୩ ଷ୍ଟାଡିୟମ, ୧୦୦ ପିଚ୍ ଏବଂ ୪୫ ଇନଡୋର ଟର୍ଫ; ଏକାଠି ପ୍ରଶିକ୍ଷଣ ନେବେ କ୍ରିକେଟର ଏବଂ ଆଥଲେଟ୍ସ
ନୂଆଦିଲ୍ଲୀ: ଶେଷ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ । ଏଥିରେ ଭାରତରୁ ୧୧୭ କ୍ରୀଡ଼ାବିତ୍ ଭାଗ ନେଇଥିଲେ । ହେଲେ ଭାରତ ମିଳିଛି ମାତ୍ର ୬ଟି ମେଡାଲ । ଗୋଟିଏ ରୌପ୍ୟ ପଦକ ମିଳିଥିବା ବେଳେ ୫ଟି ବ୍ରୋଞ୍ଜ ପଦକ ମିଳିଛି । ଏତେ କମ୍ ସଂଖ୍ୟାରେ ଆଥଲେଟିକ୍ସଙ୍କ ଭାଗ ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ କ୍ରିକେଟ୍ କାଉନସିଲ୍ ବୋର୍ଡ । ଅଧିକ ସଂଖ୍ୟା କ୍ରୀଡ଼ାବିତ୍ ବାହାର କରିବା ନେଇ ବିସିସିଆଇ ସଚିବ ଜୟଶାହ ବଡ଼ ଘୋଷଣା କରିଛନ୍ତି । ଖେଳାଳିଙ୍କ ପ୍ରଶିକ୍ଷଣ ନେଇ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ନୂଆ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ତିଆରି କରାଯିବ ବୋଲି ସେ କହିଛନ୍ତି । ଯେଉଁ କ୍ରିକେଟର ସହିତ ଆଥଲେଟିକ୍ସ ଖେଳର ସୁବିଧା ରହିବ । ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ସହିତ ଅନ୍ୟ କ୍ରୀଡାବିତ୍ ମାନେ ମଧ୍ୟ ପ୍ରଶିକ୍ଷଣ ନେଇ ପାରିବେ । ଏଥିରେ ପାଇଁ ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ରହିବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ।ଜୟଶାହ କହିଛନ୍ତି, ବିସିସିଆଇ ସବୁବେଳେ ଭାରତୀୟ ଆଥଲେଟ୍ ସହିତ ରହିଛି । ଭାରତୀୟ ଆଥଲେଟ୍ ସହଯୋଗ କରୁଛି ଭାରତୀୟ କ୍ରିକେଟ୍ କାଉନସିଲ୍ ବୋର୍ଡ । ବିସିସିଆଇ ସଚିବ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେଇ କହିଛନ୍ତି, ବିସିସିଆଇ ନୀରଜ ଚୋପ୍ରାଙ୍କ ଭଳି କ୍ରୀଡ଼ାବିତ୍ ତିଆରି କରିବାକୁ ଯାଉଛି । ନ୍ୟାସନାଲ କ୍ରିକେଟ୍ ଏକେଡେମୀ ବେଙ୍ଗାଲୁରୁ ରହିଛି । ଆଥଲେଟିକ୍ସଙ୍କ ପାଇଁ ଏକ ନୂଆ ଏନସିଏ ଗ୍ରାଉଣ୍ଡ ନ
ନୂଆଦିଲ୍ଲୀ: ଶେଷ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ । ଏଥିରେ ଭାରତରୁ ୧୧୭ କ୍ରୀଡ଼ାବିତ୍ ଭାଗ ନେଇଥିଲେ । ହେଲେ ଭାରତ ମିଳିଛି ମାତ୍ର ୬ଟି ମେଡାଲ । ଗୋଟିଏ ରୌପ୍ୟ ପଦକ ମିଳିଥିବା ବେଳେ ୫ଟି ବ୍ରୋଞ୍ଜ ପଦକ ମିଳିଛି । ଏତେ କମ୍ ସଂଖ୍ୟାରେ ଆଥଲେଟିକ୍ସଙ୍କ ଭାଗ ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ କ୍ରିକେଟ୍ କାଉନସିଲ୍ ବୋର୍ଡ । ଅଧିକ ସଂଖ୍ୟା କ୍ରୀଡ଼ାବିତ୍ ବାହାର କରିବା ନେଇ ବିସିସିଆଇ ସଚିବ ଜୟଶାହ ବଡ଼ ଘୋଷଣା କରିଛନ୍ତି । ଖେଳାଳିଙ୍କ ପ୍ରଶିକ୍ଷଣ ନେଇ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ନୂଆ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ତିଆରି କରାଯିବ ବୋଲି ସେ କହିଛନ୍ତି । ଯେଉଁ କ୍ରିକେଟର ସହିତ ଆଥଲେଟିକ୍ସ ଖେଳର ସୁବିଧା ରହିବ । ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କ ସହିତ ଅନ୍ୟ କ୍ରୀଡାବିତ୍ ମାନେ ମଧ୍ୟ ପ୍ରଶିକ୍ଷଣ ନେଇ ପାରିବେ । ଏଥିରେ ପାଇଁ ଅତ୍ୟାଧୁନିକ ସରଞ୍ଜାମ ମଧ୍ୟ ରହିବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ।
ଜୟଶାହ କହିଛନ୍ତି, ବିସିସିଆଇ ସବୁବେଳେ ଭାରତୀୟ ଆଥଲେଟ୍ ସହିତ ରହିଛି । ଭାରତୀୟ ଆଥଲେଟ୍ ସହଯୋଗ କରୁଛି ଭାରତୀୟ କ୍ରିକେଟ୍ କାଉନସିଲ୍ ବୋର୍ଡ । ବିସିସିଆଇ ସଚିବ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେଇ କହିଛନ୍ତି, ବିସିସିଆଇ ନୀରଜ ଚୋପ୍ରାଙ୍କ ଭଳି କ୍ରୀଡ଼ାବିତ୍ ତିଆରି କରିବାକୁ ଯାଉଛି ।
ନ୍ୟାସନାଲ କ୍ରିକେଟ୍ ଏକେଡେମୀ ବେଙ୍ଗାଲୁରୁ ରହିଛି । ଆଥଲେଟିକ୍ସଙ୍କ ପାଇଁ ଏକ ନୂଆ ଏନସିଏ ଗ୍ରାଉଣ୍ଡ ନିର୍ମାଣ ହେବାକୁ ଯାଉଛି । ବେଙ୍ଗାଲୁରୁ ସହରରେ ଏହା ତିଆରି କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହ କହିଛନ୍ତି । ଆଶନ୍ତା ମାସରେ ନୂଆ ଏନସିଏ ଷ୍ଟାଡିୟମ ଉଦଘାଟନ ହେବ । ବିସିସିଆଇର ଏହା ସବୁଠାରୁ ବଡ଼ ପ୍ରୋଜେକ୍ଟ ବୋଲି କୁହାଯାଉଛି ।
ପ୍ୟାରିସ୍ ଅଲମ୍ପିକ୍ସ ପରେ ଜୟ ଶାହ ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରାଙ୍କ ସହ ସାକ୍ଷତ କରିଥିଲେ । ଏହି ସମୟରେ ସେ କହିଥିଲେ, କ୍ରିକେଟ ଖେଳାଳିଙ୍କୁ ଛାଡ଼ି ଅନ୍ୟ ଆଥଲେଟ୍ସଙ୍କ ପ୍ରଶିକ୍ଷଣ ପାଇଁ ଏଣିକି ଅତ୍ୟାଧୁନିକ ବ୍ୟବସ୍ଥା ହେବ । ସେମାନଙ୍କ ପାଇଁ ଶୀଘ୍ର ନୂଆ ଏନସିଏ ଗ୍ରାଉଣ୍ଡ ତିଆରି ହେବ । ଏଥିରେ ଉଭୟ ଆଉଟ୍ ଡୋର୍ ଏବଂ ଇନ୍ ଡୋର ଷ୍ଟାଡିୟମ ରହିବ । କ୍ରିକେଟରଙ୍କ ସହିତ ଅନ୍ୟ କ୍ରୀଡାବିତ୍ ମଧ୍ୟ ଏଥିରେ ପ୍ରଶିକ୍ଷଣ ନେଇ ପାରିବେ ।
ନୂଆ ଏନସିଏରେ ତିନୋଟି ଖେଳ ପଡ଼ିଆ ଏବଂ ଏଥିରେ ୧୦୦ ପିଚ୍ ରହିବ । ଯେଉଁଥିରେ ୪୫ଟି ଇନଡୋର ଟର୍ଫ ସାମିଲ୍ ରହିଛି । ନୂଆ ଏନସିଏରେ ଆଥଲେଟ୍ସଙ୍କ ପାଇଁ ସମସ୍ତ ପ୍ରକାର ପିଚ୍ ରହିଛି । ବ୍ରିସବେନର ଗାବା ଷ୍ଟାଡିୟମ, ଡରବାନର କିଙ୍ଗ୍ସମିଡ୍ ଷ୍ଟାଡିୟମ ଭଳି ବ୍ୟବସ୍ଥା ରହିବ । ଭାରତୀୟ କ୍ରିକେଟ୍ ଟିମ୍ ବିଦେଶ ଯାତ୍ରା କରିବା ପୂର୍ବରୁ ଏହି ଗ୍ରାଉଣ୍ଡରେ ପ୍ରାକ୍ଟିସ କରିପାରିବେ ।...