଆନ ଲଗ୍ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ଯ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । କେତେକ କାଠ ମାଫିଆ ବିଭିନ୍ନ ଜଙ୍ଗଲ ଓ ବାଡିଘରୁ ଏହି ଶାଗୁଆନ ଗଛ କାଟି ତାକୁ ଅନ୍ୟତ୍ର ଚାଲାଣ କରିବାକୁ କିମ୍ବା ସ’ମିଲ ରେ ଚିରଟ ଲାଗି ପଠାଇବାକୁ ଉକ୍ତ ପଡିଆରେ ଗଛିତ ରଖିଥିଲେ । ଏ ସମ୍ପର୍କରେ ଗୁପ୍ତ ସୂଚନା ପାଇ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତି କାଠ ଲଗ୍ ସବୁକୁ ଜବତ କରିବାକୁ ବନାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଠଗଡ ସଦର ବନପାଳ ଆଶିଷ ନାୟକ, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା, ପ୍ରିୟମ୍ବଦା ମହାନ୍ତି, ରଶ୍ମୀ ବାରିକ ଓ ବନବିଭାଗ ସ୍କ୍ୱାର୍ଡର ସଦସ୍ଯ ଉକ୍ତ ସ୍ଥାନରେ ଚଢାଉ କରି ସମସ୍ତ କାଠ ଜବତ କରିଥିଲେ। ଜବତ କାଠ ମାପଚୁପ ସରିନଥିଲେ ମଧ୍ଯ ମୋଟ ୭୫ ରୁ ୮୦ ଖଣ୍ଡ ଶାଗୁଆନ ଲଗ୍ ଏବଂ ତାହା ୧୦୦ ଘନଫୁଟରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏତେ ପରିମାଣର ଶାଗୁଆନ କାଠ କିଏ କେଉଁଠାରୁ ଆଣି ଲକ୍ଷ୍ମୀନାରାୟଣପୁର ପଡିଆରେ ରଖିଥିଲା ତାହା ତଦନ୍ତ ପରେ ଜଣାପଡିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଡାକ୍ତର ପତି ପ୍ରକାଶ କରିଛନ୍ତି ।